କାରଣ ଜୀବନରେ ଏହାର ଅତ୍ୟନ୍ତ ଗୁତୁତ୍ବପୂର୍ଣ୍ଣ ପ୍ରଭାବ ରହିଛି । ତେବେ ନିଜ ବ୍ୟକ୍ତିତ୍ବ ମାଧ୍ୟମରେ ବହୁତ କମ ଲୋକ ଅନ୍ୟମାନଙ୍କୁ ପ୍ରଭାବିତ କରିପାରନ୍ତି । ଆପଣ ବି ଏମିତି ପ୍ରଭାବଶାଳୀ ବ୍ୟକ୍ତିତ୍ବର ଅଧିକାରୀ ହେବାକୁ ଚାହାନ୍ତିକି ? ତେବେ ପଢନ୍ତୁ Dale Carnegieଙ୍କ ପୁସ୍ତକ “ How to wins friends and influence people ’’ ।
ଆଜିର ମଣିଷ କାଲିକୁ ନାହିଁ । ଦୁଇ ଦିନର ଜୀବନରେ ଯାହା କିଛି ଉପାର୍ଜନ କରିବେ ସବୁ ଅନ୍ୟମାନଙ୍କ ସୁଖ ପାଇଁ । ତେବେ ନିଜର ଉନ୍ନତ ବ୍ୟକ୍ତିତ୍ବଟେ ଗଢିବା ଦରକାର । ଯାହା ଫଳରେ ସମାଜରେ ଆପଣଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନଟେ ପ୍ରାପ୍ତ ହେବ । ସାଙ୍ଗ ସାଥୀ ଗହଳି ଭିତରେ ଆପଣଙ୍କ ବ୍ୟକ୍ତିତ୍ବ ହିଁ ଆପଣଙ୍କ ସ୍ବତନ୍ତ୍ରତା କିପରି ହେବ ବିଷୟରେ ଲେଖକ ସରଳ ଭାବରେ ଆଲୋଚନା କରିଛନ୍ତି । ଲେଖକଙ୍କ ମତରେ ଅଭିଯୋଗ , ଅନ୍ୟମାନଙ୍କ ବିଷୟରେ ଟିପ୍ପଣୀ ଦେବା ତଥା ସମାଲୋଚନା କରିବାରୁ ଦୂରେଇ ରହିବା ।
ଅସୁବିଧା ସମୟରେ ଆପଣଙ୍କୁ ଯିଏ ସହଯୋଗ କରେ ତାଙ୍କୁ ମନେ ରଖିବାକୁ ଚେଷ୍ଟା କରିବା । ନିଜ ଭୁଲକୁ ଶୀକାର କରିବାର ସତ ସାହାସ ରଖିବା । ଅଯଥା ଯୁକ୍ତିରେ ଯୁକ୍ତି କରି ବିଜୟ ହେବା ପାଇଁ ଚେଷ୍ଟା ନକରିବା । ଲୋକଙ୍କ ସହ କଥା ହେବା ସମୟରେ ତାଙ୍କ କଥାକୁ ସମ୍ମାସନ ଦେଇ ନିଜ ଯୁକ୍ତି ରଖନ୍ତୁ ।
କାହାକୁ ଆପଣଙ୍କ କଥାକୁ ମାନିବା ପାଇଁ ବାଧ୍ୟ ନକରି ତାଙ୍କ ଉପରେ ଛାଡି ଦିଅନ୍ତୁ । କିଛି କହିବା ପୂର୍ବରୁ ବାଛି ବିଚାର କରି କୁହନ୍ତୁ । ଏହିପରି ଅନେକ ଛୋଟ ଲାଗୁଥିବା ବିଷୟରେ ଲେଖକ ଗୁରୁତ୍ବ ଦେଇଛନ୍ତି ଯାହା ବଳିଷ୍ଠ ବ୍ୟକ୍ତିତ୍ବ ସହଯୋଗ କରିବ । ଏହାହିଁ ଅନ୍ୟମାନଙ୍କୁ ଆପଣଙ୍କ ଆଡକୁ ଆକୃଷ୍ଟ କରିବ ।