ଦେଶ ଏବେ କୋଭିଡ୍ ମହାମାରୀର ଦ୍ବିତୀୟ ଲହର ସଂକ୍ରମଣ ସହ ଲଢ଼ୁଛି। ସଂକ୍ରମଣ ରୋକିବା ପାଇଁ ଅମ୍ଳଜାନ ଯୋଗାଣ ଓ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସୁବିଧା ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଭିନ୍ନ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ଓ ଆଇସିୟୁ ବେଡର ସଂଖ୍ୟା ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ ଜାରି ରଖିଛନ୍ତି।
ଚିହ୍ନଟ ହେଲେ ୩ ଲକ୍ଷ ୫୨ ହଜାର ୨୩୦ ସଂକ୍ରମିତ

ନୂଆଦିଲ୍ଲୀ: କରେନାର ଦ୍ବିତୀୟ ଲହର ସମଗ୍ର ମାନବ ସମାଜ ପାଇଁ ଘାତକ ସାଜିଛି। ଆଜି ୩ ଲକ୍ଷ ୫୨ ହଜାର ୨୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ ୪୧୨୦ ଜଣଙ୍କ ମୁଣ୍ଡ ନେଇଛି କରୋନା। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୩୭ ଲକ୍ଷ ୩ ହଜାର ୬୬୫ରେ ପହଞ୍ଚିଛି। ସେହିପରି ୧ କୋଟି ୯୭ ଲକ୍ଷ ୩୪ ହଜାର ୮୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏଯାବତ ମୋଟ ୨ ଲକ୍ଷ ୫୮ ହଜାର ୧୨୧୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି।
Download Argus News App
