ଏହି ମାମଲା 2014 ମସିହାର । ମହିଳାଙ୍କ ପରିବାର ଲୋକେ ଯୁବକଙ୍କ ଘରକୁ ପ୍ରସ୍ତାବ ନେଇ ଯାଇଥିଲେ । ସେତେବେଳେ ସେମାନେ ଯୁବତୀଙ୍କ ବୟସ 36 ବୋଲି ଦର୍ଶାଇଥିଲେ । ଖୁବ ଧୁମ ଧାମରେ ଉଭୟଙ୍କ ବିବାହ ହୋଇଥିଲା । କିଛିଦିନ ପରେ ସ୍ୱାମୀ ଜାଣିବାକୁ ପାଇଲେ ଯେ ପତ୍ନୀ ତାଙ୍କ ଠାରୁ 5 ବର୍ଷ ବଡ । ଖାଲି ସେତିକି ନୁହେଁ ସେ ବହୁ ଦିନ ହେଲା ଦୂରାରୋଗରେ ପୀଡିତ । କିନ୍ତୁ ଏକଥା ଲୁଚାଇଥିଲେ ଝିଅ ଘର ଲୋକେ ।
ବିବାହ ସମୟରେ ପତ୍ନୀଙ୍କୁ 41 ବର୍ଷ ହୋଇଥିଲା । ହେଲେ 36 ବୋଲି କହିଥିଲେ ଝିଅଘର ଲୋକେ । ଭାରତୀୟ ଛାଡପତ୍ର ଆଇନର ଧାରା 18 ଓ 19ରେ ପତ୍ନୀ ଓ ପତିଙ୍କୁ ଏହି ଅଧିକାର ଦିଆଯାଇଛି କି ସେମାନେ ବିଶ୍ୱାସଘାତକତା ଆଧାରରେ ବିବାହକୁ ଇବୈଧ ଘୋଷଣା କରିବା ଲାଗି କୋର୍ଟରେ ଆବେଦନ କରିପାରିବେ । ତେଣୁ ସ୍ୱାମୀ ପ୍ରଥମେ ପରିବାର ଅଦାଲତରେ ଛାଡପ୍ତର ଆବେଦନ କରିଥିଲେ । କିନ୍ତୁ ସେଠାରେ ତାଙ୍କ ଆବେଦନ ଖାରଜ ହୋଇଯିବା ପରେ ସେ ହାଇକୋର୍ଟକୁ ଆସିଥିଲେ । ଶେଷରେ ବିବାହକୁ ଅବୈଧ ବୋଲି ଘୋଷଣା କରିଛନ୍ତି କୋର୍ଟ ।
ଆହୁରି ଭାରତ ଖବର ପଢନ୍ତୁ...