ICSE ଦଶମରେ 9 ପରୀକ୍ଷାର୍ଥୀ 99.8% ମାର୍କ ରଖି ମିଳିତ ଟପ୍ପର ହୋଇଛନ୍ତି । ସେହିପରି ISC ଦ୍ୱାଦଶରେ 5 ପରୀକ୍ଷାର୍ଥୀ 99.75% ମାର୍କ ସହ ମିଳିତ ଟପ୍ପର ହୋଇଛନ୍ତି । cisce.org ଓ results.cisce.orgରେ ରେଜଲ୍ଟ ଉପଲବ୍ଧ ହେବ । ଡିଜିଲକର ଓ SMS ଜରିଆରେ ମଧ୍ୟ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ ।
ଅନ୍ୟପଟେ ICSE ଦଶମରେ ପ୍ରିୟଙ୍କା ପରାସର, ବିଷ୍ଣୁ ଶତପଥୀ ଓଡିଶା ଟପ୍ପର ହୋଇଛନ୍ତି । ଉଭୟେ 99.40% ମାର୍କ ରଖି ମିଳିତ ଭାବେ ଟପ୍ପର ହୋଇଛନ୍ତି । ସେହିପରି ISC ଦ୍ୱାଦଶ ପରୀକ୍ଷାରେ ଦିଶା ଗୋଏଲ ଓଡିଶା ଟପ୍ପର ହୋଇଛନ୍ତି । ଦିଶା ଗୋଏଲ ରଖିଛନ୍ତି 98.26 ପ୍ରତିଶତ ।
ଆହୁରି ପଢନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର...