ଏ ସମ୍ପର୍କୀତ ଅନୁଷ୍ଠିତ ହୋଇଯାଇଥିବା ବୈଠକରେ ଡ଼ିଜିଟାଲ ୟୁନିଭରସିଟି ପାଇଁ ରୋଡମ୍ୟାପ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଥିବା ବିଭିନ୍ନ ଯୋଜନା ଗୁଡ଼ିକ ଉପରେ କେନ୍ଦ୍ରମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ କେନ୍ଦ୍ରୀୟ ବଜେଟରେ ଡିଜିଟାଲ ୟୁନିଭରସିଟି ଗଠନ ପାଇଁ ଘୋଷଣା ହୋଇଥିଲା । ଏହି ପଦକ୍ଷେପ ଉଚ୍ଚ ଶିକ୍ଷା କ୍ଷେତ୍ରରେ ନୂଆ ପରିବର୍ତନ ଆଣିବା ସହ ସୁଲଭ, ସମାନତା, ଉପଲବ୍ଧି, ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ନିଯୁକ୍ତି ଭିତିକ ଶିକ୍ଷା ଉପରେ ଫୋକସ କରିବ ।
ଶିକ୍ଷା ମନ୍ତ୍ରଣାଳୟ ଓ ବିଭିନ୍ନ ଷ୍ଟେକହୋଲଡର ଡ଼ିଜଟାଲ ୟୁନିଭରସିଟି ଗଠନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଏହାକୁ ତ୍ୱରାନ୍ୱିତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ ଗୁରୁତ୍ୱ ଦେଉଛନ୍ତି । ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କୁ ବୈଶ୍ୱ ିକ ସ୍ତରର ଶିକ୍ଷା ପ୍ରଦାନ କରିବା ପାଇଁ ଏଭଳି ଅଭିନବ ପଦକ୍ଷେପ ନିଆଯାଇଛି ।