ନୂଆଦିଲ୍ଲୀ: ଶପଥ ଗ୍ରହଣ କରିବା ପରେ ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିବା ବେଳେ, ବୈଠକରେ ନିଆଯାଇଛି ଅନେକ ବଡ଼ ନିଷ୍ପତ୍ତି ।
ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି । ମନ୍ତ୍ରି ମଣ୍ଡଳ ବୈଠକରେ ମୋଦି କରିଛନ୍ତି ବଡ଼ ଘୋଷଣା । ସହିଦ ପୋଲିସଙ୍କ ପରିବାରଙ୍କ ହିତ ପାଇଁ ନିଆଯାଇଛି ଅନେକ ନିଷ୍ପତ୍ତି । ନେସନାଲ ଡିଫେନ୍ସ ଫଣ୍ଡ୍ରେ ପ୍ରଧାନମନ୍ତ୍ରୀ ସ୍କଲାରସିପ୍ ରାଶି ବୃଦ୍ଧି କରିବା ନେଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧିନରେ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଛାତ୍ରବୃତ୍ତି ସ୍କିମକୁ ଆତଙ୍କବାଦୀ ଓ ମାଓବାଦୀ ଅପରେସନ ବେଳେ ସହିଦ ରାଜ୍ୟ ପୁଲିସ କର୍ମଚାରୀଙ୍କ ପିଲାମାନଙ୍କୁ ମଧ୍ୟ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ବାଳକମାନଙ୍କ ପାଇଁ ଏହି ବୃତ୍ତି ପରିମାଣ ମାସିକ ୨୦୦୦ରୁ ୨୫୦୦ ଟଙ୍କା ଓ ବାଳିକା ମାନଙ୍କ ପାଇଁ ମାସିକ ୨୨୫୦ରୁ ୩୦୦୦ ଟଙ୍କାକୁ ବ୍ଦ୍ଧି କରାଯାଇଛି ।
Our Government’s first decision dedicated to those who protect India!
Major changes approved in PM’s Scholarship Scheme under the National Defence Fund including enhanced scholarships for wards of police personnel martyred in terror or Maoist attacks. https://t.co/Vm90BD77hm pic.twitter.com/iXhFNlBCIc — Narendra Modi (@narendramodi) May 31, 2019
