ଅଧିକ ପଢନ୍ତୁ : ଅନଲାଇନ ଠକେଇର ଶିକାର ହେଲେ ଅଭିନେତ୍ରୀ ଶବାନା ଆଜମୀ
ଯେତେବେଳେ ଆପଣଙ୍କୁ କୌଣସି ଅଜଣା ନମ୍ବରରୁ କଲ ଆସୁଛି, ଏବଂ ଉକ୍ତ ବ୍ୟକ୍ତି ଜଦି ଆପଣଙ୍କୁ କ୍ୟାସବ୍ୟାକ ନାଁରେ କୌଣସି ଅନଲାଇନ ଫର୍ମ ଫିଲପ କରିବାକୁ କହୁଛି, ତେବେ ଆଦୌ ତାହା କରନ୍ତୁ ନାହିଁ । କାରଣ ଅନଲାଇନ ଫର୍ମ ଫିଲପ ବେଳେ ସେ ଆପଣଙ୍କୁ ସେଥିରେ ଆପଣଙ୍କ ମୋବାଇଲ ପିନ ମାଗିଥାଏ । ଆଉ ପିନ ଦେବାବେଳେ ଅନଲାଇନରେ ସେମାନେ ମଧ୍ୟ ସେଠାରେ ଦେଖିପାରନ୍ତି । ଏବଂ ଆପଣଙ୍କୁ ଏକ ଓଟିପି ଦେଇଥାନ୍ତି। ସେହି ଓଟିପିକୁ ଆପଣଙ୍କୁ ଫରୱାର୍ଡ କରିବାକୁ କହିଥାନ୍ତି । ଓଟିପି ଆଉ ଏକ ନମ୍ବରକୁ ଫରୱାର୍ଡ ବେଳେ ଆପଣଙ୍କ ଆକାଉଣ୍ଟ ସହ ଥିବା ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଏ । କେବଳ ସେତିକି ନୁହେଁ ସେମାନେ ମଧ୍ୟ ଏକ କ୍ୟୁଆର କୋର୍ଡ ମାଧ୍ୟମରେ ଆପଣଙ୍କ ଆକାଉଣ୍ଟରୁ ପଇସା ଖାଲି କରିଥାନ୍ତି । ସେଥିପାଇଁ କେବେ ବି ଆପଣ ଏହି ସ୍କାମର ମାନଙ୍କ କୌଣସି ବି ଅଫରରେ ବିଶ୍ବାସ କରନ୍ତୁ ନାହିଁ । ଯଦି କିଛି କ୍ୟାସବ୍ୟାକ ଆପଣଙ୍କ ଆକାଉଣ୍ଟକୁ ଆସେ ତେବେ ଏହା ଡାଇରେକ୍ଟ ବ୍ୟାଙ୍କରୁ ଆପଣଙ୍କ ଆକାଉଣ୍ଟକୁ ଯିବ । ଏଥିରେ କୌଣସି ପାସୱାର୍ଡ କିମ୍ବା କୌଣସି ଫର୍ମ ଆପଣଙ୍କୁ ଫିଲପ କରିବାକୁ ଦେବନାହିଁ ।