ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ
ଅର୍ଗସ ବ୍ୟୁରୋ: କୋଭିଡ-୧୯ ବିରୋଧରେ ଦେଶର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଟିକା ନେଇ ପାରନ୍ତି । ଭାରତର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିବିଶେଷଙ୍କୁ ଟିକା ଦିଆଯିବ ବୋଲି ଏକ ସଭାରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏହି ଅଭିଯାନରେ ୫୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ସାଂସଦ ଏବଂ ବିଧାୟକମାନଙ୍କୁ ଟିକା ଦିଆଯିବ।
ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କୁ ଏହି ଟିକା ଦିଆଯିବ। ଏଥିପାଇଁ ସେମାନେ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ହୋଇ ନଥିବା ବା ତାଙ୍କ ଠାରେ ବିଶେଷ ଶାରୀରିକ ସମସ୍ୟା ନ ଥିବା ଉଚିତ। ଜାନୁଆରି ୧୬ରେ ଦେଶରେ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟମାନଙ୍କୁ କୋଭିଡ-୧୯ ଟିକାର ପ୍ରଥମ ଡୋଜ ଦିଆଯାଇଛି।