ଗୋଟିଏ ଇଞ୍ଜିନ୍ ଖରାପ ହୋଇଗଲେ, ଆଉ ଗୋଟିଏରେ ବିମାନ ଭଲରେ ଉଡିପାରିବ। ଏପରିକି ଏହି ବିମାନ ୧୩ହଜାର କିଲୋ ଓଜନକୁ ବହନ କରି ଉଡିପାରିବାର କ୍ଷମତା ରହିଛି।
#WATCH | Latest visuals from the spot (between Coimbatore and Sulur) where a military chopper crashed in Tamil Nadu. CDS Bipin Rawat, his staff and some family members were in the chopper. pic.twitter.com/6oxG7xD8iW — ANI (@ANI) December 8, 2021
ଏଣୁ ଆପଣ ସହଜରେ ବୁଝିପାରୁଥିବେ ଯେ, ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଏତେ ସହଜ ନୁହେଁ। ଅପରପକ୍ଷେ ଦେଶର ୩ ସେନାର ମୁଖ୍ୟ ଜେନେରାଲ ରାୱତଙ୍କ ସହ କୌଣସି ଅନଭିଜ୍ଞ ପାଇଲଟ୍ ଯାଇ ନ ଥିବେ। ତେଣୁ ପାଇଲଟଙ୍କ ବେପରୁଆ ମନୋଭାବା ପାଇଁ ଦୁର୍ଘଟଣା ଘଟିବା କଥା ମଧ୍ୟ ସହଜରେ ବିଶ୍ୱାସ ଯୋଗ୍ୟ ନୁହେଁ।
କେବଳ ସିଗନାଲ ଫେଲୁଅର, ଯାନ୍ତ୍ରୀକ ତ୍ରୁଟି ଓ ପାଗ ପରିବତ୍ତନ ଦୁର୍ଘଟଣାର ସମ୍ଭାବ୍ୟ କାରଣ ବୋଲି କୁହାଯାଇପାରେ। କାରଣ ଯେତେ ଶକ୍ତିଶାଳୀ ବିମାନ ହେଉ ନା କାହିଁକି, ପାଗ ଅନୁକୂଳ ନ ଥିଲେ ଏହାର ଉଡାଣ ଆଦୌ ବିପଦମୁକ୍ତ ନୁହେଁ। ଅନ୍ୟପକ୍ଷରେ ଯାନ୍ତ୍ରୀକ ତ୍ରୁଟି ମଧ୍ୟ କାରଣ ହୋଇପାରେ।
ଏବେ ଏ ସବୁ ତର୍କକୁ ନେଇ ତର୍ଜମା କରୁଛି ବାୟୁସେନା। ଦୁର୍ଘଟଣାର କାରଣ ଜାଣିବାକୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଗଲାଣି। ଶେଷ ଖବର ସୁଦ୍ଧା ବିମାନରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ମୃତ୍ୟୁବରଣ କରି ସାରିଲେଣି। କିନ୍ତୁ CDS ବିପିନ୍ ରାୱତଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ବୋଲି କୁହାଯାଉଛି।
ଏପଟେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ସେମାନେ ଉଡୁଥିବା ଅବସ୍ଥାରେ ବିମାନରେ ନିଆଁ ଲାଗିଥିବା ଦେଖିଥିଲେ, ପରେ ବିମାନ ପାହଡରେ ପିଟିହୋଇ ତଳେ ପଡିଥିଲା। ବିମାନ ଏହାର ଗନ୍ତବ୍ୟସ୍ଥଳଠାରୁ ମାତ୍ର ୧୦ କିମି ଦୂରରେ ଏମିତି ଦୁର୍ଘଟଣାର ଶିକାର ହୋଇଛି।
ଇତି ମଧ୍ୟରେ ତାମିଲନାଡୁ ସରକାର କୋୟମ୍ବଟୁର ଓ କୁନ୍ନୁରରୁ ଡାକ୍ତରୀ ଟିମ୍ ଅଣାଇ ଚିକିତ୍ସା କରୁଥିଲେ ବି ପ୍ରାଣହାନୀକୁ ଅଟକାଇବାରେ ଅସମର୍ଥ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଘଟଣାର ସମୀକ୍ଷା କରୁଥିବା ବେଳେ କାଲି ଗୃହରେ ଏ ସମ୍ପର୍କରେ ନିଜର ବିବୃତ୍ତି ରଖିବେ।
ଆଜି ଏ ବାବଦରେ ସିଂ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବା ପରେ CDSଙ୍କ ସରକାରୀ ବାସଭବନକୁ ଯାଇ ପରିବାର ଲୋକଙ୍କୁ ଭେଟିଛନ୍ତି। ଯେତେ ଯାହା ହେଲେବି ଆଜିର ଦିନଟି ଦେଶ ପାଇଁ ନିଶ୍ଚିତ ଗୋଟିଏ ଅପୂରଣୀୟ କ୍ଷତିର ସ୍ମୃତି ବହନ କଲା ବୋଲି କହିବା ଠିକ୍ ହେବ।