ନୂଆଦିଲ୍ଲୀ: ଗଣତନ୍ତ୍ରର ମହାପର୍ବ ଶେଷ ହେବା ପରେ ଆଜି ହେଉଛି ଫଳାଫଳର ଦିନ ବହୁପ୍ରତିକ୍ଷୀତ ଲୋକସଭା ନିର୍ବାଚନର ଫଳାଫଳ ଆଜି ଅର୍ଥାତ୍ ଗୁରୁବାର ସନ୍ଧ୍ୟା ସୁଦ୍ଧା ଜଣାପଡିଯିବ । ଆଜି ସକାଡଳ 8ଟାରୁ ସାରା ଦେଶରେ ଆରମ୍ଭ ହେଉ ମତଗଣନା । ପ୍ରତ୍ୟେକ ଭୋଟର ମହତ୍ୱ ଓ ଗୁରୁତ୍ୱ ଆଜି ଜଣାପଡ଼ିବ । ଭୋଟ ଗଣନାରର ଅଧ ଘଣ୍ଟା ପରେ ହିଁ ଟ୍ରେଣ୍ଡ ଆସିବାରେ ଲାଗିବ ।
ଭୋଟ ଗଣନା ପାଇଁ ବ୍ୟାପକ ପୋଲିସ୍ ବ୍ୟବସ୍ଥା କରାଯାଇଛି । ଭୋଟ ଗଣନା କେନ୍ଦ୍ରଗୁଡ଼ିକରେ ସିଆରପିଏଫ୍ ଓ ରାଜ୍ୟ ପୋଲିସଙ୍କୁ ମୁତୟନ କରାଯାଇଛି । ଭୋଟ ଗଣନା ଯେପରି ତ୍ରୁଟି ଶୂନ୍ୟ ହେବ ସେଥିପ୍ରତି ନିର୍ବାଚନ ଆୟୋଗ ବିଶେଷ ଧ୍ୟାନ ଦେଇଛନ୍ତି ।
ସାରା ଦେଶରେ ମୋଟ 543 ଲୋକସଭା ଆସନରୁ 542 ଆସନରେ ଭୋଟ ଗ୍ରହଣ ସରିଛି । ନିର୍ବାଚନ ସମୟରେ ଆଚରଣ ବିଧି ଉଲ୍ଲଂଘନ କାରଣରୁ ତାମିଲନାଡ଼ୁର ଭେଲୋର ଆସନରେ ଭୋଟ ଗ୍ରହଣ ହୋଇପାରିନାହିଁ । ଶେଷ ପର୍ଯ୍ୟାୟ ଭୋଟିଂ ପରେ ଆସିଥିଲା ଏକ୍ଜିଟ୍ ପୋଲ୍ ରିପୋର୍ଟ । ଏବେ ଏକ୍ଜିଟ୍ ପୋଲ ସହ ଏକ୍ଜାଟ୍ ପୋଲର ଫଳାଫଳ କେତେ ମିଶୁଛି ତାହା ଦେଖିବାକୁ ସମସ୍ତେ ଉତ୍ସାହିତ । ଅନ୍ୟପଟେ ଏକ୍ଜିଟ୍ ପୋଲ୍ ରିପୋର୍ଟ କିନ୍ତୁ କହିଛି ବହୁମତ ସହ ପୁଣି ମୋଦି ସରକାର ଫେରିବେ । ଏହାକୁ ନେଇ ବିରୋଧିଙ୍କ ହୋଶ୍ ଉଡିଥିବା ବେଳେ ସମସ୍ତ କାଉଣ୍ଟଡାଉନ୍ ଆରମ୍ଭ ହେବ ଆଜି 8ଟାରୁ ।
ପ୍ରକାଶ ଥାଉ କି, ଦେଶରେ 7ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ 11ରେ ମତଦାନ ହୋଇଥିଲା । ସେହିପରି ଏପ୍ରିଲ 18, 23, 29, ମେ’ ମାସ 6, 12 ଓ 19ରେ ମତଗ୍ରହଣ କରାଯାଇଥିଲା । ଚଳିତ ନିର୍ବାଚନରେ ପ୍ରାୟ 67 କୋଟି 11 ଲକ୍ଷ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରିଛନ୍ତି ।
ଅର୍ଗସ ବ୍ୟୁରୋ: ପଡିଲା ହାତଗଣ୍ଠି। ସାତଜନମର ସାଥୀ ହୋଇଛନ୍ତି ପରୀ -ରାଘବ। ଦୁହିଁଙ୍କ ବିବାହ ବହୁତ ଧୁମଧାମରେ ସରିଛି। ଏହି ଦୁହିଁଙ୍କ ଯୋଡିକୁ ସମସ୍ତେ ଖୁବ ପ୍ରଶଂସା କରୁଛନ୍ତି। ହେଲେ ଏସବୁ ଭିତରେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି କି , ଏହି ହାଇପ୍ରୋଫାଇଲ ମ୍ୟାରେଜରେ କୌଣସି ବଡ ବଲିଉଡ ତାରକା ଏବଂ ରାଜନେତା ଯୋଗ ଦେଇନଥିଲେ। କାହିଁକି କେହି ପରୀ-ରାଘବଙ୍କ ବିବାହରେ ଯୋଗ ଦେଇନଥିଲେ। ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡା ରାଜସ୍ଥାନର ଉଦୟପୁରରେ ସାତ ଫେରା ନେଇଥିଲେ। ଯେଉଥିରେ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ। ତାଙ୍କ ବିବାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରଓ୍ୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ମଧ୍ୟ ଯୋଗ ଦେଇଥିଲେ। ହେଲେ ଆସିନଥିଲେ ଅନ୍ୟ କୌଣସି ସେଲିବ୍ରେଟି ବା ରାଜନେତା।
ପ୍ରକୃତରେ ବର୍ତ୍ତମାନ ଉଭୟଙ୍କ ବିବାହ ରିସେପ୍ସନ ଅନୁଷ୍ଠିତ ହେବ। ନବ ବିବାହିତା ଦମ୍ପତି ଦୁଇଟି ସ୍ଥାନରେ ରିସେପ୍ସନ କରିବେ। ସାଙ୍ଗମାନଙ୍କ ପାଇଁ ଦୁଇଟି ରିସେପ୍ସନ ପ୍ରସ୍ତୁତ କରିଛନ୍ତି। ସୂଚନାନୁସାରେ, ଦୁହେଁ ଦୁଇଟି ରିସେପ୍ସନ ଆୟୋଜନ କରିବେ। ଗୋଟିଏ ଦିଲ୍ଲୀରେ ଏବଂ ଅନ୍ୟଟି ମୁମ୍ୱାଇରେ। ଦିଲ୍ଲୀର ରିସେପ୍ସନରେ ଅନେକ ରାଜନେତା ନଜର ଆସିବେ, ଯିଏ ରାଘବଙ୍କର ନିକଟର। ମୁମ୍ୱାଇରେ ପରିଣୀତି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବନ୍ଧୁମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ରିସେପ୍ସନ ପରେ ପରୀ ତାଙ୍କର ଆଗାମୀ ଚଳଚ୍ଚିତ୍ର ` ମିଶନ ରାନିଗଞ୍ଜ'ର ପ୍ରମୋସନ ଆରମ୍ଭ କରିପାରନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅର୍ଗସ ବ୍ୟୁରୋ: ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ଏକାତ୍ମ ମାନବ ଦର୍ଶନର ପ୍ରଣେତା ପଣ୍ତିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଭାରତୀୟ ଜନତା ପାର୍ଟିର ଇଣ୍ଟେଲେକ୍ଟୁଆଲ ସେଲ ପକ୍ଷରୁ ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ଅରୁଣ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମଞ୍ଚରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ସଜ୍ଜନ ଶର୍ମା, ଭୁବନାନନ୍ଦ ତ୍ରିପାଠୀ ଓ ସୁଦର୍ଶନ ସାହୁ ଉପସ୍ଥିତ ଥିଲେ । ଏହି ଅବସରରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନ ଓ ବିଚାର ଏକାତ୍ମ ମାନବ ଦର୍ଶନ ଉପରେ ଆଧାରିତ ପୁସ୍ତକ' ବିଚାରକଙ୍କ ଦୃଷ୍ଟିରେ ଏକାତ୍ମ ମାନବବାଦ' ର ଓଡ଼ିଆ ଭାଷାରେ ଅନୁବାଦ କରିଥିବା ଯୁବ ଲେଖକ ରିତେଶ ପୃଷେଠଙ୍କୁ ସମ୍ମାନିତ କରା ଯାଇଥିଲା ।
ରିତେଶ ପୃଷେଠଙ୍କ ଘର ସୁନ୍ଦରଗଡ ସହରରେ ଓ ସେ ଭାରତୀୟ ଜନସଂଚାର ସଂସ୍ଥାନ ( IIMC ), ନୂଆଦିଲ୍ଲୀର ପୂର୍ବତନ ଛାତ୍ର ତଥା ବର୍ତ୍ତମାନ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ଅଧିବକ୍ତା ଭାବେ କାର୍ଯ୍ୟରତ । ' ବିଚାରକଙ୍କ ଦୃଷ୍ଟିରେ ଏକାତ୍ମମାନବବାଦ ' ପୁସ୍ତକରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନର ବିଭିନ୍ନ ପକ୍ଷ ବିଷୟରେ ଆଲୋଚନା କରାଯିବା ସହିତ ଏକାତ୍ମ ମାନବ ଦର୍ଶନର ରାଜନୈତିକ, ସାମାଜିକ, ଆର୍ଥିକ, ଭାଷାଗତ ପକ୍ଷ ତଥା ଏହାର ବର୍ତ୍ତମାନ ରାଜନୈତିକ ସନ୍ଦର୍ଭରେ ପ୍ରୟୋଗ ବିଷୟରେ ଉଲ୍ଲେଖ କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଲଣ୍ଡନରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ । ଲଣ୍ଡନରେ ଥିବା ପ୍ରବାସୀ ଭାରତୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସ୍ବାଗତ ସମ୍ବର୍ଦ୍ଧନା କରିଥିବା ଦେଖିବାକୁ ମିଳିଛି । ଏହି ଅବସରରେ ପ୍ରବାସୀ ଭାରତୀୟମାନେ ଉତ୍ତରାଖଣ୍ଡର ପାରମ୍ପରିକ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି ।
ବ୍ରିଟେନ ଗସ୍ତରେ ଅଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଓ ଟିମ୍ । ଲଣ୍ଡନ ଏବଂ ବର୍ମିଂହାନରେ ରହିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବିଶ୍ବର ବଡ଼ ବ୍ୟବସାୟୀଙ୍କ ସହ ବିଭିନ୍ନ ବୈଠକ ରହିଛି । ଯାହା ଦେଶରେ ବିଦେଶୀ ନିବେଶ ବଢାଇବା ଦିଗରେ ଅନେକ ସହାୟକ ହେବ । ଆଗକୁ ଥିବା ଗ୍ଲୋବାର ଇନଭେଷ୍ଟର ମିଟ୍ କାର୍ଯ୍ୟକ୍ରମ ପାଇଁ ସେହି ସବୁ ଉଦ୍ୟୋଗପତିଙ୍କୁ ନିମନ୍ତ୍ରଣ ଦେବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରବାସୀ ଉତ୍ତରାଖଣ୍ଡମାନଙ୍କୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି ଯେ ଭଗବାନଙ୍କ ଦେଶ ହେବା ବ୍ୟତୀତ ଉତ୍ତରାଖଣ୍ଡ ମଧ୍ୟ ଯୋଗ ଏବଂ ଆଧ୍ୟାତ୍ମିକତାର ସ୍ଥାନ । ଏହା ସହିତ ଉତ୍ତରାଖଣ୍ଡ ମଧ୍ୟ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରତୀକ । ସେମାନେ କହିଛନ୍ତି ଯେ ଆମେ ଉତ୍ତରପ୍ରଦେଶର ମୂଳବାସିନ୍ଦା ହୋଇଥିବାରୁ ଆମେ ଗର୍ବିତ । ଏହାପରେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଉତ୍ତରାଖଣ୍ଡବାସୀଙ୍କୁ କହିଛନ୍ତି ଯେ, ସେମାନେ ବର୍ଷକୁ ଥରେ ନିଜ ରାଜ୍ୟ ଉତ୍ତରାଖଣ୍ଡ ବୁଲି ଆସନ୍ତୁ ।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ମୋର ଭାଗ୍ୟ ଯେ ଉତ୍ତରପ୍ରଦେଶର ମୁଖ୍ୟ ସେବକ ଭାବରେ ମୁଁ ନିବେଶକ ସମ୍ମିଳନୀ ବୈଠକରେ ଯୋଗଦେବାକୁ ଲଣ୍ଡନ ଆସିବାର ସୁଯୋଗ ପାଇଲି । ଲଣ୍ଡନରେ ଏତେ ସଂଖ୍ୟକ ଉତ୍ତରାଖଣ୍ଡର ଲୋକଙ୍କର ଉପସ୍ଥିତି ଦେଖି ଉତ୍ତରାଖଣ୍ଡରେ ଏକ ଛୋଟ ବ୍ରିଟେନବାସ କରିବା ଭଳି ମନେ ହେଉଛି ବୋଲି କହିଛନ୍ତି ଧାମି ।
ଆହୁରି ପଢନ୍ତୁ ଭାରତ ଖବର...