ଏହା ସହ କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତର ପ୍ରଥମ ସ୍ବଦେଶୀ ହାଇଡ୍ରୋଜେନ୍ ଟ୍ରେନ୍ ୨୦୨୩ ଡିସେମ୍ବର ସୁଦ୍ଧା ପରିଚାଳିତ ହେବ । ବନ୍ଦେ ଭାରତ ଟ୍ରେନ୍ର ଡିଜାଇନ ମେ କିମ୍ବା ଜୁନ୍ ମାସ ସୁଦ୍ଧା ପ୍ରସ୍ତୁତ ହେବାନେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଏହି ବନ୍ଦେ ମେଟ୍ରୋ ଟ୍ରେନ୍ ଦେଶରେ ବଡ଼ ମାତ୍ରାରେ ନିର୍ମାଣ ହେବ । ବନ୍ଦେ ମେଟ୍ରୋ ମଧ୍ୟବିତ୍ତ ଏବଂ ଗରିବ ଲୋକଙ୍କ ପାଇଁ ଧ୍ୟାନରେ ରଖି ତିଆରି ହେଉଥିବା ନେଇ କହିଛନ୍ତି ରେଳମନ୍ତ୍ରୀ ।
୨୦୨୩ ଡିସେମ୍ବର ସୁଦ୍ଧା ଭାରତରେ ଚାଲିବ ପ୍ରଥମ ସ୍ବଦେଶୀ ହାଇଡ୍ରୋଜେନ୍ ଟ୍ରେନ୍

ଅର୍ଗସ ବ୍ୟୁରୋ : ୨୦୨୩ ଡିସେମ୍ବର ସୁଦ୍ଧା ଭାରତ ରେ ଚାଲିବ ପ୍ରଥମ ସ୍ବଦେଶୀ ହାଇଡ୍ରୋଜେନ୍ ଟ୍ରେନ୍ । ବନ୍ଦେ ଭାରତ ଟ୍ରେନ୍ ପରେ ଏବେ ଭାରତୀୟ ରେଳବାଇ ନିର୍ମାଣ କରୁଛି ବନ୍ଦେ ମେଟ୍ରୋ ଟ୍ରେନ୍ । ଏହି ଟ୍ରେନ୍ ୧୯୫୦ ଏବଂ ୬୦ ଦଶକରେ ନିର୍ମିତ ଟ୍ରେନ୍ର ସ୍ଥାନ ନେବ । ଏନେଇ ସୂଚନା ଦେଇଛନ୍ତି ରେଳ ଏବଂ ଦୂରସଂଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
Download Argus News App
