ଫିଲ୍ମ - ଲାଲ ସିଂହ ଚଢା-ର ନିର୍ଦ୍ଦେଶକ ଅଦ୍ୱୈତ ଚନ୍ଦନ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଆମିର ଖାନଙ୍କ ଦ୍ୱାରା ପୂଜା କରାଯାଉଥିବାର କିଛି ଫଟୋ ଶେୟାର କରିଛନ୍ତି। ଅଫିସ ପୂଜାରେ ଆମିର ଏକ ସ୍ୱେଟଶଟ୍ ଓ ଡେନିମ ସହିତ ବେକରେ ଗାମୁଛା ପକାଇଥିବା ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ ସେ ମରାଠୀ ଟୋପି ଓ ମଥାରେ ଟୀକା ଲଗାଇବା ସହ ଭଗବାନଙ୍କ ଫଟୋ ସାମନାରେ ପୂଜା କରୁଥିବେ ଦେଖିବାକୁ ମିଳୁଛି । ତେବେ ସୋସିଆଲ ମିଡିଆରେ ଆମିର ଓ କିରଣଙ୍କ ଦ୍ୱାରା ପୂଜା କରୁଥିବାର ଫଟୋ ଭାଇରାଲ ହେବା ପରେ କିଛି ଲୋକ ଏହାର ପ୍ରଶଂସା କରୁଥିବା ବେଳେ କିଛି ଲୋକ ଏହି ଲୁକକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ ତାଙ୍କର ଫିଲ୍ମ ଗୁଡିକ ଲଗାତାର ବୟକଟ ହେବା ପରେ ପୂଜା ପାଠ କରୁଥିବା ଦେଖାଇବା ନିଜର ଭାବମୂର୍ତିକୁ ବଦଳାଇବାକୁ କେବଳ ଡ୍ରାମା କରୁଛନ୍ତି । ତାଙ୍କର ଏହି ଡ୍ରାମାକୁ ସମସ୍ତେ ଭଲ ଭାବେ ବୁଝି୍ ପାରୁଛନ୍ତି । ଏହାର ଏକ ମାତ୍ର ଉଦ୍ଦେଶ୍ୟ ହେଲା ତାଙ୍କ ଫିଲ୍ମକୁ ବୟକଟ ଅଭିଯାନରୁ ବର୍ତିବା ।
ତେବେ ମୁସଲମାନ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ତାଙ୍କ ଉପରେ ବିଗି଼ଡି ତାଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି । କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ମୁସଲମାନ ବୋଲି ମାନିବାକୁ ପ୍ରସ୍ତୁତ ନୁହନ୍ତି । ସେମାନେ ତାଙ୍କୁ କାଫିର ବୋଲି କହି କମେଣ୍ଟ କରିଥିବା ଦେଖିବାକୁ ମିଳିଛି । ପଠାଣ ନାମରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି – ଆରେ କଳସ ପୂଜା କାହିଁକି କରୁଛନ୍ତି । ଆପଣଙ୍କର ଅସଲ ରିଲିଜିୟନ କଣ ତାହା କାହିଁକି କହୁ ନାହାନ୍ତି । କଣ ଆପଣ ହିନ୍ଦୁ ।
ଆତିକ ଶେଖ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ – ଆମିର ଖାନ ଜଣେ କାଫିର। କଟ୍ଟର ଇସଲାମିଷ୍ଟ ମାନଙ୍କୁ ଉତ୍ତର ଦେଇ କିଛି ୟୁଜର ଲେଖିଛନ୍ତି ଯେ ତୁମ ପରିବାରର ତିନି – ଚାରି ପୀଢୀ ପଛକୁ ଯାଅ, ସମସ୍ତେ କାଫିର ହିଁ ମିଳିବେ । ଅଜୟ ଶେହରାୱତ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ ବ୍ରାଣ୍ଡ ମିଳିବା ବନ୍ଦ ହୋଇଯାଇଛି। ଫିଲ୍ମ ଫ୍ଲପ ହେବା ଆରମ୍ଭ ହେବା ପରେ ପୁଣି ଆମିର ଖାନ ହିନ୍ଦୁ ହେବାର ନାଟକ କରୁଛନ୍ତି । ତାଙ୍କ ଡ୍ରାମାରେ ଫସିବା ଉଚିତ ନୁହେଁ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।