ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି 2014 ପରଠାରୁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି। ସରକାରଙ୍କ ଉଦ୍ୟମ ହେତୁ 2015 ରେ 81 ତମ ସ୍ଥାନରୁ ଭାରତ ଗ୍ଲୋବାଲ ଇନୋଭେସନ୍ ଇଣ୍ଡେକ୍ସରେ 46 ତମ ସ୍ଥାନରେ ପହଞ୍ଚିଛି । ଆଜିର ଯୁବକମାନେ ଶୀଘ୍ର ଟେକ୍ନୋଲୋଜି ସହ ଖାପ ଖୁଆଇଛନ୍ତି । ସେମାନଙ୍କୁ ପୂର୍ଣ୍ଣ ଶକ୍ତି ସହିତ ସମର୍ଥନ କରିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଆମକୁ ଏହି ଅମୃତକାଳରେ ଭାରତକୁ ଏକ ଗବେଷଣା ଏବଂ ନବସୃଜନର ଏକ ବିଶ୍ୱସ୍ତରୀୟ କେନ୍ଦ୍ର କରିବାକୁ ପଡିବ । ରାଜ୍ୟଗୁଡିକ ଅନ୍ୟ ରାଜ୍ୟରୁ ସର୍ବୋତ୍ତମ ଅଭ୍ୟାସ ଗ୍ରହଣ କରିବା ଉଚିତ୍ । ଦେଶରେ ବିଜ୍ଞାନ ଦ୍ୱାରା ପରିଚାଳିତ ବିକାଶ କାର୍ଯ୍ୟକ୍ରମର ଠିକ ସମୟରେ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ନିଶ୍ଚିତ କରିବା ଦିଗରେ ଏହା ଏକ ପଦକ୍ଷେପ ହେବ ।
ଭାରତ ଖବର ଆହୁରି ପଢ଼ନ୍ତୁ ।