ପୁଣେ ଭିତ୍ତିକ ମିଲାବ ଡିସକଭରି ସଲ୍ୟୁସନ୍ ଲିମିଟେଡ୍ ଦ୍ୱାରା ନିର୍ମିତ ‘କୋଭି ସେଲଫ୍’କୁ ଅନୁମୋଦନ ମିଳିଛି । ଘରେ ରହି ଏହି ଟେଷ୍ଟିଂ କିଟ୍ ବ୍ୟବାହର କରି ଆପଣ ପଜିଟିଭ କି ନେଗେଟିଭ ଜାଣିପାରିବେ । ତେବେ କିପରି ଟେଷ୍ଟ କରିବେ ଏବଂ କେଉଁମାନେ ଏହି ଟେଷ୍ଟ କରିପାରିବେ ସେ ନେଇ ଆଇସିଏମଆର ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି । ନଜର ପକାନ୍ତୁ...
- ଯେଉଁମାନଙ୍କ ମଧ୍ୟରେ ଲକ୍ଷଣ ଦେଖାଯାଉଛି ଏବଂ ଯେଉଁମାନେ କୋରୋନା ପଜିଟିଭଙ୍କ ଡାଇରେକ୍ଟ କଣ୍ଟାକ୍ଟରେ ଆସିଛନ୍ତି ସେମାନେ ଏହି କିଟ୍ ବ୍ୟବହାର କରି ପାରିବେ ।
- ମନ ଇଚ୍ଛା ଏହି କିଟ୍ କେହି ବ୍ୟବହାର ନକରିବା ଉଚିତ୍ ।
- ଘରେ ରହି କୋଭିଡ ପରୀକ୍ଷା ପାଇଁ କେବଳ ଏକମାତ୍ର ଟେଷ୍ଟିଂ କିଟ୍ ହେଉଛି କୋଭିସେଲ୍ଫ । ଯାହାକୁ ଅନୁମତି ମିଳିଛି ।
- ଟେଷ୍ଟ ପାଇଁ କେବଳ ନାସାଲ ସ୍ୱାବ୍ ଆବଶ୍ୟକ ।
- 18 ବର୍ଷରୁ ଅଧିକ ବ୍ୟକ୍ତି ଏହି ପରୀକ୍ଷା ନିଜେ କରିପାରିବେ । 2 ରୁ 17 ବର୍ଷଙ୍କ ପିଲାଙ୍କ ପରୀକ୍ଷା ପାଇଁ ଜଣେ ବୟସ୍କ ବ୍ୟକ୍ତି ତାଙ୍କର ସାମ୍ପଲ କଲେକ୍ଟ କରିବେ ।
- ଏହି ଟେଷ୍ଟିଂ ପାଇଁ ଡାକ୍ତରଙ୍କର କୌଣସି ପ୍ରେସକ୍ରିପସନ ଦରକାର ନାହିଁ ।
ପରୀକ୍ଷା କରିବା ସମୟରେ କଣ ସବୁ ପଦକ୍ଷେପ ନେବେ ଏବଂ କିପରି କରିବେ....
1-ଘରେ ଏକ ସଫା ଜାଗାକୁ ଯାଆନ୍ତୁ । ଯେଉଁଠି ଟେଷ୍ଟିଂ କରିବେ ।
2-ଟେଷ୍ଟିଂ ପାଇଁ ଏକ ଟେବୁଲ ବ୍ୟବାହର କରନ୍ତୁ ଏବଂ ସେହି ସ୍ଥାନକୁ ଭଲଭାବରେ ସାନିଟାଇଜ କରନ୍ତୁ ।
3-ଟେଷ୍ଟିଂ କରିବା ପୂର୍ବରୁ ହାତକୁ ଭଲ ଭାବରେ ସାବୁନ ଲଗାଇ ଧୋଇ ପୋଛି ନିଅନ୍ତୁ ।
4-ଟେଷ୍ଟିଂ କରିବା ପୂର୍ବରୁ ନିଜ ମୋବାଇଲରେ mylab coviself app କୁ ଡାଉନଲୋଡ କରନ୍ତୁ । (ଏହାକୁ google play store କିମ୍ବା app store ରୁ ଡାଉନଲୋଡ କରିପାରିବେ । )
5-ଏହାପରେ ନିଜ ନାସାଲ ସ୍ୱାବ ନିଅନ୍ତୁ ।
5-ଯେଉଁଫୋନରେ ଆପ୍ ଡାଉନଲୋଡ କରିଛନ୍ତି ସେହି ଫୋନରେ ଟେଷ୍ଟ ଷ୍ଟ୍ରିପ୍ ର ଏକ ଫଟୋ ନିଅନ୍ତୁ ।
6-ଆପଣଙ୍କ ମୋବାଇଲ ଫୋନ ଆପରେ ଥିବା ତଥ୍ୟ ICMR କୋରୋନା ପରୀକ୍ଷଣ ପୋର୍ଟାଲ ସହିତ ସଂଯୁକ୍ତ ରହିଛି । ଯେଉଁଠାରେ ସମସ୍ତ ତଥ୍ୟ ଗଚ୍ଛିତ ହୋଇଛି ।
7-ଯଦି ଉଭୟ କଣ୍ଟ୍ରୋଲ୍ ଲାଇନ୍ ସି ଏବଂ ଟେଷ୍ଟ୍ ଲାଇନ୍ ଟି କାର୍ଟ୍ରିଜରେ ଦେଖାଯାଏ, କରୋନା ଭାଇରସ୍ ଆଣ୍ଟିଜେନର ଉପସ୍ଥିତି ନିଶ୍ଚିତ ହୁଏ ଏବଂ ଫଳାଫଳ ପଜିଟିଭ ଅଟେ ।
8- ଯଦି କେବଳ କଣ୍ଟ୍ରୋଲ୍ ଲାଇନ୍ ସି ଦେଖାଯାଏ କିନ୍ତୁ ଟେଷ୍ଟ୍ ଲାଇନ୍ ଟି ଦେଖାଯାଏ ନାହିଁ, ଏହା ସୂଚିତ କରେ ଯେ କରୋନା ଭାଇରସ୍ ଆଣ୍ଟିଜେନ୍ ଚିହ୍ନଟ ହୋଇନାହିଁ । ଏବଂ ରିପୋର୍ଟ ନେଗେଟିଭ୍ ।
9 -ତେବେ ଏହି କିଟ୍ ରେ ରିଜଲ୍ଟ ଆସିବାକୁ 10 ରୁ 15 ମିନିଟ୍ ସମୟ ଲାଗିବ ।
- ଏହା ମଧ୍ୟ ସ୍ପଷ୍ଟ ଭାବରେ କୁହାଯାଉଛି ଯେ, ଯଦି ସ୍ୱାବ ନେବା ସମୟରେ ଯନ୍ତ୍ରଣା ହୁଏ । ତେବେ ଡାକ୍ତରଙ୍କ ପାରମର୍ଶ ନେବା ଉଚିତ୍ ।
- ପଜିଟିଭ୍ ଚିହ୍ନଟ ହେଉଥିବା ସମସ୍ତ ବ୍ୟକ୍ତି ବିଶେଷ ପ୍ରକୃତରେ ପଜିଟିଭ ହୋଇପାରନ୍ତି ସେଥିପାଇଁ ପୁନର୍ବାର ପରୀକ୍ଷା କରିବା ଆବଶ୍ୟକ ନୁହେଁ ବୋଲି କୁହାଯାଇଛି ।
- ପଜିଟିଭ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟବିଭାଗର ପରାମର୍ଶ ଅନୁଯାୟୀ ଆଇସୋଲେଟ କରିବା ସହ ଚିକିତ୍ସା କରିବା ଜରୁରୀ ବୋଲି କୁହାଯାଇଛି ।
- ଯେଉଁମାନେ ନେଗେଟିଭ ପରୀକ୍ଷା ହେଉଛନ୍ତି ସେମାନେ ତୁରନ୍ତ ଆରଟିପିଆର ପରୀକ୍ଷା କରିବା ଜରୁରୀ । ଏହା ଏଥିପାଇଁ କୁହାଯାଇଛି କାରଣ କମ ଭାଇରାଲ ଲୋଡ ହେତୁ RAT ଦ୍ୱାରା ମିସ୍ ହେବାର ସମ୍ଭାବନା ଥାଏ ।
- ଏହି କିଟ୍ କୁ ସୂର୍ଯ୍ୟ କିରଣଠୁ ଦୂରରେ ଏବଂ ରୁମ୍ ଟେମ୍ପେରଚରରେ ରଖିବା ଆବଶ୍ୟକ ।
- ଏହି କିଟ୍ ର ଦାମ ରହିଛି 250 ଟଙ୍କା ।