ମାର୍ଚ୍ଚରେ ମୋଟ ଜିଏସଟି ଆଦାୟ ମଧ୍ୟରେ ୨୮,୪୧୧ କୋଟି ଟଙ୍କାର ସିଜିଏସଟି, ୩୫୮୨୮ କୋଟି ଟଙ୍କାର ଏସଜିଏସଟି ଏବଂ ରେକର୍ଡ ୮୧୩୬୩ କୋଟି ଟଙ୍କାର ଆଇଜିଏସଟି ଅନ୍ତର୍ଭୁକ୍ତ । ଏଥିରେ ୧୧,୪୮୯ କୋଟି ଟଙ୍କା ସେସ୍ ଅନ୍ତର୍ଭୁକ୍ତ, ଯେଉଁଥିରୁ ୧୦୫୭ କୋଟି ଟଙ୍କା ସାମଗ୍ରୀ ଆମଦାନୀରୁ ଆସିଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଗତ ମେ ମାସରେ ଓଡ଼ିଶାରେ ୪୩୯୮ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି, ଯାହାକି ମାର୍ଚ୍ଚ ୨୦୨୨ରେ ୩୯୫୬ କୋଟି ଟଙ୍କା ଥିଲା । ଏଣୁ ଗତ ଆର୍ଥିକ ବର୍ଷର ମେ ମାସ ତୁଳନାରେ ମେ ୨୦୨୩ରେ ଓଡ଼ିଶାର ଜିଏସଟି ସଂଗ୍ରହ ୧୧ ପ୍ରତିଶତ ବୃଦ୍ଧି ପାଇଛି ।
ଅଧିକ ପଢନ୍ତୁ ଭାରତ ଖବର