ଏହି କାମ ସେ ୬ ବର୍ଷ ପୂର୍ବରୁ ହିଁ କରିବା ଆରମ୍ଭ କରିଥିଲେ । କିନ୍ତୁ ପଶୁମାନଙ୍କ ଜୀବାଶ୍ମ ଉପରେ ଅନୁସନ୍ଧାନ କରିବା କାମ ସେ ଏହି ଜାନୁଆରୀରୁ ହିଁ ଆରମ୍ଭ କରିଛନ୍ତି । ସେମାନେ କିପରି ଲୋପ ପାଇ ଯାଇଥିଲେ, ସେମାନଙ୍କ ଲୋପ ପାଇବା ପଛର କଣ କାରଣ ରହିଛି, ତାହା ଜାଣିବାକୁ ସେ ଏପରି ଗବେଷଣା କରୁଛନ୍ତି ବୋଲି ସେ କହିଛନ୍ତି ।
ଅଧିକ ପଢନ୍ତୁ: ଡ୍ରେସ ଡିଜାଇନ କଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ
ସେ ପୂର୍ବରୁ ପ୍ରସ୍ତର ଯୁଗ ଉପରେ ଗବେଷଣା କରି ସାରିଛନ୍ତି, ବର୍ତ୍ତମାନ ସେ ଏହି ପଶୁ ପକ୍ଷୀଙ୍କ ହାଡ ତଥା ଜୀବାଶ୍ମ ଉପରେ ଗବେଷଣା କରୁଛନ୍ତି । ତେବେ ଏହି ଗବେଷଣାରେ ଅନିଲଙ୍କ ସହ ଅନ୍ୟ କିଛିଜଣ ମଧ୍ୟ ଗବେଷଣା କରୁଛନ୍ତି । ଏପର୍ଯ୍ୟନ୍ତ ସେମାନେ ଅନେକ ପ୍ରଜାତିର ଜୀବମାନଙ୍କର ଜୀବାଶ୍ମ ସଂଗ୍ରହ କରି ସାରିଛନ୍ତି ।
ଏହା ଉପରେ ଆହୁରି ଅନେକ ତଥ୍ୟ ଅଛି, ଯାହାକୁ ସେମାନେ ଏବେ ଗବେଷଣା କରୁଛନ୍ତି, ଏବଂ ଆଗକୁ ଏହା ଉପରେ ମତ ଦେବେ ବୋଲି ଅନିଲ କହିଛନ୍ତି ।
ଅଧିକ ଭାରତ ଖବର ପଢ଼ନ୍ତୁ