ସୂଚନାଅନୁସାରେ, ଲଦାଖରେ ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ଆସନ୍ତା ସପ୍ତାହରେ ଭାରତ ଏବଂ ଚୀନ ମଧ୍ୟରେ ଅଷ୍ଟମ ରାଉଣ୍ଡ ସାମରିକ-କୂଟନୈତିକ ସ୍ତରୀୟ ଆଲୋଚନା ହେବ। ସୂଚନାଯୋଗ୍ୟ, ଗତ ପାଞ୍ଚ ମାସ ଧରି ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଜାରି ରହିଛି। ଏହି ସମୟ ମଧ୍ୟରେ ଦୁଇ ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷ ମଧ୍ୟ ହୋଇଛି। 15 ଜୁନ ରାତିରେ ଲଦାଖର ଗଲୱାନ ଉପତ୍ୟକାରେ ଚୀନ ସୈନ୍ୟଙ୍କ ସହ ହୋଇଥିବା ସଂଘର୍ଷରେ 20 ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସୀମାରେ ଉତ୍ତେଜନା ଶିଖରରେ ପହଞ୍ଚିଛି। ଏଥି ସହ ଏହି ସଂଘର୍ଷରେ ଚୀନ ସୈନିକଙ୍କ ସଂଖ୍ୟା ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ତେବେ ଆମେରିକାର ଗୁପ୍ତଚର ରିପୋର୍ଟରୁ ଜଣାପଡିଛି ଯେ ଏହି ସଂଘର୍ଷରେ 43 ଜଣ ଚୀନ ସୈନିକ ପ୍ରାଣ ହରାଇଛନ୍ତି।
ସୀମା ବିବାଦ: ହୋଇପାରେ ଭାରତ-ଚୀନ ଅଷ୍ଟମ ରାଉଣ୍ଡ ଆଲୋଚନା

ଅର୍ଗସ ବ୍ୟୁରୋ:ମେ ମାସରୁ ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦର ସମାଧାନ ହୋଇନାହିଁ। ନୂଆଦିଲ୍ଲୀ ଏବଂ ବେଜିଂ ମଧ୍ୟରେ ସାତ ରାଉଣ୍ଡ ଆଲୋଚନା ପରେ ମଧ୍ୟ ସୀମାରେ ପରିସ୍ଥିତି ସମାଧାନ ହୋଇପାରି ନାହିଁ। ଏଥି ସହିତ ଭାରତ ଏବଂ ଚୀନ ପୁଣି ଥରେ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ ପାଇଁ କରିବାକୁ ଚାହୁଁଛନ୍ତି।
Download Argus News App
