ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୋର ବିଶ୍ୱାସ ଯେ ଏହି ଗସ୍ତ ଭାରତ-ଜାପାନର ସ୍ୱତନ୍ତ୍ର ଷ୍ଟ୍ରାଟେଜିକ୍ ଏବଂ ଗ୍ଲୋବାଲ୍ ପାର୍ଟନରସିପକୁ ଆହୁରି ସୁଦୃଢ କରିବ ।
ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା 4ର୍ଥ କ୍ବାଡ ଶିଖର ସମ୍ମିଳନୀରେ ଯୋଗଦେବେ ମୋଦି । ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦି ଜାପାନ ଗସ୍ତରେ ଯିବେ । କ୍ୱାଡ ଶିଖର ସମ୍ମିଳନୀରେ ବୈଠକରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ଏବଂ ପାରସ୍ପରିକ ସ୍ୱାର୍ଥର ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଜଣାପଡିଛି ।
ଏହା ପୂର୍ବରୁ ମାର୍ଚ୍ଚ ୨୦୨୧ରେ ଭର୍ଚୁଆଲ ମାଧ୍ୟମରେ କ୍ୱାଡର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସେପ୍ଟେମ୍ବର 2022 ରେ ଓ୍ବାଶିଂଟନ ଡି.ସି. ଠାରେ ନେତାମାନେ ଶିଖର ସମ୍ମିଳନୀରେ ଏକାଠି ହୋଇଥିଲେ । ପରେ ମାର୍ଚ୍ଚ ୨୦୨୨ରେ ଭର୍ଚୁଆଲ ବୈଠକ ହୋଇଥିବା ବେଳେ ଟୋକିଓରେ ହେବାକୁ ଯାଉଥିବା ଶିଖର ସମ୍ମିଳନୀରେ ବିଶ୍ବନେତା ମାନେ ପରସ୍ପରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
I look forward to meeting @POTUS @JoeBiden, PM @kishida230 and newly elected Australian PM @AlboMP. Our interactions will give us the opportunity to discuss bilateral relations between our respective nations and ways to further deepen developmental cooperation. — Narendra Modi (@narendramodi) May 22, 2022