କ୍ୟାବିନେଟ୍ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଏବଂ ରାଷ୍ଟ୍ରମନ୍ତ୍ରୀଙ୍କୁ ମୋଦି 2.0 ସରକାରରେ ଦାୟିତ୍ୱ ମିଳିଛି । 24 କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)-9 ଏବଂ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଶାଇ ମୋଟ 58 ଜଣଙ୍କୁ ଦାୟିତ୍ୱ ମିଳିଛି । ସେଥିମଧ୍ୟରୁ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀଙ୍କୁ ମଧ୍ୟ ଦାୟିତ୍ୱ ମିଳିଛି ।
କ୍ୟାବିନେଟ୍ ମନ୍ତ୍ରୀ
ଅମିତ ଶାହ-ଗୃହ ମନ୍ତ୍ରୀ
ନୀତିନ ଗଡ଼କରି-ସଡଳ ପରିବହନ, ରାଜପଥ, ଏମଏସଏମଇ
ସ୍ମୃତି ଇରାନୀ- ମହିଳା ଶିଶୁ ବିକାଶ, ବୟନ ଶିଳ୍ପ
ପିୟୁଷ ଗୋଏଲ- ରେଲୱେ, ବାଣିଜ୍ୟ ଓ ଶିଳ୍ପ
ରାଜନାଥ ସିଂହ-ପ୍ରତିରକ୍ଷା ମନ୍ତ୍ରୀ
ନିର୍ମଳା ସୀତାରମଣ-ଅର୍ଥମନ୍ତ୍ରୀ
ଡ. ହର୍ଷବର୍ଦ୍ଧନ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି
ଡି.ଭି.ସଦାନନ୍ଦ ଗୈାଡ଼ା- ସାର ରସାୟନ
ସୁବ୍ରମଣ୍ୟୟମ ଜୟଶଙ୍କର-ବୈନେଶିକ ବ୍ୟାପାର ମନ୍ତ୍ରୀ
ରାମ ବିଳାଶ ପାଶ୍ୱାନ- ଖାଦ୍ୟ ଯୋଗାଣ
ନରେନ୍ଦ୍ର ସିଂ ତୋମାର- କୃଷି, ଗ୍ରାମ୍ୟ ଉନ୍ନୟକ, ପଞ୍ଚାୟତରାଜ
ରବିଶଙ୍କର ପ୍ରସାଦ- ଆଇନ, ଯୋଗା;ଯାଗ, ସୂଚନା ପ୍ରଯୁକ୍ତି ବିଦ୍ୟା
ହରସିମରତ କୌର ବାଦଲ-ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ
ଥାୱର ଚନ୍ଦ୍ର ଗେହଲଟ-ସାମାଜିକ ନ୍ୟାୟ ଓ ସଶକ୍ତି କରଣ
ଋମେଶ ପୋଖରିଆନ ନିଶଙ୍କ-ମାନବ ସମ୍ବଳ ବିକାଶ
ଧର୍ମେନ୍ଦ୍ର ପ୍ରଧାନ-ପେଟ୍ରୋଲିୟମ ଓ ପ୍ରାକୃତିକ , ଇସ୍ପାତ
ମୁକ୍ତାର ଆବାସ ନକଭି- ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ
ପ୍ରହ୍ଲାଦ ଯୋଶୀ- ସଂସଦୀୟ ବ୍ୟାପାର ଓ କୋଇଲା ଖଣି
ମହେନ୍ଦ୍ର ନାଥ ପାଣ୍ଡେ- ଦକ୍ଷତା ବିକାଶ ଓ ଉଦ୍ୟୋଗୀକରଣ
ଅରବିନ୍ଦ ଗଣପତ ସାମନ୍ତ- ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ
ଗିରିରାଜ ସିଂ-ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ସମ୍ପଦ
ଗଜେନ୍ଦ୍ର ସିଂ ସେଖାୱାତ- ଜଳ ଓ ଶକ୍ତି ମନ୍ତ୍ରୀ
ଅର୍ଜୁନ ମୁଣ୍ଡା - ଆଦିବାସୀ ବ୍ୟାପାର ମନ୍ତ୍ରୀ
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)
ସନ୍ତୋଷ ଗଙ୍ଗୱାର-ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ
ରାଓ ଇନ୍ଦ୍ରଜିତ ସିଂହ- ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ଯୋଜନା ମନ୍ତ୍ରୀ
ଶ୍ରୀପଦ ନାଏକ- ପ୍ରତିରକ୍ଷା, ଆୟୁର୍ବେଦ, ଯୋଗ, ହୋମିଓପାଥି ମନ୍ତ୍ରୀ
ଜିତେନ୍ଦ୍ର ସିଂହ-ପିଏମଓ, ଉତ୍ତରାଞ୍ଚଳ ଉନ୍ନୟନ, ପରମାଣୁ ଶକ୍ତି ମନ୍ତ୍ରୀ
କିରେନ ରିଜିଜୁ- ଯୁବ ବ୍ୟାପାର ଏବଂ କ୍ରୀଡା, ସଂଖ୍ୟାଲଘୁ ବ୍ୟାପାରମନ୍ତ୍ରୀ
ପ୍ରହଲ୍ଲାଦ ସିଂ ପଟେଲ-ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀ
ରାଜ କୁମାର ସିଂହ- ଶକ୍ତି, ଅକ୍ଷୟ ଶକ୍ତି, ଦକ୍ଷତା ବିକାଶ ମନ୍ତ୍ରୀ
ହରଦୀପ ସିଂ ପୁରୀ- ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ
ମନସୁଖ ଲାଲ ମାଣ୍ଡଭିୟା- ଜାହାଜ ଚଳାଚଳ, ସାର ଓ ରାସାୟନ ମନ୍ତ୍ରୀ
ରାଷ୍ଟ୍ରମନ୍ତ୍ରୀ-
ଫଗନ ସିଂ କୁଲସ୍ତେ- ଇସ୍ପାତ ମନ୍ତ୍ରୀ
ଅଶ୍ୱିନୀ କୁମାର ଚୌବେ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
ଅର୍ଜୁନ ରାମ ମେଘୱାଲ- ସଂସଦୀୟ ବ୍ୟାପାର ଓ ଭାରିଶିଳ୍ପ ମନ୍ତ୍ରୀ
ଜେନେରାଲ ଭିକେ ସିଂହ- ପରିବହନ ଓ ରାଜପଥ ମନ୍ତ୍ରୀ
କ୍ରୀଷ୍ଣନପାଲ ଗୁର୍ଜର- ସମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ
ଦାନଭେ ରାଓସାହେବ ଦାଦାରାଓ- ଖଦ୍ୟା ଯୋଗାଣ ମନ୍ତ୍ରୀ
ପରଷୋତ୍ତମ ରୁପାଲା- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ
ରାମଦାସ ଅଠାୱାଲେ- ସାମାଜିକ ନ୍ୟାୟ ସସଶକ୍ତି କରଣ ମନ୍ତ୍ରୀ
ସ୍ୱାଧ୍ୱୀ ନିରଞ୍ଜନ ଜ୍ୟୋତି- ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
ବାବୁଲ ସୁପ୍ରିଓ- ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ
ସଞ୍ଜିବ ଭାଲିୟାନ- ପଶୁ, ଡାଏରୀ ଏବଂ ମତ୍ସ ସମ୍ପଦ
ସଞ୍ଜୟ ଧୋତ୍ରେ- ମାନବ ସମ୍ବଳ ବିକାଶ ଏବଂ ସୂଚନା ବିଭାଗ
ଅନୁରାଗ ଠାକୁର-ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ
ସୁରେଶ ଅଙ୍ଗଡ଼ି- ରେଳ
ନିତ୍ୟାନନ୍ଦ ରାୟ- ଗୃହ
ରତନ ଲାଲ କଟାରିଆ- ଜଳ ଶକ୍ତି, ସାମଜିକ ନ୍ୟାୟ
ବି ମୁରଲିଧରନ- ବୈଦେଶିକ ବ୍ୟାପାର, ସଂସଦୀୟ
ରେଣୁକା ସିଂହ ସରୁତା- ଆଦିବାସୀ ବ୍ୟାପାର
ସୋମ ପ୍ରକାଶ- ବାଣିଜ୍ୟ, ଓଦ୍ୟୋଗ
ରମେଶ୍ୱର ତେଲି- ଖାଦ୍ୟ ପ୍ରକ୍ରିୟାକରଣ
ପ୍ରତାପ ଷଡଙ୍ଗୀ-ଏମ୍ଏସ୍ଏମ୍ଇ, ପ୍ରାଣୀ ଓ ଗୋ, ମତ୍ସ୍ୟ ସମ୍ପଦ ମନ୍ତ୍ରୀ
କୈଳାଶ ଚୌଧୁରୀ- କୃଷି ଏବଂ କୃଷକ କଲ୍ୟାଣ
ଦେବଶ୍ରୀ ଚୌଧୁରୀ- ମହିଳା ଏବଂ ବାଳ ବିକାଶ
ସୁବର୍ଣ୍ଣପୁର: ମାହୁନ୍ତକୁ କଚାଡି ହାତୀ ଫେରାର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଧନୁଯାତ୍ରାରେ ଅଘଟଣ । ଧନୁଯାତ୍ରାରେ ସାମିଲ ଥିବା ହାତୀ ମାହୁନ୍ତକୁ କଚାଡି ଫେରାର ମାରିଥିବା ସୂଚନା ରହିଛି । ତେବେ ମାହୁନ୍ତ ଜଣକ ସୁରକ୍ଷିତ ଥିବା ଜଣାପଡିଛି । ହାତୀଟି ଗାଁ ମୁହାଁ ହୋଇଥିବା ସୂଚନା ମିଳିଛି ।
ଆଜି ଧନୁଯାତ୍ରାର ଚତୁର୍ଥ ରଜନୀ । କଂସ ମହାରାଜକୁ ହାତୀ ନେଇଥିବାବେଳେ ହଠାତ୍ ହାତୀଟି ପଳାଇବାରେ ଲାଗିଥିଲା । ମାହୁନ୍ତ ଜଣକ ହାତୀକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ ହେଁ ହାତୀ ଟି ନିୟନ୍ତ୍ରଣ ହରାଇ ମାହୁନ୍ତକୁ କଚାଡି ଦୌଡ଼ି ପଳେଇ ଥିଲା । ତେବେ ଅନ୍ଧାର ହୋଇଥିବାରୁ ହାତୀକୁ ଖୋଜିବାରେ ବାଧା ସୃଷ୍ଟି ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ହାତୀର ସନ୍ଧାନ ମିଳି ପାରି ନାହିଁ । ଏବେ ସମସ୍ତେ ହାତୀଟିକୁ ଖୋଜିବାରେ ଲାଗିଥିବାବେଳେ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...