ବହିଷ୍କୃତ କୁଟନିତିଜ୍ଞଙ୍କୁ ପାଞ୍ଚ ଦିନ ମଧ୍ୟରେ ଭାରତ ଛାଡିଵାକୁ ହେବ । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିଵା ଵିଵୃତ୍ତିରେ କୂଟନିତିଜ୍ଞ ଜଣଙ୍କ ଭାରତର ଆଭ୍ୟନ୍ତରଣ ମାମଲାରେ ହସ୍ତକ୍ଷେପ କରିଵା ସହ ଭାରତ ଵିରୋଧି କାର୍ଯ୍ୟକଳାପକୁ ସମର୍ଥନ କରୁଥିଵା ଅଭିଯୋଗ ହୋଇଛି ।
ଦୀର୍ଘ ଦିନ ଧରି କାନାଡାରେ ଖାଲିସ୍ତାନୀ ସମର୍ଥକ ଭାରତ ବିରୋଧି କାର୍ଯ୍ୟକଳାପ କରିଆସୁଛନ୍ତି । କିଛି ଦିନ ତଳେ ଖାଲିସ୍ତାନୀ ପ୍ରତିବାଦକାରୀ ଭାରତୀୟ ଦୂତାବାସ ସମ୍ମୁଖରେ ଥିବା ତ୍ରୀରଙ୍ଗା ପତାକାକୁ କାଢି ଦେଇଥିଲେ । ଏହା ସତ୍ତ୍ୱେ କାନାଡା ସରକାରଙ୍କ ପଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ବଂର ଖାଲିସ୍ତାନୀ ସମର୍ଥକଙ୍କୁ ପ୍ରସହ ଦେବା କାର୍ଯ୍ୟ କାନାଡା ସରକାରଙ୍କ ପକ୍ଷରୁ କରାଯାଇଥିଲା ।
ଆହୁରି ପଢନ୍ତୁ ବିଦେଶ ଖବର...