୧୧ ଦିନ ଧରି ଚାଲିବାକୁ ଥିବା ଏହି ସମରାଭ୍ୟାସରେ ୮ଟି ଲଢୁଆ ବିମାନ ଭାଗ ନେଇଛନ୍ତି । ଏଥିରେ ଭାରତର ୪ଟି ଲଢୁଆ ବିମାନ, ୨ଟି ପରିବହନ ବିମାନ ଓ ଗୋଟିଏ ରିଫୁଏଲିଂ ବିମାନ ଯୋଗ ଦେଇଛନ୍ତି ବୋଲି ଜାପାନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହି ସମରାଭ୍ୟାସରେ ଭାରତୀୟ ବାୟୁସେନାର ୧୫୦ କର୍ମଚାରୀ ଯୋଗ ଦେଇଛନ୍ତି । ପୂର୍ବରୁ ଜାପାନ ଓ ଭାରତ ମଧ୍ୟରେ ସମରାଭ୍ୟାସ ହେଉଥିଲେ ବା ତାହା ବହୁରାଷ୍ଟ୍ରୀୟ ସମରାଭ୍ୟାସ ଅଧିନରେ ହେଉଥିଲେ ଯେଉଁଥିରେ ୨ରୁ ଅଧିକ ରାଷ୍ଟ୍ର ଅଂଶଗ୍ରହଣ କରୁଥିଲେ ।
ମାତ୍ର ଏଥର ପ୍ରଥମ ଥର ପାଇଁ ଭାରତ-ଜାପାନ ସିଧାସଳଖ ସମରାଭ୍ୟାସ କରିଛନ୍ତି । ଜାପାନ ପୂର୍ବରୁ ରକ୍ଷଣାତ୍ମକ ପ୍ରତିରକ୍ଷା ନୀତି ଗ୍ରହଣ କରୁଥିବାବେଳେ ନିକଟରେ ନିଜର ପ୍ରତିରକ୍ଷା ନୀତିରେ ପରିବର୍ତ୍ତନ କରି ସାମରିକ ଶକ୍ତିକୁ ବୃଦ୍ଧି କରିବା ଆରମ୍ଭ କରିଛି । ଚୀନ ପଟୁ ବିପଦ ବଢୁଥିବାରୁ ଜାପାନ ଏପରି କରିଛି । ଭାରତ ବି ଚୀନ ପଟୁ ବିପଦର ସମ୍ମୁଖୀନ ହେଉଛି । ଏଣୁ ଗୋଟିଏ ଶତ୍ରୁ ଚୀନର ମୁକାବିଲା ପାଇଁ ଭାରତ ଓ ଜାପାନ ଏକାଠି ହୋଇଛନ୍ତି ।