
ନୂଆଦିଲ୍ଲୀ: ବୁଧବାର ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖରେ ସୈନିକମାନେ ମୁହାଁମୁହିଁ ହୋଇଛନ୍ତି । ଏହି ଘଟଣା ୧୩୪ କିଲୋମିଟର ଦୀର୍ଘ ପୈଗୋଙ୍ଗ ହ୍ରଦର ଉତ୍ତର ପାଶ୍ୱର୍ରେ ହୋଇଥିଲା । ଏହି ଅଞ୍ଚଳର ଏକ ତୃତୀୟାଂଶ ଚୀନ ନିୟନ୍ତ୍ରଣରେ ଅଛି ।ସୂଚନାନୁସାରେ, ଅନୁସାରେ ଭାରତୀୟ ସୈନିକ ପେଟ୍ରୋଲିଂରେ ଥିଲେ ଏବଂ ଏହି ସମୟରେ ସେମାନେ ଚୀନ ସୈନିକଙ୍କ ସହ ମୁହାଁମୁହିଁ ହୋଇଥିଲେ । ଚୀନ ସୈନିକମାନେ ସଂପୃକ୍ତ ଅଞ୍ଚଳରେ ଭାରତୀୟ ସୈନିକଙ୍କ ଉପସ୍ଥିତିକୁ ତୀବ୍ର ବିରୋଧ କରିଥିଲେ । ଏହା ପରେ ଉଭୟ ସୈନିକ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା । ଉଭୟ ପକ୍ଷରୁ ଘଟଣା ଅଞ୍ଚଳରେ ସୈନିକ ସଂଖ୍ୟା ବଢ଼ାଇ ଦିଆଯାଇଛି । ବିଳମ୍ବିତ ସନ୍ଧ୍ୟା ଯାଏଁ ଲଢ଼ାଇ ହୋଇଥିବାରୁ ଉତ୍ତେଜନା ପ୍ରକାଶ ପାଇଛି ।
ଉତ୍ତେଜନା ହ୍ରାସ କରିବାକୁ ଉଭୟ ପକ୍ଷରୁ ସେନା ମୁତୟନ କରାଯାଇଛି । ଜଣେ ଅଧିକାରୀ କହିଛନ୍ତି, ଲାଇନ ଅଫ ଆକଚ୍ୟୁଆଲ କଣ୍ଟ୍ରୋଲର ସ୍ଥିତିକୁ ନେଇ ଉଭୟ ପକ୍ଷ ଭିନ୍ନ କାରଣ ଯୋଗୁଁ ଏଭଳି ଘଟଣା ଘଟୁଛି । ଏହାର ବୋର୍ଡର ପର୍ସନାଲ ମିଟିଂ ଅଥବା ଫ୍ଲାଗ ମିଟିଂ ମାଧ୍ୟମରେ ସମାଧାନ କରି ଦିଆଯାଇଥାଏ । ସୂଚନାଯୋଗ୍ୟ, ଏହା ପୂର୍ବରୁ ପେଙ୍ଗୋଗ ହ୍ରଦ ଉତ୍ତର ପାର୍ଶ୍ୱରେ ୨୦୧୭ ଅଗଷ୍ଟ ୧୫ରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା ।
