ବର୍ତ୍ତମାନ ସୁଦ୍ଧା ବିଶ୍ବର ସବୁଠାରୁ ଉଚ୍ଚ ରାସ୍ତା ନିର୍ମାଣର ରେକର୍ଡ ବୋଲିଭିଆ ନାଁରେ ରହିଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି । 52 କିଲୋମିଟର ଲମ୍ବା ଏହି ରାସ୍ତା ପୂର୍ବ ଲଦ୍ଦାଖର ଚୁମାର ସେକ୍ଟରକୁ ଯୋଡିବ। ଏହି ରାସ୍ତା ନିର୍ମାଣ ହେବା ପରେ ଲଦାଖର ସାମାଜିକ ଏବଂ ଆର୍ଥିକ ସ୍ଥିତିରେ ସୁଧାର ହେବ ଏବଂ ଏଠାରେ ପର୍ଯ୍ୟଟନକୁ ଅଧିକ ପ୍ରୋତ୍ସାହନ ମିଳିବ।

ଅର୍ଗସ ବ୍ୟୁରୋ: ଲଦାଖକୁ ମିଳିଲା ନୂଆ ଅର୍ଥନୈତିକ ଲାଇଫ ଲାଇନ । ଲଦାଖରେ ନୂଆ କୀର୍ତ୍ତିମାନ ସ୍ଥାପନ କଲେ କେନ୍ଦ୍ର ସରକାର । ବୋର୍ଡର ରୋଡ୍ସ ଅର୍ଗାନାଇଜେସନ ଲଦାଖରେ ଦୁନିଆର ସର୍ବୋଚ୍ଚ ରାସ୍ତା ନିର୍ମାଣ କରିବାର ସଫଳତା ହାସଲ କରିଛି। ପୂର୍ବ ଲଦାଖର ଉମଲିଙ୍ଗମା ନିକଟରେ ନିର୍ମାଣ ହୋଇଥିବା ଏହି ରାସ୍ତା ସମୂଦ୍ର ପତନରୁ 19 ହଜାର 3 ଶହ ଫୁଟ ଉପରେ ରହିଛି। ଏହାସହ ଭାରତ ବୋଲିଭିଆର ରେକର୍ଡ ଭାଙ୍ଗିଛି।

ବାଲେଶ୍ୱର: ଜୋରସୋରରେ ଚାଲିଛି ମରାମତି କାମ । ଧୀରେ ଧୀରେ ବାହାନଗାରେ ସ୍ବାଭାବିକ ହେଉଛି ଟ୍ରେନ୍ ଚଳାଚଳ । ମାଲବାହୀ ପରେ ଗଡିଲା ତିନୋଟି ଯାତ୍ରୀବାହୀ ଟ୍ରେନ୍ । ରେଳ ଷ୍ଟେସନରୁ ସାଲିମାର, ପୁରୁଷୋତ୍ତମ ଏକ୍ସପ୍ରେସ୍ ଓ ହାୱଡା ମହୀଶୂର ଟ୍ରେନ୍ ଗ଼ଡିଲା । ଦୁର୍ଘଟଣାର 51 ଘଣ୍ଟା ପରେ ଉଭୟ ଅପ-ଲାଇନ ଓ ଡାଉନ-ଲାଇନ ଚଳାଚଳ ପାଇଁ ପ୍ରସ୍ତୁତ ହୋଇଥିଲା । ଏହାପରେ ଗତକାଲି ରାତିରେ ରେଳମନ୍ତ୍ରୀଙ୍କ ଉପସ୍ଥିତିରେ ଟ୍ରାକ ଉପରେ ମାଲଗାଡ଼ି ଗଡ଼ିଥିଲା । ଟ୍ରେନକୁ ହାତ ହଲାଇ ସ୍ବାଗତ କରିଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ଶୁକ୍ରବାର ସଂଧ୍ୟାରେ ଭୟଙ୍କର ରେଳ ଦୁର୍ଘଟଣା ପରେ ଏହି ରୁଟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ମରାମତି କାମ ଜୋରସୋରରେ ଚାଲିଥିବାବେଳେ ଖୁବଶୀଘ୍ର ଏହି ରୁଟରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ସ୍ବାଭାବିକ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ ଭାବବିହ୍ବଳ ହୋଇପଡିଥିଲେ ରେଳ ମନ୍ତ୍ରୀ ।
ଅଧିକ ପଢନ୍ତୁ :ଦୁର୍ଘଟଣାର 51 ଘଣ୍ଟା ପରେ ଟ୍ରାକରେ ଚାଲିଲା ଟ୍ରେନ

ପୁରୀ: ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ତୁଳସିପୁର ପଞ୍ଚାୟତର ପଥରପଦା ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଦୁଇ ଦିନ ତଳେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି । ଯାହା ଫଳରେ କି ଦୁଇଜଣ ଗୁରୁତର ଆହତ ହୋଇ ଚାରିଛକ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ I ସେଠାରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏ ନେଇ ଉଭୟ ପରିବାର ପକ୍ଷରୁ ଚାରିଛକ ଥାନାରେ ପୃଥକ୍ ପୃଥକ୍ ଦୁଇଟି ଅଭିଯୋଗ ହୋଇଛି ।
ପୋଲିସ ଦୁଇଟି ମାମଲା ରୁଜୁ କରି ଉଭୟ ପକ୍ଷରୁ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିବା ବଦଳରେ ଅଯଥାରେ ଏକ ନିରୀହ ବ୍ୟକ୍ତିଙ୍କୁ ଗିରଫ କରିବା ପ୍ରତିବାଦରେ ଗ୍ରାମର ପ୍ରାୟ 30 ରୁ ଉର୍ଦ୍ଧ ମହିଳା ମାନେ ଆସି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ଚାରିଛକ ଥାନା ଅଧିକାରୀଙ୍କ ବୁଝା ସୁଝା ପରେ ମହିଳାମାନେ ଧାରଣା ସ୍ଥଳରୁ ଉଠିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର

ଅର୍ଗସ ବ୍ୟୁରୋ: ବାଲେଶ୍ୱର ଟ୍ରେନ ଦୁର୍ଘଟଣା ଘଟଣା। ଏହି ଘଟଣାରେ ଅନେକଙ୍କ ଜୀବନ ଚାଲିଯାଇଥିବାବେଳେ ଅନେକ ଆହତ ହୋଇଛନ୍ତି।ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୧୨୦ଟି ଶବ ମଧ୍ୟରୁ ୪୦ ଜଣଙ୍କ ମୃତଦେହକୁ ତାଙ୍କ ଠିକଣା ଜାଗାକୁ ପଠାଯାଇଛି। ୫୦ରୁ ଉର୍ଦ୍ଧ ମୃତଦେହର ପରିଚୟ ମିଲିପାରିଛି। ଡିଏନଏ ଟେଷ୍ଟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଗତକାଲି ବାହାନଗାରୁ ୧୬୦ଡି ମୃତଦେହ ଭୁବନେଶ୍ୱର ଆସିଥିବା ବେଳେ ଏମ୍ସରେ ଶହେଟି ରଖାଯାଇଥିଲା।
ଏମ୍ସରେ ପ୍ରଥମେ ଶବ ଗୁଡ଼ିକର ଫଟୋ ନିଆଯାଇଛି ଏବଂ ନମ୍ବର ସହ ଟ୍ୟାଗ ଲଗାଯାଇଛି । ସମ୍ପର୍କୀୟମାନେ ଫଟୋ ଦେଖାଇ ମୃତଦେହ ନେଇଛନ୍ତି। ଅନ୍ୟପଟେ ଶବ ସଂରକ୍ଷଣ ପାଇଁ ଦିଲ୍ଲୀ ଏମ୍ସରୁ ଶବ ସଂରକ୍ଷଣ ବିଶେଷଜ୍ଞ ଟିମ୍ ଆସିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
