ଦିଲ୍ଲୀ ସ୍ଵାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ନିୟମିତ କରୋନା ସଂକ୍ରଣ ହ୍ରାସ ପାଇବା ପରେ ଏପ୍ରିଲ ୧୧ ତାରିଖ ଠାରୁ ନିୟମିତ ନୂଆ ସଂକ୍ରମଣ ବଢ଼ି ଚାଲିଛି। ଏପ୍ରିଲ ୧୧ ତାରିଖରେ ରାଜଧାନୀରେ ସକ୍ରିୟ ହାର ୨.୭୦ ପ୍ରତିସତ ଥିଲା। ହେଲେ ଏପ୍ରିଲ ୧୫ ତାରିଖ ବେଳକୁ ଏହା ୫.୩୩ ପ୍ରତିଶତ ଓ ଏପ୍ରିଲ ୧୮ ଓ ୧୯ ତାରିଖରେ ୭.୭୨ ପ୍ରତିଶତ ହୋଇଛି।
ଆଗାମୀ ଦିନରେ ଦିଲ୍ଲୀରେ କୋଭିଡ୍ ମାମଲା ବଢ଼ିବ ବୋଲି ଡାକ୍ତରମାନେ କହୁଛନ୍ତି । ଅନ୍ୟପଟେ ପୁଣିଥରେ ସତର୍କତା ଅବଲମ୍ବନ କରିଛନ୍ତି ସରକାର। ପୁଣି ଫେରିଛି କରୋନା କଟକଣା। ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦିଲ୍ଲୀକୁ ଲାଗି ୟୁପିର ଉତ୍ତରଦିଗକୁ ଥିବା କେତେଗୁଡ଼ିଏ ଜିଲ୍ଲାରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।