ନୂଆଦିଲ୍ଲୀ: ଚଣ୍ଡିଗଡ଼ ଏବଂ ପଞ୍ଜାବର ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପଞ୍ଜାବର ଗୁରଦାସପୁରରୁ ଲଢିବେ ଆଜି ବିଜେପିରେ ମିଶିଥିବା ବଲିଉଡ ଅଭିନେତା ସନ୍ନି ଦେଓଲ । ଚଣ୍ଡିଗଡ଼ ଲୋକସଭା ଆସନରେ ଭାଗ୍ୟ ପରୀକ୍ଷା କରିବେ କିରଣ ଖେର । ଏହାସହ ସୋମପ୍ରକାଶ ହୁଶିୟାରପୁରରେ ‘ପଦ୍ମ’ ଚିହ୍ନରେ ଲଢିବେ ।
BJP releases 26th list of candidates for 3 #LokSabhaElections2019 seats in Chandigarh & Punjab. Sunny Deol to contest from Gurdaspur, Som Prakash from Hoshiarpur, and Kirron Kher from Chandigarh. pic.twitter.com/ca0C239gwO
— ANI (@ANI) April 23, 2019
ସୂଚନାଯୋଗ୍ୟ, ବଲିଉଡ ଅଭିନେତା ସନ୍ନି ଦେଓଲ ବିଜେପିରେ ଆଜି ସାମିଲ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଏବଂ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଉପସ୍ଥିତିରେ ‘ପଦ୍ମ’ ଧରିଥିଲେ ସନ୍ନି ।
