ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ମୋ ପାଖରେ ଶବ୍ଦ ନାହିଁ । ଦୟାଳୁ ଏବଂ ଯତ୍ନଶୀଳ ଲତା ଦିଦି ଆମକୁ ଛାଡି ସବୁ ଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି । ସେ ଆମ ଦେଶରେ ଏକ ଶୂନ୍ୟସ୍ଥାନ ଛାଡି ଦେଇ ଯାଇଛନ୍ତି ଯାହା ଅପୂରଣୀୟ । ସୁମଧୁର ସ୍ୱରରେ ଲୋକଙ୍କୁ ବାନ୍ଧି ରଖିବାର ଅପୂର୍ବ ଦକ୍ଷତା ତାଙ୍କର ଥିଲା । ଯେଉଁଥିପାଇଁ ଆଗାମୀ ପିଢି ତାଙ୍କୁ ଭାରତୀୟ ସଂସ୍କୃତିର ଏକ ଷ୍ଟଲୱାର୍ଟ ଭାବରେ ମନେ ରଖିବେ ।‘
‘ଏହାସହ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଲତା ଦିଦିଙ୍କ ସ୍ୱର ବିଭିନ୍ନ ଭାବନା ଆଣିଦିଏ । ସେ ଦଶନ୍ଧି ଧରି ଭାରତୀୟ ଚଳଚ୍ଚିତ୍ର ଜଗତର ପରିବର୍ତ୍ତନକୁ ଅତି ନିକଟରୁ ଦେଖିଥିଲେ । ଚଳଚ୍ଚିତ୍ର ବ୍ୟତୀତ, ସେ ଭାରତର ଅଭିବୃଦ୍ଧି ପାଇଁ ସର୍ବଦା ଆଗ୍ରହୀ ଥିଲେ । ସେ ସବୁବେଳେ ଏକ ଶକ୍ତିଶାଳୀ ଏବଂ ବିକଶିତ ଭାରତ ଦେଖିବାକୁ ଚାହୁଁଥିଲେ ।‘
‘ମୁଁ ଏହାକୁ ମୋର ସମ୍ମାନ ବୋଲି ବିବେଚନା କରେ ଯେ ମୁଁ ଲତା ଦିଦିଙ୍କଠାରୁ ସର୍ବଦା ଅପାର ସ୍ନେହ ପାଇଛି । ତାଙ୍କ ସହିତ ମୋର କଥାବାର୍ତ୍ତା ଅବିସ୍ମରଣୀୟ ରହିବ । ଲତା ଦିଦିଙ୍କ ଦେହାନ୍ତରେ ସେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଓମ୍ ଶାନ୍ତି । ‘
ଅନ୍ୟପଟେ ତାଙ୍କ ବିୟୋଗରେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ୨ ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶେଷକୃତ୍ୟରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।