ଚୀନର ଗ୍ରାମ୍ୟ ଅଂଚଳରେ କୋଭିଡ ଦୃତ ଗତିରେ ବ୍ୟାପିଲେ ଏହା ଚୀନ ପାଇଁ ଅତ୍ୟନ୍ତ ଭୟଙ୍କର ସ୍ଥିତି ଉତ୍ପନ୍ନ କରିବ କାରଣ ଚୀନର ଗ୍ରାମୀଣ ଅଂଚଳରେ ସ୍ୱାସ୍ଥ୍ୟ ଭିତିଭୂମିର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି । ବିଶେଷଜ୍ଞ ମାନଙ୍କର ଆହୁରି କହିବା କଥା ଯେ ଚୀନରେ 21 ଜାନୁଆରୀକୁ ନବ ବର୍ଷ ପାଳନ କରାଯାଏ । ନବ ବର୍ଷ ପାଇଁ ଲୋକ ମାନେ ନିଜ ନିଜ ଘରକୁ ଯିବେ । ସେତେବେଳେ କରୋନା ଦୃତ ଗତିରେ ବଢିବ । ଏହା ପୂର୍ବରୁ ମଧ୍ୟ ସବୁବେଳେ ଚୀନର ଅଧିକାଂଶ ନାଗରିକ ମାନେ ବାହାରେ କାମ କରୁଥିଲେ ସୁଦ୍ଧା ବର୍ଷରେ ଥରେ ନବ ବର୍ଷ ବେଳକୁ ଘରକୁ ଆସିଥାନ୍ତି । ତେଣୁ ଜାନୁଆରୀ 21 ତାରିଖ ପରେ ଏଠାରେ ଗ୍ରାମୀଣ ଅଂଚଳରେ କରୋନା ବହୁଳ ମାତ୍ରାରେ ବଢିବ ବୋଲି ଆଶଙ୍କା କରାଯାଉଛି। ଚୀନକେ କମ୍ୟୁନିଷ୍ଟ ସରକାର ଜିରୋ କୋଭିଡ ନୀତି କାରଣରୁ ସମସ୍ତଙ୍କ ଉପରେ କଠୋର କଟକଣା ଲଗାଇଥିଲେ ।
ଏହା ବିରୁଦ୍ଧେର ଲୋକ ମାନେ ରାସ୍ତା କୁ ଆସି ବିରୋଧ କରିବା ପରେ ଚୀନ ସରକାର କଟକଣାକୁ ହଟାଇ ଦେଇଛନ୍ତି । ଏହା ଫଳରେ ଖୁବ ତୀବ୍ର ଗତିରେ ସଂକ୍ରମଣ ବ୍ୟାପୁଥିବା କୁହାଯାଉଛି। ବିଶେଷଜ୍ଞ ମାନଙ୍କ କହିବା କଥା ବର୍ତମାନ ସୁଦ୍ଧା ଚୀନ ସରକାର ସହର ମାନଙ୍କ ଉପରେ ବିଶେଷ ଧ୍ୟାନ ଦେଉଛି। ହେଲେ ଏବେ ଗ୍ରାମୀଣ ଅଂଚଳରେ ଏହି ଭାଇରସ ବ୍ୟାପିବାର ସମ୍ଭାବନା ଅଧିକ ଥିବା କାରଣରୁ ଗାଁ ଉପରେ ଚୀନକୁ ଧ୍ୟାନ ଦେବାକୁ ପଡିବ। ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନରେ ଏବେ ଓମ୍ରିକନର ସବ ଭାରିଆଂଟ ଏକ୍ସବିବି-1.5 ମଧ୍ୟ ମିଳିଲାଣି । ଏହି ଭାଇରସ ଏବେ ଆମେରିକାରେ ମଧ୍ୟ ବ୍ୟାପୁଛି ।
ଚୀନର ସରକାର ଏବେ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁକୁ ସରକାରୀ ଭାବେ ଖୁବ କମ ଦେଖାଉଛନ୍ତି ହେଲେ ହସପିଟାଲ ଓ ଶ୍ମଶାନରେ ଲୋକ ମାନଙ୍କର ଭୀଡ ଅଧିକ ଥିବା କାରଣରୁ ସ୍ଥିତିକୁ ଚୀନ ଲୁଚାଇବାକୁ ଚେଷ୍ଟା କରୁଥିବା ସ୍ପଷ୍ଟ ହେଉଛି । ଅନେକ ଦେଶ ଚୀନରୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ କୋବିଡ ଟେଷ୍ଟକୁ ବାଧ୍ୟତାମୂଳକ କରି ଦେଇଛନ୍ତି । ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟ ଚୀନରୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରି ଦେଇଛନ୍ତି ।