ମଧ୍ୟ ପ୍ରଦେଶରେ ହିନ୍ଦୀ ଭାଷାରେ ମେଡିକାଲ ପାଠ ପଢାଯିବା ଦେଶରେ ପ୍ରଥମ ହେବ। ହିନ୍ଦି ଭାଷାରେ ମେଡିକାଲ ଏବଂ ଇଞ୍ଜିନିୟରି ପଢାଯାଇପାରିବ ନାହିଁ ବୋଲି ଯେଉଁ ଧାରଣା ଅଛି ତାର ଅବସାନ ଘଟିବ। ଯାହାଦ୍ବାରା ହିନ୍ଦିରେ ପାଠ ପଢିଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ପଢିବାରେ ଆଉ କୌଣସି ସମସ୍ୟା ହେବନାହିଁ। ଭୋପାଳର ଗାନ୍ଧୀ ମେଡିକାଲର ଏକ ଟିମ ପକ୍ଷରୁ ଗତ ଫ୍ରେବୃଆରୀ ମାସରୁ ମେଡିକାଲ ପାଠ୍ୟକ୍ରମର ଇଂରାଜୀ ପୁସ୍ତକକୁ ହିନ୍ଦିରେ ଅନୁବାଦ କରାଯାଇଥିଲା। ଯେଉଁଥିପାଇଁ 97ଜଣ ମେଡିକାଲ ଶିକ୍ଷକଙ୍କୁ 5568ଘଣ୍ଟା ସମୟ ଲାଗିଥିଲା।
ଭାରତ ଖବର ଆହୁରି ପଢ଼ନ୍ତୁ ।