ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ହିଂସାକାଣ୍ଡକୁ ନେଇ ଏବେ ରାଜନୀତି ଜୋର ଧରିଛି । ଅମିତ ଶାହଙ୍କ ପ୍ରଚାର ସମୟରେ ଘଟିଥିବା ହିଂସାକାଣ୍ଡ ପରେ ନିର୍ବାଚନ ଆୟୋଗ ଗୋଟିଏ ଦିନ ପୂର୍ବରୁ ପ୍ରଚାର କାର୍ଯ୍ୟ ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ରାଜନୈତିକ ମାହୋଲ ସରଗରମ୍ ଥିବାବେଳେ ଏବେ ମମତା ଦିଦିଙ୍କ ସପକ୍ଷରେ ବାହାରିଛନ୍ତି ମାୟାବତୀ । ବିଜେପି ଚାପରେ ଆସି ନିର୍ବାଚନ କମିଶନ୍ ଏଭଳି ନିଷ୍ପତ୍ତି ନେଇଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି ମାୟାବତୀ ।
ମାୟାବତୀ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ଯଦି ନିର୍ବାଚନ ଆୟୋଗଙ୍କୁ ନିଷ୍ପତ୍ତି ନେବାର ଥିଲା ତେବେ ଆଜି ସକାଳେ କାହିଁକି ରୋକ୍ ଲଗାଗଲା ନାହିଁ । ଆଜି ରାତିରେ ମୋଦିଙ୍କର ମାତ୍ର ୨ଟି ରାଲି ଅଛି । ସେଥିପାଇଁ ଆଜି ରାତି ୧୦ଟା ପରେ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ଆୟୋଗ ଚାପରେ ଆସି ଏଭଳି କରୁଛନ୍ତି । ପଶ୍ଚିମବଙ୍ଗରେ ବିଜେପି ଅଶାନ୍ତ ବାତାବରଣ ସୃଷ୍ଟି କରିଛି । ମମତାଙ୍କୁ ଟାର୍ଗେଟ୍ କରାଯାଉଛି ବୋଲି ମାୟାବତୀ ଓଲଟା ଅଭିଯୋଗ କରିଛନ୍ତି । ବଙ୍ଗଳା ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି । ସେହିପରି ପିଏମ୍ ମୋଦି, ଅମିତ ଶାହା ଓ ଅନ୍ୟ ବିଜେପି ନେତାମାନେ ମମତାଙ୍କ ଉପରେ ଲକ୍ଷ୍ୟ ରଖିଛନ୍ତି । ଏହା ବହୁତ ବିପଦପୂର୍ଣ୍ଣ ଓ ଅନ୍ୟାୟପୂର୍ଣ୍ଣ ବୋଲି ମାୟାବତୀ କହିଛନ୍ତି ।
ପ୍ରକାଶ ଯେ, ମଙ୍ଗଳବାର କୋଲକାତାରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ରୋଡ ଶୋ’ ଚାଲିଥିବା ବେଳେ ତୃଣମୂଳ କାର୍ୟ୍ୟେକର୍ତ୍ତା ପଥରମାଡ଼ ଓ ପୋଡାଜଳା କରିଥିଲେ । ଏହା ପୂର୍ବରୁ ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଜାରି ଥିବା ବେଳେ ହିଂସାକାଣ୍ଡ ଦେଖାଯାଇଥିଲା । ନିର୍ବାଚନ ଆୟୋଗଙ୍କ ଆଦେଶ ଅନୁସାରେ ଗୁରୁବାର ରାତି ୧୦ଟା ପରେ କୌଣସି ରାଜନୈତିକ ଦଳ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ।
ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ମେଘାଳୟ । ଆଜି ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି । ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା । ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି । ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି । ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ।
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଚିତ୍ତୋରଗଡ଼ରେ ବିଶାଳ ରାଲି କରିଛନ୍ତି ପିଏମ ମୋଦି। ଏହି ଅବସରରେ ସାନୱାଲିଆ ସେଠ୍ ମନ୍ଦିର ଯାଇ ଦର୍ଶନ କରିବା ସହ ଚିତ୍ତୋରଗଡରେ ପ୍ରାୟ 7 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ସରକାରରେ ରାଜସ୍ଥାନ ଅପରାଧ ତାଲିକାଲେ ଶୀର୍ଷରେ ରହିବା ଏକ ଲଜ୍ଜାଜନକ ବୋଲି କହିଛନ୍ତି ମୋଦି । ଅପାରଗ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ପାଞ୍ଚ ବର୍ଷ ଧରି ରାଜସ୍ଥାନକୁ କେବଳ ଲୁଟିଛି କଂଗ୍ରେସ ସରକାର। ଏବେ ଗେହଲଟ ସରକାର ବିଦାୟ ନେବାର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ବିଜେପିକୁ କ୍ଷମତାକୁ ଆଣିବାକୁ ରାଜସ୍ଥାନବାସୀ ମନ ବଳାଇସାରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଭ୍ରଷ୍ଟାଚାରୀଙ୍କୁ ମାଫ୍ କରାଯିବ ନାହିଁ। ପେପର ଲିକ୍ ମାଫିଆଙ୍କୁ ପାତାଳରୁ ବି ଖୋଜି ବାହାର କରି ଦଣ୍ଡ ଦିଆଯିବ।