ବିଶ୍ଵର ଉଷ୍ମତା ବୃଦ୍ଧି ଓ ଗ୍ଲୋବାଲ ୱାର୍ମିଂ ଆଜି ସମଗ୍ର ବିଶ୍ଵମାନବ ପାଇଁ ଚିନ୍ତାର କାରଣ ପାଲଟିଛି । 28 ଟି ରାଷ୍ଟ୍ରର ପ୍ରତିନିଧିମାନଙ୍କୁ ନେଇ କମିଟି ଗଠିତ ହୋଇଛି । ଆମେରିକା, ଋଷିଆ, ଭାରତ, ଚୀନ ଏହାର ସଦସ୍ୟ ଅଛନ୍ତି । ଗ୍ରୀନହାଉସ୍ ପ୍ରଭାବ ଯୋଗୁ ଜଳବାୟୁରେ ଯେଉଁ ପରିବର୍ତ୍ତନ ଘଟୁଛି ତାହାର ପ୍ରତିରୋଧ ନିମନ୍ତେ ଭାରତ ବିଭିନ୍ନ ପଦକ୍ଷେପମାନ ନେଇଛି ।
ଭୂମଣ୍ଡଳରେ ବାର୍ଷିକ ହାରାହାରି ତାପମାତ୍ରା ପୂର୍ବ ଶିଳ୍ପୟାନ ସମୟଠାରୁ 1.59 ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି । ଅପରପକ୍ଷେ, ମହାସାଗର ଗୁଡିକ ପ୍ରାୟ 0.88 ଡିଗ୍ରୀ ସେଲସିୟସ୍ ଉତପ୍ତ ହୋଇଛି । ଭାରତରେ ବାର୍ଷିକ ହାରାହାରି ତାପମାତ୍ରା 1900 ରୁ 0.7 ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଥିବାବେଳେ ବିଶ୍ୱର ତାପମାତ୍ରା 1.1 ଡିଗ୍ରୀ C ରେ ପହଞ୍ଚିଛି । ବିଶ୍ୱ ଅପେକ୍ଷା ଭାରତରେ ତାପମାତ୍ରା ଧିରେ ଧିରେ ବୃଦ୍ଧି ପାଉଛି ।
ଭାରତ କମ୍ ଉତ୍ତପ୍ତ ହେବାର କାରଣ କ'ଣ ?
ଭାରତରେ ତାପମାତ୍ରା ଅପେକ୍ଷାକୃତ କମ୍ ବୃଦ୍ଧି ହେବା ଆଶ୍ଚର୍ଯ୍ୟଜନକ ନୁହେଁ ।
ଇକ୍ୟୁଏଟର ଅପେକ୍ଷା ମେରୁ ଅଞ୍ଚଳରେ ତାପମାତ୍ରା ଅଧିକ ବୃଦ୍ଧି ହୋଇଥାଏ
ଇକ୍ୟୁଏଟରର ନିକଟବର୍ତ୍ତୀ ଓ ଟ୍ରପିକାଲ୍ ଅଞ୍ଚଳରେ ରହୁଛି ଭାରତ
ସେହିପରି ଏରୋସୋଲର ପ୍ରଭାବ
ପ୍ରାକୃତିକ ତଥା ମନୁଷ୍ୟକୃତ କାରଣରୁ ଭାରତୀୟ ଅଞ୍ଚଳ ଉପରେ ଏରୋସୋଲର ଅଧିକ ପ୍ରଭାବ ପଡିଥାଏ
ତେବେ ଶିଳ୍ପାୟନ ପୂର୍ବ ଅପେକ୍ଷା ଏବେ କାହିଁକି ତାପମାତ୍ରା ଅଧିକ ବୃଦ୍ଧି ପାଉଛି । ବିଶ୍ୱର ତାପମାତ୍ରା 1.1 ଡିଗ୍ରୀ ସେଲସିଅସ ବୃଦ୍ଧି ପାଇଛି ।
ତାପମାତ୍ରା ବୃଦ୍ଧି ପାଇବାର ପ୍ରମୁଖ କାରଣ ଗୁଡିକ କ'ଣ ?
ଭୂମଣ୍ଡଳରେ ବାର୍ଷିକ ଉତ୍ତାପ ବୃଦ୍ଧି..
ଶିଳ୍ପାୟନ ପୂର୍ବରୁ ଏବେ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ତାପମାତ୍ରା 1.59 ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି
ମହାସାଗର ତାପମାତ୍ରା ବୃଦ୍ଧି
ମହାସାଗରର ତାପମାତ୍ରା ପ୍ରାୟ 0.88 ଡିଗ୍ରୀ ସେଲସିୟସ ବୃଦ୍ଧି ହୋଇଛି
ଭାରତରେ ଉଚ୍ଚ ତାପମାତ୍ରା ବୃଦ୍ଧି
1900 ମସିହାରୁ ଭାରତରେ ବାର୍ଷିକ ତାପମାତ୍ରା 0.7 ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଥିବାବେଳେ ବିଶ୍ୱର ତାପମାତ୍ରା 1.1 ଡିଗ୍ରୀ ସେଲସିଅସ ବୃଦ୍ଧି ପାଇଛି
ଭାରତରେ ନିମ୍ନ ତାପମାତ୍ରା ବୃଦ୍ଧି ହେବାର କାରଣ
ଭାରତରେ ନିମ୍ନ ତାପମାତ୍ରା ବୃଦ୍ଧି ହେବାର ଏକ କାରଣ ହେଉଛି ବାୟୁମଣ୍ଡଳରେ ଘଟୁଥିବା ଘଟଣାମାନ
ମେରୁ ଅଞ୍ଚଳ ଉଷ୍ମ ହେବା ଆଉ ଏକ କାରଣ
ଗ୍ଲୋବାଲ ୱାର୍ମିଂ ପ୍ରଭାବରେ ଦୀର୍ଘତମ ଗ୍ଲାସିଅର ତରଳିବା
ବରଫଗଦାରେ ଫାଟ ସୃଷ୍ଟି ହେବା
ଜୀବଜଗତ ଓ ଉଦ୍ଭିଦଜଗତ ବଞ୍ଚି ରହିବା ପାଇଁ ନିର୍ଦ୍ଧିଷ୍ଟ ସେଲସିୟସର ପରିମାପକ ରହିଛି । ସେତିକିରୁ ଅଧିକ ବା କମ୍ ହେଲେ ସୃଷ୍ଟି ବା ଜୀବଜଗତ ତିଷ୍ଠିବା ଅସମ୍ଭବ । ଏହି ପ୍ରକ୍ରିୟାରେ ସବୁଜ ଗୃହ ଗ୍ୟାସ ଆମ ଭୂମଣ୍ଡଳ ଚାରିପଟେ ଗ୍ୟାସୀୟ ଆସ୍ତରଣ ହୋଇ ଘେରି ରହିଥାଏ । ଯାହା ଫଳରେ ପୃଥିବୀ ପୃଷ୍ଠର ଉତ୍ତାପ ବୃଦ୍ଧିପାଏ । ଉତ୍ତାପର ସ୍ଥିରତା ରହିବା ଦ୍ଵାରା ପୃଥିବୀରେ ଜୀବଜଗତ ତିଷ୍ଠି ରହିବା ସମ୍ଭବ ହୋଇଛି । ଜୀବଜଗତ ଓ ଉଦ୍ଭିଦଜଗତ ବଞ୍ଚି ରହିବା ପାଇଁ ନିର୍ଦ୍ଧିଷ୍ଟ ସେଲସିୟସର ପରିମାପକ ରହିଛି ସେତିକିରୁ ଅଧିକ ବା କମ୍ ହେଲେ ସୃଷ୍ଟି ବା ଜୀବଜଗତ ତିଷ୍ଠିବା ଅସମ୍ଭବ ।
ଏବେ ଆମ ଋତୁଚକ୍ରରେ ପରିବର୍ତ୍ତନ ଆସିଛି । ଶୀତ, ବର୍ଷା ଓ ଗ୍ରୀଷ୍ମ ଋତୁର ସ୍ଥିରତା ନାହିଁ । ବର୍ଷରେ ଆଠମାସ ଗ୍ରୀଷ୍ମଋତୁ । ପ୍ରତିବର୍ଷ ଦୁଇଡିଗ୍ରୀ ସେଲସିୟସ ଉତ୍ତାପ ବଢି ବଢି ଚାଲିଛି ।
ଜଳବାୟୁ ପରିବର୍ତ୍ତନ ହେତୁ ଭାରତରେ ହିଟ୍ ୱେଭ୍ ଅଧିକ ବିପଦଜ୍ଜନକ ହୋଇପଡିଛି । କିନ୍ତୁ ବିଶ୍ୱ ତୁଳନାରେ ଏହା ଅପେକ୍ଷାକୃତ କମ ରହିଛି ।
ଆହୁରି ପଢନ୍ତୁ ଭାରତ ଖବର...