ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ 142 କୋଟି ଜନସଂଖ୍ୟାର ଆମ ଦେଶରେ ମାତ୍ର 6.25 ପ୍ରତିଶତ ବା ମାତ୍ର 9.23 କୋଟି ଲୋକ ଟିକସ ଦେଇଥାନ୍ତି । ଯାହା ବହୁତ କମ୍ ।
ଯେତେବେଳେ କି ଆମେରିକାରେ 45 ପ୍ରତିଶତ, ୟୁକେ ରେ 48 ପ୍ରତିଶତ, ଫ୍ରାନ୍ସରେ 59 ପ୍ରତିଶତ ଲୋକ ଆୟକର ଦେଇଥାନ୍ତି ।
କେତେକ ବିକାଶଶୀଳ ଦେଶରେ ବ୍ୟକ୍ତିଗତ ଟିକସ ଦେଉଥିବା ଲୋକଙ୍କ ଅନୁପାତ ଅପେକ୍ଷାକୃତ ବହୁତ କମ୍ । ଯେମିତିକି ଚୀନରେ ମାତ୍ର 20 ପ୍ରତିଶତ..ପାକିସ୍ତାନରେ 1.2 ପ୍ରତିଶତ ଲୋକ ଟ୍ୟାକ୍ସ ଦେଇଥାନ୍ତି ।
ଆୟକର ଆଇନ୍ ଅନୁଯାୟୀ ଆପଣଙ୍କ ଆୟର ଉତ୍ସ ୫ ପ୍ରକାର ହୋଇପାରେ
1-ଦରମା ବାବଦ ଆୟ
2- ହାଉସ୍ ପ୍ରପର୍ଟି (ଘରଭଡ଼ା)ରୁ ଆୟ
3- ବ୍ୟବସାୟ ଓ ବୃତ୍ତିରୁ ଆୟ
4- କ୍ୟାପିଟାଲ ଗେନ୍ସରୁ ଆୟ
5- ଅନ୍ୟାନ୍ୟ ଉତ୍ସରୁ ଆୟ
ଏହି ୫ ପ୍ରକାର ଉତ୍ସରୁ ଆସୁଥିବା ମୋଟ ଆୟକୁ ଆମେ ଗ୍ରସ୍ ଟୋଟାଲ ଇନକମ୍ କହିଥାଉ । ଏହି ଗ୍ରସ ଟୋଟାଲ ଇନକମରୁ ବିଭିନ୍ନ ପ୍ରକାର ଡିଡକ୍ସନରେ ଆପଣ କିଛିଟା ଆୟକର ଛାଡ଼ ପାଇଥାନ୍ତି । ଏହି ଟ୍ୟାକ୍ସ ମୁକ୍ତ ଆୟ ବ୍ୟତୀତ ଅବଶିଷ୍ଟ ଯେଉଁ ପରିମାଣର ଅର୍ଥ ରହିଲା ତାହାକୁ ଟ୍ୟାକ୍ସ ଦେବା ଯୋଗ୍ୟ ଆୟ ବୋଲି ବିବେଚନା କରାଯାଏ ।
ତେବେ ଟ୍ୟାକ୍ସ ଦେବା ଦ୍ୱାରା ସରକାରଙ୍କୁ କ'ଣ ଲାଭ ହୁଏ ? ଆସନ୍ତୁ ଜାଣିବା...
ଟିକସ ଦେବାର ଅନେକ ଲାଭ ରହିଛି । ବିକାଶ ତଥା ରକ୍ଷଣାବେକ୍ଷଣରେ ଏହି ଟଙ୍କା ବ୍ୟବହୃତ ହୁଏ । ଟ୍ୟାକ୍ସ ହେଉଛି ସରକାରଙ୍କ ରାଜସ୍ୱ । ଯେଉଁଥିରେ ସଡକ, ବିଦ୍ୟାଳୟ, ଡାକ୍ତରଖାନା ସମେତ ଜନସାଧାରଣଙ୍କ ଖର୍ଚ୍ଚ ତଥା ପୋଲିସ୍, ସାମରିକ, ଅଗ୍ନିଶମ ବିଭାଗ, ପାର୍କ ଏବଂ ଖେଳ ପଡିଆ ଏବଂ ସର୍ବସାଧାରଣ ଲାଇବ୍ରେରୀ ସମେତ ସ୍ଥାନୀୟ ସରକାରୀ ସେବାକୁ ଯୋଗାଇବାରେ ଏହି ଅର୍ଥ ବ୍ୟବହାର ହୁଏ । ଅର୍ଥ ପ୍ରଦାନ ପାଇଁ ଟିକସ ହେଉଛି ସରକାରଙ୍କ ରାଜସ୍ୱ।
ଭାରତରେ ଦିଆଯାଉଥିବା ଟ୍ୟାକ୍ସଗୁଡ଼ିକ ହେଉଛି - ଆୟକର, ଜିଏସଟି, ରୋଡ୍ ଟ୍ୟାକ୍ସ, ପ୍ରପର୍ଟି ଟ୍ୟାକ୍ସ, ପ୍ରଫେସନାଲ ଟ୍ୟାକ୍ସ, କର୍ପୋରେଟ୍ ଟ୍ୟାକ୍ସ, କଷ୍ଟମ୍ସ ଡ୍ୟୁଟି, ଏକ୍ସାଇଜ୍ ଡ୍ୟୁଟି, ଏଣ୍ଟରଟେନମେଣ୍ଟ ଟ୍ୟାକ୍ସ ଇତ୍ୟାଦି ।
ସୁନା ଦର ବଢିବାର ପ୍ରମୁଖ କାରଣ କ’ଣ ?
ଆସନ୍ତୁ ନଜର ପକାଇବା ବିଶ୍ୱରେ ସର୍ବାଧିକ ଟିକସ ଦେଉଥିବା 15 ଦେଶ ଉପରେ...
ଆଇଭୋରୀ କୋଷ୍ଟ: 60%
ଫିନଲ୍ୟାଣ୍ଡ: 56.95%
ଡେନମାର୍କ: 56%
ଜାପାନ: 55.97%
ଅଷ୍ଟ୍ରିଆ: 55 PC
ସ୍ୱିଡେନ: 52.9%
ବେଲଜିୟମ: 50%
ଇସ୍ରାଏଲ: 50%
ସ୍ଲୋଭେନିଆ: 50%
ନେଦରଲ୍ୟାଣ୍ଡ: 49%
ପର୍ତ୍ତୁଗାଲ: 48%
ସ୍ପେନ୍: 47%
ଜର୍ମାନୀ: 45%
ଫ୍ରାନ୍ସ: 45%
ଲକ୍ସେମବର୍ଗ: 42 %