ଆଜିର ମ୍ୟାଚକୁ ଜିତି ଭାରତୀୟ ଟିମ୍ ସିରିଜ ବରାବର କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡର ଫର୍ମ ଭଲ ରହିଥିବା ବେଳେ ଦଳ ଭାରତକୁ ହରାଇ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ପୂର୍ବ ମ୍ୟାଚ ପରି ଆଜିର ମ୍ୟାଚରେ ମଧ୍ୟ ବର୍ଷାର ଆଶଙ୍କା ରହିଛି।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।
ନୂଆଦିଲ୍ଲୀ: ଆଜି ଭାରତ-ନ୍ୟୁଜିଲାଣ୍ଡ 3ୟ ଟି-20। ହାଗଲି ଓଭାଲ ଗ୍ରାଉଣ୍ଡରେ ଉଭୟ ଦଳ ମୁହାଁମୁହିଁ। ଟସି ଜିତି ବୋଲିଂ କରିବ ନ୍ୟୁଜିଲାଣ୍ଡ। ସିରିଜ ବରାବର ଲକ୍ଷ୍ୟରେ ଦୁଇ ଦଳ। ପ୍ରଥମ ଦିନିକିଆରେ ପରାଜୟ ସତ୍ତ୍ବେ ଭାରତୀୟ ଟିମ ଉନ୍ନତ ପ୍ରଦର୍ଶନ କରିଥିଲା। ଦ୍ବିତୀୟ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଥିବା ବେଳେ ଆଜି ଖେଳାଯିବ ତୃତୀୟ ଦିନିକିଆ।
ଆଜିର ମ୍ୟାଚକୁ ଜିତି ଭାରତୀୟ ଟିମ୍ ସିରିଜ ବରାବର କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡର ଫର୍ମ ଭଲ ରହିଥିବା ବେଳେ ଦଳ ଭାରତକୁ ହରାଇ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ପୂର୍ବ ମ୍ୟାଚ ପରି ଆଜିର ମ୍ୟାଚରେ ମଧ୍ୟ ବର୍ଷାର ଆଶଙ୍କା ରହିଛି।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।
ନୂଆଦିଲ୍ଲୀ/ଭୁବନେଶ୍ୱର: ଶିକ୍ଷା ଏବଂ ଦକ୍ଷତା କେବଳ ବ୍ୟକ୍ତିଗତ ଲାଭ ପାଇଁ ନୁହେଁ ବରଂ ଆମ ସମାଜର ଉନ୍ନତି ପାଇଁ ମଧ୍ୟ ଆବଶ୍ୟକ ବୋଲି ଶନିବାର ଆଇଆଇଏମ ସମ୍ବଲପୁରର ନବମ ପ୍ରତିଷ୍ଠା ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଯୋଗେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଇଆଇଏମ ସମ୍ବଲପୁରକୁ ପ୍ରତିଷ୍ଠା ଦିବସର ଅଭିନନ୍ଦନ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ଆଗକୁ ବଢ଼ୁଥିବା ବେଳେ ସମାଜ ପ୍ରତି ଆମର ଗୁରୁ ଦାୟିତ୍ୱକୁ ସ୍ୱୀକାର କରିବା ନିହାତି ଜରୁରୀ । ସମାଜ ପ୍ରତି "କର୍ତ୍ତବ୍ୟବୋଧ" ମନୋଭାବ ରଖିବା ଜରୁରୀ । ଏହି ଧାରଣାକୁ ଛାତ୍ରଛାତ୍ରୀମାନେ ନିଜ ମନରୁ ଗ୍ରହଣ କରିବା ଆବଶ୍ୟକ । ଛାତ୍ରଛାତ୍ରୀଙ୍କ ପାଖରେ ସମାଜରେ ଓ୍ୱେଲଥ କ୍ରିଏଟର୍ ଓ ରୋଜଗାର ତିଆରି କରିବାର ଶକ୍ତି ଅଛି । କେବଳ ସୁଯୋଗ ଅନ୍ୱେଷଣ କରିବା ନାହିଁ ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ଚାକିରି ସୃଷ୍ଟି କରିବା ଦରକାର । ଏହା ଦ୍ୱାରା ଆମେ ଏକ ରାଷ୍ଟ୍ରର ବିକଶିତ କରିପାରିବା ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଆମ ଦେଶର ସାମ୍ପ୍ରତିକ ଇତିହାସର କିଛି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବିଷୟରେ ଚିନ୍ତା କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଅବସର । ଆମ ସଂସଦରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ - ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହୋଇଛି । ଆମ ଗଣତାନ୍ତ୍ରିକ ରାଷ୍ଟ୍ର ଗୁଡ଼ିକରେ ଲିଙ୍ଗଗତ ସମାନତା ହାସଲ ଦିଗରେ ଏହି ଐତିହାସିକ ଅଧିନିୟମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଦ୍ୱାରା ଆମ ସଂସଦ ଏବଂ ରାଜ୍ୟ ବିଧାନସଭାର ଗୃହରେ ଦେଶର ମହିଳାଙ୍କ ସ୍ୱର ଅଧିକ ଶାଣିତ ହେବା ସହ ସ୍ପଷ୍ଟ ହେବ । ଦେଶର ନୀତି ଓ ନିର୍ଦ୍ଦାରଣ କରିବା ପ୍ରକ୍ରିୟାରେ ମହିଳାମାନଙ୍କର ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଆଗକୁ ବଢୁଛି ଏବଂ ବିଶେଷ ଭାବରେ ବିଶ୍ୱ ପାଇଁ ଉଭା ହେଉଥିବା ଅର୍ଥବ୍ୟବସ୍ଥା ଦିଗରେ ଏକ ଆଦର୍ଶ ପାଲଟିଛି । ଜି-୨୦ ଶିଖର ସମ୍ମିଳନୀ ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ । ଏହା ବିଶ୍ୱସ୍ତରୀୟ ସହଯୋଗ ଏବଂ ଅନ୍ତର୍ଭୁକ୍ତୀକରଣ ପ୍ରତି ଆମର ପ୍ରତିବଦ୍ଧତାର ପ୍ରମାଣ । ଏହାବ୍ୟତିତ ଶିକ୍ଷା କ୍ଷେତ୍ରରେ ଆମ ଦେଶର ଲିଡରମାନେ ଜାତୀୟ ଶିକ୍ଷା ନୀତିର ପରିବର୍ତ୍ତନଶୀଳ ସମ୍ଭାବନାକୁ ସ୍ୱୀକାର କରିଛନ୍ତି । ଏହି ଶିକ୍ଷା ନୀତି ଆମର ଯୁବବର୍ଗଙ୍କ ମଧ୍ୟରେ ସାମଗ୍ରିକ ବିକାଶ, ନବସୃଜନ ଏବଂ ବୈଶ୍ୱିକ ନାଗରିକ ହେବା ଉପରେ ଗୁରୁତ୍ୱାରୋପ କରେ । ଏହା ଆମର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉଜ୍ଜ୍ୱଳ ଓ ଅଧିକ ସମାବେଶୀ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରିବ ।
ଆଜି ସମ୍ମିଳନୀର ବିଷୟବସ୍ତୁ ହେଉଛି "ଆକ୍ସେଲେରେଟିଂ ଷ୍ଟାର୍ଟଅପ ଇକୋସିଷ୍ଟମ"। ଜାତୀୟ ଶିକ୍ଷା ନୀତି ମଧ୍ୟ ଶିକ୍ଷା ବ୍ୟବସ୍ଥାରେ ଉଦ୍ଭାବନ ଏବଂ ଷ୍ଟାର୍ଟଅପ୍ ଉପରେ ଅଧିକ ଗୁରୁତ୍ୱ ଦେଇଛି । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବକୁ ପ୍ରୋତ୍ସାହିତ କରିବା ସହ ନୂଆ ଚିନ୍ତାଧାରାକୁ ପାଠ୍ୟକ୍ରମରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଥାଏ । ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ଷ୍ଟାର୍ଟଅପ୍ ଗୁଡ଼ିକୁ ସମର୍ଥନ କରିବା ପାଇଁ ଉଚ୍ଚଶିକ୍ଷାନୁଷ୍ଠାନ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରିସର୍ଚ୍ଚ ପାର୍କ, ଇନୋଭେସନ ହବ୍ ଏବଂ ଇନକ୍ୟୁବେସନ୍ ସେଣ୍ଟର ପ୍ରତିଷ୍ଠା କରିବା ଉପରେ ଧ୍ୟାନ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଇଆଇଏମ୍ ସମ୍ବଲପୁର ଇଣ୍ଡିଆ ଆକ୍ସେଲେରେଟର, ସିଡବି, ଓଏନଡିସି ଏବଂ ଫ୍ଲିପକାର୍ଟ ଭଳି ସଂସ୍ଥା ସହ ଭାଗିଦାରୀ ଏବଂ ସହଯୋଗୀ ହେବା ଆନନ୍ଦର ବିଷୟ । ଏହି ଭାଗିଦାରୀ ଷ୍ଟାର୍ଟଅପ ସ୍ଥାନୀୟ ଅଞ୍ଚଳର ବୁଣାକାର ଏବଂ କାରିଗରଙ୍କ ବ୍ୟବସାୟକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଆଇଆଇଏମ୍ ସମ୍ବଲପୁରର ମୂଳ ମୂଲ୍ୟବୋଧ- ଇନୋଭେସନ୍, ଇନକ୍ଲୁସିଭନେସ୍ ଏବଂ ଇଣ୍ଟିଗ୍ରିଟି, ଏହା ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶକ ସାଜିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉ । ଶ୍ରେଷ୍ଠତା ପାଇଁ ପ୍ରୟାସ କରିବା ସହ ସମାଜରେ ଯୋଗଦାନ କରିବା ଏବଂ ସେହି ମୂଲ୍ୟବୋଧକୁ ବଜାୟ ରଖିବା ଛାତ୍ରଛାତ୍ରୀଙ୍କ ମୂଳ ଉଦ୍ଦେଶ୍ୟ ହେଉ । ଏହା ଆମ ସମସ୍ତଙ୍କୁ ୨୦୪୭ ସୁଦ୍ଧା "ବିକଶିତ ଭାରତ"ରେ ପରିଣତ କରିବାରେ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୪୭ ସୁଦ୍ଧା ବିକଶିତ ଭାରତର କଥାରେ ସହଯୋଗୀ ହେବା । ଭାରତକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ଆଇଆଇଏମ୍ ସମ୍ବଲପୁରର ଭୂମିକା ରହିବା ନେଇ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ସବୁଠାରୁ ଅନନ୍ୟ ପାହାଡ ଉପରେ ଶୋଭା ପାଉଥିବା ଏହି ମନ୍ଦିର ରହିଛି ତେଲେଙ୍ଗାନାରେ। ଭାରତୀୟ ରାଜ୍ୟ ତେଲେଙ୍ଗାନାର ପୁରାତନ ମନ୍ଦିର ୟଦାଗିରିଗୁଟ୍ଟା ମନ୍ଦିର। ଶ୍ରୀ ଲକ୍ଷ୍ମୀନାରାୟଣସ୍ଵାମୀ ମନ୍ଦିର ବା ୟଦାଗିରିଗୁଟ୍ଟା ମନ୍ଦିର ହେଉଛି ନରସିଂହସ୍ଵାମୀଙ୍କର ଏକ ଲୋକପ୍ରିୟ ହିନ୍ଦୁ ମନ୍ଦିର। ହିନ୍ଦୁ ମାନଙ୍କ ମାନ୍ୟତା ରହିଛି ଏହି ମନ୍ଦିରରେ ପୂଜା ପାଉଥିବା ବିଷ୍ଣୁ ପ୍ରଥମେ ଏକ ଗୁମ୍ପାରେ ଲକ୍ଷୀ ନୃସିଂହ ଅବତାରରେ ଦର୍ଶନ ଦେଇଥିଲେ। ଭୁବନଗିରି ଜିଲ୍ଲାର ପାହାଡ ଉପରେ ଥିବା ଏହି ହିନ୍ଦୁ ମନ୍ଦିର ହେଉଛି ୟଦାଗିରିଗୁଟ୍ଟା ମନ୍ଦିର। ଏଠାରେ ଭଗବାନ ବିଷ୍ଣୁ ନରସିଂହ ଅବତାରରେ ପୂଜା ପାଉଛନ୍ତି। ଆଉ କେଉଁଠି ବି ଆପଣଙ୍କୁ ନୃସିଂହଙ୍କ ମୂର୍ତ୍ତି ଦେଖିବାକୁ ମିଳିବନି। ନୃସିଂହଙ୍କ ସହିତ ମାତା ଲକ୍ଷ୍ମୀ ଏଠାରେ ବିରାଜମାନ। ଏହି ମନ୍ଦିର ୬୦୦୦ ବର୍ଷର ପୁରୁଣା। କାରୁକାର୍ଯ୍ୟ ଦେଖିଲେ ଆପଣଙ୍କ ଆଖି ଲାଖିଯିବ। କଳାପଥରରେ ଖଚିତ ଏହି ମନ୍ଦିରର ସ୍ଥାପତ୍ୟ ଏବଂ କାରୁକାର୍ଯ୍ୟ ଭାରି ମନଲୋଭା। ଏହି ମନ୍ଦିରର ପୁନଃନିର୍ମାଣ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ୧୨୦୦ କୋଟି ଟଙ୍କାର ବଜେଟ ରଖିଛନ୍ତି।
ତେବେ ଏହି ମନ୍ଦିରର ଭଗବାନଙ୍କ ମାହାମ୍ଭ୍ୟ ଯିଏ ଶୁଣିଲେ ଚକିତ ହୋଇଯିବ। କିନ୍ତୁ ଏହା ସତ। ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ପାହାଡ ତଳେ ଚାପି ହୋଇ ରହିଥିଲା। ମୂର୍ତ୍ତିକୁ ଉଦ୍ଧାର କରିବା ପରେ ଏଠାରେ ଭଗବାନ ପୂଜା ପାଉଛନ୍ତି। ଆଉ ସବୁଠୁ ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି ଏଠି ଭଗବାନଙ୍କ ଶରୀର ମଣିଷଙ୍କ ଭଳି କୋମଳ ହୋଇଥାଏ। ଯେତେବେଳେ ପୂଜାରୀ ତାଙ୍କୁ ଫୁଲ ଚଢାନ୍ତି ସେତେବେଳେ ଫୁଲ ତାଙ୍କ ଦେହର ଭିତରକୁ ଚାଲିଯାଏ। ଆଉ ଭଗବାନ ଜୀବନ୍ତ ଭଳି ନିଶ୍ଵାସ ପ୍ରଶ୍ଵାସ ନେଉଥିବାର ମଧ୍ୟ କଥା ଶୁଣିବାକୁ ମିଳେ। କିମ୍ବଦନ୍ତୀ କହେ ସନ୍ଥ ୟାଦବ ଏଠାରେ ଭଗବାନ ବିଷ୍ଣୁଙ୍କୁ ତାଙ୍କର ତିନୋଟି ଅବତାରରେ ଉଭା ହେବାକୁ ତପସ୍ୟା କରିଥିଲେ। ସେ ଭଗବାନଙ୍କୁ ଜ୍ୱାଳା ନରସିଂହ , ଗନ୍ଧଭେରେନ୍ଦ୍ର ନରସିଂହ ଓ ୟୋଗାନନ୍ଦ ନରସିଂହ ଭାବରେ ଏହି ପର୍ବତରେ ଆସ୍ଥାନ କରି ରହିବାକୁ ଅନୁରୋଧ କରିଥିଲେ। ତାଙ୍କ ନାମ ଅନୁସାରେ ହି ଏଠାରେ ଲକ୍ଷ୍ମୀନରସିଂହ ଦେବ ମନ୍ଦିର ନିର୍ମିତ ହେଲା, ଆଉ ଏହି ସ୍ଥାନକୁ ୟଦାଗିରି ନାମରେ ନାମିତ କରାଗଲା। ଏଠାରେ ରହିଛି ଏକ ବିଶାଳକାୟ ସ୍ଵତନ୍ତ୍ର ଗୁମ୍ଫା। କୁହାଯାଏ ଏଠାରେ ଭକ୍ତ ନିଷ୍ଠାର ମନ କଥା ପ୍ରଭୁଙ୍କୁ କହିଲେ, ନିଶ୍ଚୟ ମନସ୍କାମନା ପୂର୍ଣ୍ଣ ହେଇଥାଏ।
ହାଇଦ୍ରାବାଦ ସହରରୁ ଠିକ୍ 80 କିଲୋମିଟର ଦୂରରେ ରହିଛି ଏହି ପବିତ୍ର ସ୍ଥାନଟି। ପ୍ରତ୍ୟେକ ଦିନ ହାରାହାରି 5000-8000 ଭକ୍ତ ଧାଇଁ ଆସନ୍ତି ଏହି ମନ୍ଦିର ପରିଦର୍ଶନ ପାଇଁ। ତେବେ ଆମ ଦେଶରେ ଏଭଳି ପ୍ରାଚୀନ କାରୁକାର୍ଯ୍ୟର ମନ୍ଦିର ରହିଛି। ଯେଉଁଠିକି ପର୍ଯ୍ୟଟକ ଯିବା ଦରକାର। ଲୋକେ କିନ୍ତୁ ଦେଶର କାରୁକାର୍ଯ୍ୟ ଏବଂ ଐତିହ୍ୟ ଜାଣିପାରୁ ନାହାନ୍ତି ବିଦେଶକୁ ଅଧିକ ପଇସା ଖର୍ଚ୍ଚ କରି ବୁଲିବାକୁ ଯାଉଛନ୍ତି। ଆମ ଦେଶର ଟୁଜିଜିମ ଏବଂ ପର୍ଯ୍ୟଟନସ୍ଥଳୀର ବିକାଶ ହେଲେ ଦେଶର ଅର୍ଥନୀତି ଏବଂ ଐତିହ୍ୟ ଆହୁରି ସୁଦୃଢ଼ ହେବ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର