ଏହାପୂର୍ବରୁ, 03 ଏପ୍ରିଲ 1952 ରେ, ଉପର ଗୃହ ଅର୍ଥାତ୍ ରାଜ୍ୟସଭା ଗଠନ କରାଯାଇଥିଲା ଏବଂ ଏହାର ପ୍ରଥମ ଅଧିବେଶନ 13 ମଇରେ ଅନୁଷ୍ଠିତ ହୋଇଥିଲା। ସେହିଭଳି, ପ୍ରଥମ ଲୋକସଭା 17 ଏପ୍ରିଲ 1952 ରେ ଗଠିତ ହୋଇଥିଲା ଏବଂ ଏହାର ପ୍ରଥମ ଅଧିବେଶନ 13 ମଇ 1952ରେ ଅନୁଷ୍ଠିତ ହୋଇଥିଲା।
15 ଅଗଷ୍ଟ 1947ରେ ସ୍ଵାଧୀନତା ପରଠାରୁ ଦେଶ ସମ୍ବିଧାନ ସଭା ଏବଂ ମଧ୍ୟବର୍ତ୍ତୀକାଳୀନ ସରକାର ଦ୍ୱାରା ଶାସିତ ହୋଇଥିଲା। ପ୍ରଥମ ସାଧାରଣ ନିର୍ବାଚନ 25 ଅକ୍ଟୋବର 1951 ରୁ 21 ଫେବୃଆରୀ 1952 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।