ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ଓ କୁଳଦୀପ ଯାଦବ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ବିସ୍ଫୋରକ ଶତକ ହାସଲ କରିଥିଲେ ଓ ଭାରତ ପାଇଁ ବିଶାଳ ସ୍କୋର କରିବାରେ ଯୋଗଦାନ ଦେଇଥିଲେ । ଭାରତ ପ୍ରଥମେ ବ୍ୟାଟିଂ କରି କିୱି ଟିମ୍ ଆଗରେ ୩୮୬ ରନର ବିଶାଳ ଲକ୍ଷ୍ୟ ଛିଡ଼ା କରିଥିବା ବେଳେ ନ୍ୟୁଜିଲାଣ୍ଡ ମାତ୍ର ୨୯୫ ରନରେ ଅଲଆଉଟ୍ ହୋଇଛି । ଏଥିସହ ଭାରତ ଦିନିକିଆ ର୍ୟାଙ୍କିଙ୍ଗରେ ଏକ ନମ୍ବର ହୋଇଛି । ଟି୨୦ରେ ମଧ୍ୟ ଭାରତ ଏକ ନମ୍ବର ଦଳ ।
ନ୍ୟୁଜିଲାଣ୍ଡକୁ ୯୦ ରନରେ ହରାଇଲା ଭାରତ

ଅର୍ଗସ ବ୍ୟୁରୋ : 3-0ରେ ସିରିଜ ପୋଛିଲା ଭାରତ । ଇନ୍ଦୋର ଦିନିକିଆରେ ଇଣ୍ଡିଆର ବାଜିମାତ୍ । ନ୍ୟୁଜିଲାଣ୍ଡକୁ 90 ରନରେ କଲା ପରାସ୍ତ । ଭାରତ ପକ୍ଷରୁ ରଖାଯାଇଥିବା ୩୮୬ ରନର ବିଜୟ ଲକ୍ଷ୍ୟର ଜବାବରେ ନ୍ୟୁଜିଲାଣ୍ଡ ୪୧.୨ ଓଭରରେ ୨୯୫ ରନ କରି ଅଲଆଉଟ ହୋଇଯାଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଦେଓ୍ବନ କନଓ୍ବେ ୧୩୮ ରନ କରିଥିବାବେଳେ ହେନେରି ନିକୋଲ୍ସ ୪୨ ରନ, ମିଟେଲ ସାଣ୍ଟନର ୩୪ ରନ ଓ ମାଇକେଲ ବ୍ରେସଓ୍ବେଲ ୨୬ରନ କରିଥିଲେ ।
Download Argus News App
