15 ବର୍ଷୀୟ ନାବାଳିକା ସବୁବେଳେ ଫୋନରେ ସମୟ ବିତାନ୍ତି । ଅଧିକାଂଶ ସମୟରେ ଅଜଣା ଲୋକଙ୍କ ସହ ଚାଟିଂ ବି କରନ୍ତି । ଏମିତି କରୁ କରୁ ଦିନେ ସେ ଜଣେ ପୁରୁଷ ବନ୍ଧୁଙ୍କୁ ଦେଖା କରିବାକୁ ଯାଇଥିଲେ । ଉକ୍ତ ପୁରୁଷ ବନ୍ଧୁ ଜଣଙ୍କ ତାଙ୍କୁ ବାଧ୍ୟ କରି ମଦ ପିଆଇଥିଲେ । ଏବଂ ତାଙ୍କ ସହ ସମ୍ପର୍କ ରଖିଥିଲେ । ପରେ ଉକ୍ତ ନାବାଳିକା ଜଣଙ୍କ ଗର୍ଭବତୀ ହେବା ପରେ ଏକଥା ଘର ଲୋକଙ୍କ ଠାରୁ ଲୁଚାଇଥିଲେ । ଏବଂ ୟୁଟ୍ୟୁବରୁ ଛୁଆ ଜନ୍ମ କରିବାର ଟ୍ରେନିଂ ନେଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ପ୍ରସବ କରିଥିଲେ । ଯେମିତି ଛୁଆର କାନ୍ଦ ପାଖ ପଡିଶାକୁ ନଶୁଭିବ ସେଥିପାଇଁ ସେ ଛୁଆଟିର ଗଳାକୁ ବାନ୍ଧି ଏକ ବ୍ୟାଗରେ ପୁରାଇ ଛାତରେ ରଖିଦେଇଥିଲେ । ଫଳରେ କଅଁଳ ଶିଶୁଟି ଆଖି ବୁଜିଦେଇଥିଲା ।
ସେପଟେ ଘର ସାରା ରକ୍ତ ପଡିଥିବାର ଦେଖି ତାଙ୍କ ମା’ ଙ୍କୁ ସନ୍ଦେହ ହୋଇଥିଲା । ସେ ପଚାରିବାରୁ ନାବାଳିକା ଜଣଙ୍କ ଋତୁସ୍ରାବ ହୋଇଥିବା କହି କଥାକୁ ଆଡେଇଦେଇଥିଲେ । ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ସମସ୍ତ କଥା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ ନାବାଳିକାଙ୍କ ମାଆ । ଏବେ ସୁଦ୍ଧା ନାବାଳିକା ସହ ଦୁଃଷ୍କର୍ମ କରିଥିବା ବ୍ୟକ୍ତିଙ୍କର ପରିଚୟ ମିଳିନଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।