ସୂଚନାନୁଯାୟୀ, ଦେଶରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା 69 ଲକ୍ଷ 79 ହଜାର 424କୁ ବୃଦ୍ଧି ପାଇଛି। ସେହିପରି ମୃତକଙ୍କ ସଂଖ୍ୟା 1 ଲକ୍ଷ 7 ହଜାର 416କୁ ବୃଦ୍ଧି ପାଇଛି। ତେବେ ଦେଶରେ ଏବେ ମୋଟ 8 ଲକ୍ଷ 83 ହଜାର 185 ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।
ଭାରତରେ 7 ଅଗଷ୍ଟ ସୁଦ୍ଧା 20 ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ 23 ଅଗଷ୍ଟ ସୁଦ୍ଧା 30 ଲକ୍ଷ, ସେପ୍ଟେମ୍ବର 5 ସୁଦ୍ଧା 40 ଲକ୍ଷ, ସେପ୍ଟେମ୍ଵର 16 ସୁଦ୍ଧା 50 ଲକ୍ଷ, ସେପ୍ଟେମ୍ବର 28 ସୁଦ୍ଧା 60 ଲକ୍ଷ ପାର କଲାଣି। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ଅନୁସାରେ ଦେଶରେ 9 ଅକ୍ଟୋବର ସୁଦ୍ଧା 8,57,98,698 ନମୁନା ପରୀକ୍ଷଣ କରାଯାଇଛି।