ବାଲେଶ୍ଵର ଜିଲ୍ଲା ନୀଳଗିରି ନିକଟ ଶେରଗଡ଼ ଗ୍ରାମର ପ୍ରଦୀପ ସେନାପତି ଏବଂ ତାଙ୍କ ଭାଇ ସୁଦୀପ ସେନାପତି ଫୁଲ୍ ମାରାଥନ୍ (୪୨.୨ କିଲୋମିଟର) ଭାଗ ନେଇଥିଲେ। ତାଙ୍କ ସାଙ୍ଗରେ ଯୋଗ ଦେଇଥିଲେ ସୋର ର ଜ୍ୟୋତି ପ୍ରକାଶ ଜେନା, ତୁଳସୀ ରାୟ, ସମ୍ବିତ ରାଉତରାୟ, ଦେବାଶିଷ ସାହୁ, ସତୀଶ ସାହୁ, ଡ଼. ସ୍ବଦେଶ ଦାଶ, ତାରିଣୀ ସେଠୀ ଏବଂ ଅନ୍ୟ ଓଡ଼ିଆ ମାରାଥନର୍ସ।
ପ୍ରଦୀପ ସେନାପତି ଯିଏକି ଜଣେ ଜଣାଶୁଣା ରନର୍, ସିଏ ମରାଠୀ ଧୋତି ପୋଷାକ ପିନ୍ଧି ଖାଲି ପାଦରେ ଦଉଡ଼ି ହଜାର୍ ହଜାର୍ ଦର୍ଶକ ଙ୍କ ମନୋରଞ୍ଜନ କରିଥିଲେ। ପୂର୍ବରୁ ପ୍ରଦୀପ ନୀଳଗିରି, ବାଲେଶ୍ଵର, ଭୁବନେଶ୍ୱର, ବାଙ୍ଗାଲୋର ଆଦି ବିଭିନ୍ନ ସ୍ଥାନରେ ନିଜ ଜୀବନରେ ୧୦୦ ତମ ହାପ ମାରାଥନ ଦୌଡ଼ ପୂରଣ କରି ରେକର୍ଡ କରିଛନ୍ତି। କରୋନା ର୍ ଲକଡାଉନ ରେ ନିଜ ଘର ଭିତରେ ୧୦୦ କିଲୋମିଟର ଦୌଡ଼ କରି ରେକର୍ଡ କରିଛନ୍ତି ପ୍ରଦୀପ।
ଓଡିଶା ଖବର ଆହୁରି ପଢନ୍ତୁ