ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୨୨ ଲକ୍ଷ ୯6 ହଜାର 414 ରେ ପହଞ୍ଚିଛି । ସେହିପରି ୧ କୋଟି ୮୩ ଲକ୍ଷ 17 ହଜାର ୪04 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏଯାବତ ମୋଟ ୨ ଲକ୍ଷ ୪୨ ହଜାର ୩62 ଜଣ କରୋନାରେ ପ୍ରାଣ ହରାଇଛନ୍ତି ।
ଦେଶ ଏବେ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ ସହ ଲଢ଼ୁଛି । ସଂକ୍ରମଣ ରୋକିବା ପାଇଁ ଅମ୍ଳଜାନ ଯୋଗାଣ ଓ ଟିକାକରଣକୁ ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ସରକାର । ଆକ୍ରାନ୍ତଙ୍କ ଚିକିତ୍ସା ସୁବିଧା ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ବିଭିନ୍ନ ହସପିଟାଲରେ ଶଯ୍ୟା ସଂଖ୍ୟା ଓ ଆଇସିୟୁ ବେଡ୍ ର ସଂଖ୍ୟା ବୃଦ୍ଧି ପାଇଁ କାର୍ଯ୍ୟ ଜାରି ରହିଛି ।