ବିମାନଟି ଗାଁରେ ଖସିପଡିବାରୁ ଦୁଇ ଜଣ ମହିଳା ପ୍ରାଣ ହରାଇଛନ୍ତି। ଉଡାଣ ଭରିବା ବେଳେ କୌଣସି କାରଣରୁ ପାଇଲଟଙ୍କ ନିୟନ୍ତ୍ରଣ ବାହାରକୁ ଯାଇଥିଲା ମିଗ୍-୨୧ । ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଦୁଇ ପାଇଲଟ ।
ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ରାଜସ୍ଥାନରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣା ବିମାନରେ ଦୁଇ ପାଇଲଟ ସୁରକ୍ଷିତ ଥିବା ସୂଚନା। ହନୁମାନଗଡରେ ବାୟୁସେନାର ମିଗ୍-୨୧ ଫାଇଟ୍ର ଜେଟ୍ ଖସିପଡିଲା।
ବିମାନଟି ଗାଁରେ ଖସିପଡିବାରୁ ଦୁଇ ଜଣ ମହିଳା ପ୍ରାଣ ହରାଇଛନ୍ତି। ଉଡାଣ ଭରିବା ବେଳେ କୌଣସି କାରଣରୁ ପାଇଲଟଙ୍କ ନିୟନ୍ତ୍ରଣ ବାହାରକୁ ଯାଇଥିଲା ମିଗ୍-୨୧ । ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଦୁଇ ପାଇଲଟ ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ଅନୁଭବଙ୍କ ଡିଭୋର୍ସ ପାର୍ଟି ପ୍ଲାନିଂକୁ ଝଟକା । ୩ ବର୍ଷର ଆଇନଗତ ଲଢେଇ, ବିଜେଡି ସାଂସଦଙ୍କ ସୋସିଆଲ ମିଡିଆରେ ବାରମ୍ବାର ପୋଷ୍ଟ, ବିଭିନ୍ନ ସଭାରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଆକ୍ଷେପ ଆଉ ଶେଷରେ ବିଜେଡି ସାଂସଦଙ୍କୁ ଲାଗିଛି କୋର୍ଟଙ୍କ ବଡ଼ ଝଟକା । କଟକ ପରିବାର ଅଦାଲତ ଅନୁଭବଙ୍କ ଡିଭୋର୍ସ ପିଟିସନକୁ ଖାରଜ କରିଛନ୍ତି । ଏଥିସହିତ ବର୍ଷାଙ୍କ ସେକସନ୍ ୯ ପିଟିସନ୍ ବି ଖାରଜ ହୋଇଛି ।
ଅଧିକ ପଢନ୍ତୁ : କଟକ ପରିବାର ଅଦାଲତରେ ଶେଷ ହେଲା ମାମଲା
୨୦୨୦ରେ କୋଭିଡ୍ ସମୟରେ ଚର୍ଚ୍ଚାକୁ ଆସିଥିଲେ ସେଲିବ୍ରିଟି କପଲ୍ । ଦିଲ୍ଲୀର କୋର୍ଟରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଦାଖଲ କରିଥିଲେ ଡିଭୋର୍ସ ପିଟିସନ୍ । ମାମଲାକୁ ଦିଲ୍ଲୀକୁ କଟକ ଟ୍ରାନସଫର ପାଇଁ ଆବେଦନ କରିଥିଲେ ବର୍ଷା । ସୁପ୍ରିମକୋର୍ଟଙ୍କ ରାୟ ଯାଇଥିଲା ବର୍ଷାଙ୍କ ସପକ୍ଷରେ । ଅନୁଭବ ବିଭିନ୍ନ ସମୟରେ ବର୍ଷାଙ୍କୁ ନିର୍ଯାତନା ଦେଉଥିବା ହୋଇଥିଲା ଅଭିଯୋଗ ।
ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ୪୯୮ଏ, ୫୦୬, ୩୪୧ ରେ ମାମଲା ବି ରୁଜ୍ଜୁ ହୋଇଥିଲା । ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏହାଭିତରେ ବିଭିନ୍ନ ସମୟରେ ଅନୁଭବ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଟ୍ରୋଲ୍ ହୋଇଥିଲେ । ତେବେ ଅନୁଭବ ଜାଣିଥିଲେ କି କୋର୍ଟରେ ହାରିବେ, ତାଙ୍କ ଅଭିଯୋଗର ନାହିଁ ସତ୍ୟତା, ସେଥିପାଇଁ ବିଜେଡି ସାଂସଦ କରୁଥିଲେ କି ମିଛ ନାଟକ, କାରଣ ବର୍ଷା କେବେ ବି ଅନୁଭବଙ୍କୁ ନେଇ ମିଡିଆରେ କି ସୋସିଆଲ ମିଡିଆରେ କିଛି କହିନଥିଲେ ।
ଅର୍ଗସ ବ୍ୟୁରୋ : ଦେଶରେ ଏକକ ନିର୍ବାଚନ ନେଇ ଆଜି ଦିଲ୍ଲୀରେ ବସିବ ବୈଠକ । ଏକକ ନିର୍ବାଚନ ନେଇ ଦେଶର ବର୍ତ୍ତମାନର ଆଇନକୁ ତର୍ଜମା କରିବା ସହ ବିଭିନ୍ନ ଦିଗ ଉପରେ ହେବ ଆଲୋଚନା । ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସଙ୍ଗରେ ବିଚାରବିମର୍ଶ ପାଇଁ ଏକ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ଆଜି ଏହି କମିଟିର ପ୍ରଥମ ବୈଠକ ।
ଅଧିକ ପଢନ୍ତୁ ଭାରତ ଖବର
ଏକସଙ୍ଗେ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ଏହି ବୈଠକରେ ଆଲୋଚନା କରାଯିବ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି । ଏହି କମିଟି ଏକକ ନିର୍ବାଚନ ଉପରେ ବିଶ୍ଳେଷଣ କରିବା ସହ ସରକାରଙ୍କୁ ପରାମର୍ଶ ଦେବ ।
ଅର୍ଗସ ବ୍ୟୁରୋ : ଆଜି ପବିତ୍ର ରାଧାଷ୍ଟମୀ । ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି । ନଗର ପରିକ୍ରମା ସହ ଚାରିଆଶ୍ରମ ବିଜେ କରିବେ ଚକ୍ରରାଜ ସୁଦର୍ଶନ । ଅପରାହ୍ନରେ ସୁଦର୍ଶନ ମହାପ୍ରଭୁ ଶ୍ରୀମନ୍ଦିର ବେଢା ପରିକ୍ରମା କରିବା ପରେ ବାହାରକୁ ତାଙ୍କ ବିମାନ ବାହାରି ନଗର ପରିକ୍ରମା କରିବ । ଏହାପରେ ପନ୍ତି ଭୋଗ ଖାଇ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ବର ମହାଦେବ ମନ୍ଦିରକୁ ବିଜେ କରିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନିତି ଅନୁଷ୍ଠିତ ହେବ । ଜମ୍ବେଶ୍ବରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମୁଖରେ ପଢି ନିତି ସମ୍ପର୍ଣ୍ନ କରିବେ । ସୁଦର୍ଶନ ମହାପ୍ରଭୁ ଜମ୍ବେଶ୍ୱରଙ୍କ ଠାରୁ ଆୟବ୍ୟୟ ହିସାବ ଆଣିବା ପରେ ସେଠାରୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ । ତେବେ ଗତକାଲି ରାତିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥିଲା କେକେସି ରାକ୍ଷସ ବଧ ନୀତି ।