ଛାନଭିନ୍ ବେଳେ ଜଙ୍ଗଲ ଭିତରୁ ୧୪ ଖଣ୍ଡ ମାଂସ ଜବତ କରିଛି। ଉଦ୍ଧାର ମାଂସଖଣ୍ଡକୁ ଫରେନ୍ସିକ୍ ଲ୍ୟାବ୍କୁ ପଠାଇ ଦିଆଯାଇଛି। ତେବେ ପ୍ରାପ୍ତ ମାଂସଖଣ୍ଡ ଅଫତାବର ପ୍ରେମିକା ଶ୍ରଦ୍ଧା ଓ୍ବାକରଙ୍କର କି ନୁହେଁ, ସେ ନେଇ ଯାଞ୍ଚ ପାଇଁ ତାଙ୍କ ପିତାଙ୍କ ଡିଏନଏ ସହ ମ୍ୟାଚ କରାଯିବ।
୨୭ ବର୍ଷୀୟା ଶ୍ରଦ୍ଧା ମୁମ୍ବାଇର ଏକ କଲ୍ ସେଣ୍ଟରରେ କାମ କରୁଥିଲେ। ଡେଟିଂ ଆପ୍ ଦ୍ୱାରା ସେ ଆଫତାବଙ୍କ ଶସ୍ପର୍ଷରେ ଆସିଥିଲେ। ପାରିବାରିକ ବିରୋଧ ପାଇଁ ଶ୍ରଦ୍ଧା ଆଫତାବ ଦିଲ୍ଲୀ ପଳାଇ ଆସିଥିଲେ । ସ୍ଥାନୀୟ ମେହରଲି ଅଞ୍ଚଳରେ ଏକ ଫ୍ଲାଟରେ ଉଭୟେ ଏକାଠି ଲିଭି-ଇନ୍ରେ ରହିଥିଲେ। ପରେ ଶ୍ରଦ୍ଧା ବିବାହ କରିବାକୁ ଅଫତାବଙ୍କ ଉପରେ ଚାପ ପକାଇଥିଲେ। ମାତ୍ର ଆଫତାବଙ୍କ ଇରାଦା କିଛି ଭିନ୍ନ ଥିଲା। ସେ କେବଳ ଦେହସୁଖ ପାଇଁ ଶ୍ରଦ୍ଧାଙ୍କ ସହ ରହିଥିଲେ। ବିବାହ କଥା ଉଠିବା ପରେ ସେ ଶ୍ରଦ୍ଧାଙ୍କୁ ଜୀବନରୁ ମାରିଦେବାକୁ ଉପାୟ ପାଞ୍ଚିଥିଲେ।
ପୁଲିସ କହିବା ମୁତାବକ ମେ’ ୧୮ ତାରିଖରେ ଶ୍ରଦ୍ଧା ଏବଂ ଆଫତାବଙ୍କ ମଧ୍ୟରେ ବିବାହକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଫଳରେ ପୁନାୱାଲା ଶ୍ରଦ୍ଧାଙ୍କୁ ତଣ୍ଟିଚିପି ମାରି ଦେଇଥିଲେ। ହେଲେ ମାରିବା ପରେ ସେ ଶବକୁ କେମିତି ହଟେଇବେ ସେ ନେଇ ଉପାୟ ପାଞ୍ଚିଲେ। ସହାୟତା ନେଲେ ଓ୍ବେବ ସିରିଜର । ଠିକ୍ ଦୃଶ୍ୟମର କାହାଣୀ ଭଳି ଶବକୁ ଖଲାସ କରିବା ପାଇଁ ଆପ୍ରାଣ ଉଦ୍ୟମ କଲେ। ଆମେରିକୀୟ କ୍ରାଇମ୍ ଶୋ ଡେକ୍ସଟର ଦେଖିଲେ ଆଫତାବ। ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ୍। କିଣାଗଲା ମାଂସ କଟା କଟୁରୀ। ଆଉ ତଣ୍ଟି ଚିପି ପ୍ରେମିକାଙ୍କୁ ମାରିବା ପରେ କଟୁରୀରେ ହାଣି ୩୫ ଟୁକୁଡା କଲେ। ଆଉ ଏହାକୁ ଫ୍ରିଜରେ ରଖିଥିଲ। ପ୍ରତି ରାତିରେ ଏହି ଟୁକୁଡାକୁ ଆଣି ଏଇ ଜଙ୍ଗଲରେ ଫିଙ୍ଗୁଥିଲେ।
ପୁଲିସ ତଦନ୍ତ ଆରମ୍ଭ କରିଛି। ଆଉ କେଉଁ ନୂଆ କାହାଣୀମାନେ ଏହି ମୂଳ ଲଭଷ୍ଟୋରୀ ସହ ଯୋଡି ହେଉଛି ତାହା ଦେଖିବାକୁ ରହିଲା।
ଅପରାଧ ଖବର ଆହୁରି ପଢ଼ନ୍ତୁ ।