
ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଥରେ ଅଗ୍ନିକାଣ୍ଡ । ଆଜି ସକାଳେ ସିଜିଓ କମ୍ପ୍ଲେକ୍ସର ଦୀନଦୟାଲ ଅନ୍ତୋଦୟ ଭବନରେ ନିଆଁ ଲାଗିଛି । କମ୍ପ୍ଲେକ୍ସର ପଞ୍ଚମ ମହଲାରେ ନିଆଁ ଲାଗିଛି । ଏହାପରେ 24ଟି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।
Delhi: Fire broke out at the office of Ministry of Social Justice and Empowerment in Pandit Deendayal Antyodaya Bhawan, at CGO Complex, today; 24 fire tenders present at the spot. #Delhi pic.twitter.com/epcfEpr7eN
— ANI (@ANI) March 6, 2019
ଆଜି ସକାଳ 8ଟାରୁ ସାଢେ8ଟା ଭିତରେ ନିଆଁ ଲାଗିଛି । ଏହାପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦମ୍ୟ ଜାରି ରଖିଛି । ନିଆଁ ପ୍ରବଳ ବେଗରେ ବ୍ୟାପିଯାଇଛି । ତେଣୁ ଏହାକୁ ଆୟତ କରିବା ମୁସ୍କିଲ ହୋଇପଡିଛି ।
#Visuals: Fire breaks out on the 5th floor of Pandit Deendayal Antyodaya Bhawan at CGO Complex; 24 fire tenders present at the spot. #Delhi pic.twitter.com/5csHdEfMiU
— ANI (@ANI) March 6, 2019
ସେପଟେ ଏହି ଭବନରେ ଏୟାରଫୋର୍ସ, ସାମାଜିକ ନ୍ୟାୟ ଏବଂ ଅଧିକାରିତା ମନ୍ତ୍ରାଳୟ, ବନ ବିଭାଗ ଓ ପାନୀୟ ଜଳ ମନ୍ତ୍ରାଳୟ ସମେତ ଅନେକ କେନ୍ଦ୍ରୀୟ କାର୍ଯ୍ୟାଳୟ ରହିଛି ।
