ବର୍ତ୍ତମାନ ସୁଦ୍ଧା ୪୪ କୋଟି ୧୯ ଲକ୍ଷ ୧୨ ହଜାର ୩୯୫ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଦେଶରେ ଖସୁଛି ସଂକ୍ରମଣ, ଆଜି ୨୯ ହଜାର ୬୮୯ ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସ ଘଟୁଛି । ଦିନକରେ ୨୯ ହଜାର ୬୮୯ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୮ ହଜାର ୧୦୦ ଜଣ ରହିଛି । ଏହାସହ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୧ ହଜାର ୩୮୨କୁ ବୃଦ୍ଧି ପାଇଛି ।
Download Argus News App
