ଅଧ୍ୟକ୍ଷତା ଗ୍ରହଣ ପରେ ଆସନ୍ତା ୨୦୨୩ ସେପ୍ଟେମ୍ବରରେ ଜି-୨୦ ଦୁଇ ଦିନିଆ ଶିଖର ସମ୍ମିଳନୀ ଆୟୋଜନ କରିବ। ଏଥିଲାଗି ଏକ ବର୍ଷ ମଧ୍ୟରେ ଦେଶରେ ୩୨ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ପ୍ରାୟ ୨୦୦ଟି ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଦେଶର ସର୍ବବୃହତ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ପାଇଁ ଏବେଠାରୁ ବିଶାଳ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି। ଆଜି ଭାରତ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ଥିବା ବେଳେ ଏହି ସମୟରେ ଦେଶର ୧୦୦ ସ୍ମାରକୀ ସ୍ଥଳରେ ଆଲୋକର ସ୍ବତନ୍ତ୍ର ସମାରୋହ ଅନୁଷ୍ଠିତ ହେବ ଏବଂ ଏଥିସହ ଏକ ସ୍ବତନ୍ତ୍ର ଅଡିଓ-ଭିଡିଓ କ୍ଲିପ୍ ମଧ୍ୟ ଉନ୍ମୋଚିତ ହେବ।
ଭାରତ ଖବର ଆହୁରି ପଢ଼ନ୍ତୁ ।