ଆଇଆଇଏମରେ ଆଡମିଶନ ନେବାକୁ ହେଲେ ପ୍ରଥମେ କ୍ୟାଟ ପରୀକ୍ଷା କ୍ଲିୟର କରିବା ଆବଶ୍ୟକ. ତେବେ ଚଳିତ ବର୍ଷ ୨୦୨୩ର କ୍ୟାଟ ଏକ୍ସାମ ରବିବାର ଦିନ ହେବାକୁ ଯାଉଛି. ଆସନ୍ତୁ ଜାଣିବା ଏହି ପରୀକ୍ଷା ସମ୍ବନ୍ଧୀୟ ସମ୍ପୁର୍ଣ୍ଣ ବିବରଣୀ.
ଚଳିତ ବର୍ଷ ଆଇଆଇଏମ ଲକ୍ଷ୍ନୌ ତରଫରୁ କ୍ୟାଟ ପ୍ରବେଶିକା ପରୀକ୍ଷା କରାଯାଉଛି. ଏନେଇ ଆଇଆଇଏମ ଲକ୍ଷ୍ନୌ ଏହାର ମୋକ ଟେଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି. ଏହି ମୋକ ଟେଷ୍ଟ ଦେବାଦ୍ବାରା ଛାତ୍ରଛାତ୍ରୀ ପ୍ରଶ୍ନପତ୍ରର ନମୁନା ଜାଣିବା ସହ ନିଜକୁ ଅଧିକ ପ୍ରସ୍ତୁତ କରିପାରିବେ. ଏଥିପାଇଁ ଆପଣଙ୍କୁ ଏହାର ଅଫିସିଆଲ ୱେବସାଇଟ IIMCAT . AC. IN ଯିବାକୁ ପଡିବ ପଡିବ . ଏହି ୱେବସାଇଟରେ ମୋକ ଟେଷ୍ଟର ଲିଙ୍କ ଆକ୍ଟିଭ ରହିଛି. ମୋକଟେଷ୍ଟ ଅଧିକ ଦେବାଦ୍ବାରା ଛାତ୍ରଛାତ୍ରୀ ନିଜର ପରୀକ୍ଷା ସମ୍ବନ୍ଧୀୟ ଅନେକ ସନ୍ଦେହ ମଧ୍ୟ ଦୂର କରିପାରିବେ.
ତେବେ ଏହି ପରୀକ୍ଷାର ସମୟସୀମା ରହିଛି ୧୨୦ ମିନିଟ ଅର୍ଥାତ ୨ ଘଣ୍ଟା . ଏହାକୁ ତିନୋଟି ସେକ୍ସନରେ ବିଭକ୍ତ କରାଯାଇଛି. ପ୍ରତି ସେକ୍ସନରେ ରହିଛି ୪୦ ମାର୍କ. ତେବେ ଦିବ୍ୟାଙ୍ଗଙ୍କ ପାଇଁ ସମୟସୀମା ଅଧିକ ୪୦ ମିନିଟ ରହିଛି . ମୋକଟେଷ୍ଟ ବ୍ୟତୀତ ଆପଣ ପୂର୍ବ କିଛିବର୍ଷର ପ୍ରଶ୍ନପତ୍ରକୁ ନେଇ ମଧ୍ୟ ପ୍ରତ୍ସୁତ କରିପାରିବେ. ବିଶେଷଭାବେ ଚଳିତଥିର ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କ ହାତରେ ଆଉମାତ୍ର କିଛିଦିନ ରହିଛି. ଏହା ଭିତରେ ବାରମ୍ବାର ମୋକଟେଷ୍ଟ ଦେବାସହ ନିଜ ବିଷ୍ୟବସ୍ତୁକୁ ରିଭିଜନ କରିବା ସେମାନଙ୍କ ପାଇଁ ବେଶି ଫଳପ୍ରଦ ରହିବ .