ସୁରଟ୍: ଗୁଜୁରାଟର ସୁରଟ୍ରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ସୁରଟ୍ର ତକ୍ଷଶିଳା କମ୍ପେ୍ଲକ୍ସରେ ଭୀଷଣ ଅଗ୍ନିକାଣ୍ଡ ଘଟି 16 ଛାତ୍ରଙ୍କ ମୃତ୍ୟୁ ଘଟିଛି । ବିଲ୍ଡିଂର 4ର୍ଥ ମହଲାରେ ଚାଲିଥିବା କୋଚିଂ ସେଣ୍ଟରରେ ନିଆଁ ଲାଗିଯାଇଥିବା ସୂଚନା ରହିଛି । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ରଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ସହାୟତା ଘୋଷଣା କରିବା ସହ ଘଟଣାର କଡା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୁଜୁରାଟ ସରକାର ।
Massive fire in Surat building, 15 dead
Read @ANI Story | https://t.co/mFG15LmAfg pic.twitter.com/oVaYPSkf94 — ANI Digital (@ani_digital) May 24, 2019
ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା 15ରୁ ଅଧିକ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇ ସାରିଛି । ସର୍ଟସର୍କିଟି ପାଇଁ ବିଲ୍ଡିଙ୍ଗରେ 4ର୍ଥ ମହଲାରେ ଏହି ଅଭାବନୀୟ କାଣ୍ଡ ଘଟିଛି । ତେବେ ଅଗ୍ନିରୁ ରକ୍ଷା ପାଇଁ ପ୍ରାୟ 20 ଜଣ ଛାତ୍ର ପ୍ରାଣ ବିକଳରେ ବିଲ୍ଡିଂ ରୁ ତଳକୁ ଡେଇଁ ପଡ଼ିଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇ ପାରେ ।
#Visuals Gujarat: A fire broke out on the second floor of a building in Sarthana area of Surat; 18 fire tenders at the spot. More details awaited. pic.twitter.com/iY0O588Pom
— ANI (@ANI) May 24, 2019
ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବିଭାଗ ସେଠାରେ ପହଂଚିଛି । ତେବେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଅଗ୍ନିକୁ ଆୟତ କରାଯାଇ ନାହିଁ । ବିଲ୍ଡିଂ ଭିତରୁ ଲୋକମାନଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି । ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ।
ଅର୍ଗସ ବ୍ୟୁରୋ: ମୌସୁମୀ ଫେରିବା ସମୟ ଉପନୀତ। ଏହାର ଅବ୍ୟବହିତ ପୂର୍ବରୁ ଓଡିଶାକୁ ଦେଖାଗଲାଣି ବାତ୍ୟା ଭୟ। ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏପରିକି ବାତ୍ୟାଟି ଓଡିଶାମୁହାଁ ହୋଇପାରେ ବୋଲି କିଛି ମଡେଲର ଆକଳନରୁ ସୂଚନା ମିଳୁଛି।ଓଡ଼ିଶା ପାଇଁ ଅକ୍ଟୋବର ମାସ ସବୁବେଳେ ଅଶୁଭ ସାଜି ଆସିଥିବାବେଳେ ପୁଣି ଚଳିତ ବର୍ଷ ମଧ୍ୟ ସେହି ଡର ଘନେଇଲାଣି । ଅଶାନ୍ତ ହେଉଛି ଆଣ୍ଡାମାନ ସାଗର । ୟୁରୋପିଆନ୍ ମଡେଲ୍ ର ଆକଳନ ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ତୃତୀୟ ସପ୍ତାହ ଶେଷ ଆଡକୁ ଶକ୍ତିଶାଳୀ ହେବାର ସମ୍ଭାବା ରହିଛି । ଆଇଏମଡି ମଡେଲ ମଧ୍ୟ ସମାନ ଆକଳନ କରିଛି ।
ପଶ୍ଚିମ ବାୟୁ ସହ ଜଡିତ ବିଷୁବରେଖା ନିକଟସ୍ଥ ତରଙ୍ଗର ଉପସ୍ଥିତି ଯୋଗୁଁ ଚଳିତ ମାସ ଶେଷ ବେଳକୁ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ଅକ୍ଟୋବର ୨ରୁ ୩ ଆହକୁ ଏକ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେଇପାରେ। ଏହା ଓଡିଶାମୁହାଁ ହେବାର ଅଧିକ ସମ୍ଭାବନା ରହିଥିବା ଆକଳନରୁ ଜଣାପଡୁଛି।
ପର୍ଯ୍ୟାୟକ୍ରମେ ଦେଖିବାକୁ ଗଲେ, 12 ଅକ୍ଟୋବର ୨୦୧୩ ଅକ୍ଟୋବରରେ ଫାଇଲିନ୍, ୨୦୧୪ ଅକ୍ଟୋବର 12ରେ ହୁଡହୁଡ, ୨୦୧8ରେ ତିତଲିକୁ ସାମନା କରିଛି ଓଡିଶା । ଏହି ଅକ୍ଟୋବର ମାସ ବାତ୍ୟା ଓଡିଶାକୁ ଛାରଖାର କରିବାର ନଜିର ରହିଛି । ଏହା ଛଡା 1999 ମସିହା ମହାବାତ୍ୟାକୁ ଏବେ ବି ଲୋକ ଭୁଲି ନାହାନ୍ତି ।
୨୦୧୩ ଅକ୍ଟୋବରରେ ସଙ୍ଗଠିତ ଫାଇଲିନ ବାତ୍ୟାରେ ପବନର ବେଗ ଥିଲା ଘଣ୍ଟା ପ୍ରତି୨୨୦ କିମି। ରାଜ୍ୟର ୧୮,୩୭୪ ଗ୍ରାମ ଏହି ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିଲା। ୧୩.୨୪ ନିୟୁତ ଲୋକ ଏହି ବାତ୍ୟାରେ ପ୍ରଭାବିତ ହୋଇଥିଲେ ।
ସେହିପରି ୨୦୧୪ଅକ୍ଟୋବରରେ ସଙ୍ଗଠିତ ହୁଡହୁଡ ବାତ୍ୟାରେ ପବନର ବେଗ ଥିଲା ୧୦୦ କିମି ପ୍ରତି ଘଣ୍ଟା। ଏହି ବାତ୍ୟାରେ ୯,୬୫୭ ଗ୍ରାମର ୩.୩୪ ନିୟୁତ ଗ୍ରାମବାସୀ ପ୍ରଭାବିତ ହୋଇଥିଲେ।
2018ରେ ଅକ୍ଟୋବରରେ ଆସିଲା ବାତ୍ୟା ତିତଲି। ଘଣ୍ଟାପ୍ରତି ୧୩୦ କିମି ବେଗରେ ପବନ ବହିବାରୁ ଏହି ବାତ୍ୟାରେ ୮ହଜାର ୬୯୧ ଗ୍ରାମ ପ୍ରଭାବିତ ହୋଇଥିଲା। ୬.୦୩ ନିୟୁତ ବ୍ୟକ୍ତି ଏହି ବାତ୍ୟାରେ ପ୍ରଭାବିତ ହୋଇଥିଲେ।
ସେପଟେ ଗତ 3 ବର୍ଷ ହେବ ଅକ୍ଟୋବର ମାସରେ କୌଣସି ବଡ ପାଣିପାଗ ଜନିତ ସ୍ଥିତି ସୃଷ୍ଟି ହୋଇ ନାହିଁ । ହେଲେ ଚଳିତବର୍ଷ ଏହି ଧାରା ଭାଙ୍ଗିବା ସହ ଏକ ବଡ ପାଣିପାଗ ଜନିତ ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଇଛି । ସାଧାରଣତଃ ଦେଖିବାକୁ ଗଲେ ଅକ୍ଟୋବର ମାସରେ ଅସୁଥିବା ବାତ୍ୟା ଗୁଡିକ ଅଧିକ ଶକ୍ତିଶାଳୀ ହୋଇଥାଏ । ବାତ୍ୟାର ସଠିକ ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭୁବନେଶ୍ୱର: ଅକ୍ଟୋବର ପହିଲାରେ ଲଘୁଚାପ ସମ୍ଭାବନା । ସେପ୍ଟେମ୍ବର ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସମ୍ଭାବନା ରହିଛି।
ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସେହିପରି ବିଗତ 24 ଘଣ୍ଟାରେ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ମାଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି l ସର୍ବାଧିକ ବର୍ଷା ମୟୂରଭଞ୍ଜ ଜିଲ୍ଳାର କପ୍ତିପଦାଠାରେ ରେକର୍ଡ କରାଯାଇଛି l
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଭାରତ ଆଗରେ କାନାଡା ପିମ୍ପୁଡି ପରି। ଭାରତ ହାତୀ ହେଲେ କାନାଡା ପିମ୍ପୁଡି ବୋଲି କହିଲେ ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇକେଲ୍ ରୁବିନ୍। ଭାରତ ଉପରେ କାନାଡାର ଅଭିଯୋଗ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ରୁବିନ୍ କହିଛନ୍ତି, ସତ କହିବାକୁ ଗଲେ ଏଥିରେ ଭାରତ ଅପେକ୍ଷା କାନାଡା ପ୍ରତି ଅଧିକ ବିପଦ ରହିଛି। ଯଦି କାନାଡା ଯୁଦ୍ଧ କରିବାକୁ ବାହାରେ, ଏ କ୍ଷେତ୍ରରେ ହାତୀ ସହିତ ପିମ୍ପୁଡ଼ି ଯୁଦ୍ଧ ଘୋଷଣା କରିବା ପରି କଥା ହେବ। ଏହାର କାରଣ ହେଲା ଭାରତ ହେଉଛି ବିଶ୍ବର ବୃହତ୍ତମ ଗଣତନ୍ତ୍ର।
ବିଶେଷକରି, ଭାରତ ମହାସାଗର ବେସିନ୍ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍ର ପ୍ରାଧାନ୍ୟ ଓ ଅନ୍ୟାନ୍ୟ ସମସ୍ୟା ଦୃଷ୍ଟିରୁ ଦେଖିଲେ, ଭାରତର ରଣନୀତି କାନାଡାଠାରୁ ଢେର୍ ଉନ୍ନତ ବୋଲି କହିଛନ୍ତି ପେଣ୍ଟାଗନର ପୂର୍ବତନ ଅଧୀକାରୀ। ଏହା ସହିତ ଆମେରିକା , କାନାଡା ଏବଂ ଭାରତ ମଧଯରେ ନିଶ୍ଚିତ ଭାବରେ ଭାରତ କୁ ସମର୍ଥନ କରିବା ଠିକ୍ ହେବ ବୋଲି ମଧଯ ସେ କହିଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର: