ଫଳରେ ନ୍ୟୁଜିଲାଣ୍ଡ ଏହି ସିରିଜକୁ ୧-୦ରେ କବଜା କରିଛି । ୩ ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ ଗୋଟିଏରେ ବିଜୟୀ ହୋଇଥିଲା ବେଳେ ଅନ୍ୟ ୨ଟି ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଯାଇଥିଲା । ଆଜି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ତେଣୁ ବ୍ୟାଟିଂ କରିଥିଲା ଭାରତ । ହେଲେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ଦଳ ପକ୍ଷରୁ ୱାସିଂଟନ ସୁନ୍ଦର ୫୧ ଓ ଶ୍ରେୟାସ ଆୟର ୪୯ ରନ କରିଥିଲା ବେଳେ ଆଉ କେହି ବଡ ସ୍କୋର କରିପାରିନଥିଲେ । ଫଳରେ ଦଳ ୪୭ ଓଭର ୩ଟି ବଲ ଖେଳି ୨୧୯ ରନରେ ଅଲଆଉଟ ହୋଇଯାଇଥିଲା ।
ଦ୍ୱିତୀୟ ଇଂନିସରେ ୨୨୦ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ ଦଳ । ଆରମ୍ଭରୁ ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲା । ଦଳ ୧୮ ଓଭରରେ ୧ ୱିକେଟ ହରାଇ ୧୦୪ ରନ କରିଥିଲା । ଆଉ ବିଜୟ ଲକ୍ଷ୍ୟ ବି କମ ରହିଥିଲା । ହେଲେ ବର୍ଷା ଯୋଗୁଁ ଖେଳ ବାତିଲ ହୋଇଯାଇଥିଲା।