କଂଗ୍ରେସର ବରିଷ୍ଠ ନେତା ଦିବଂଗନ୍ତ ଏନଡି ତିଓ୍ୱାରୀଙ୍କ ପୁଅ ରୋହିତ ଶେଖର ତିଓ୍ୱାରୀଙ୍କ ମୃତ୍ୟୁ ରହସ୍ୟ ପର୍ଦ୍ଦାଫାଶ ହୋଇଛି । ସନ୍ଦେହ ଅନୁସାରେ ହତ୍ୟାକାରୀ ପରିବାରରୁ ହିଁ ବାହାରିଲା । ସେ ପୁଣି ଖୋଦ୍ ରୋହିତଙ୍କ ପତ୍ନୀ ତାଙ୍କ ହତ୍ୟା କରିଥିବା ସାମ୍ନାକୁ ଆସିଲା । ଯେତେବେଳେ ପୋଲିସ ରୋହିତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିଲା, ସେତେବେଳେ ରୋହିତଙ୍କ ପତ୍ନୀ ଅପୂର୍ବାଙ୍କ ଉପରେ ପୋଲିସର ସନ୍ଦେହ ହୋଇଥିଲା । କିନ୍ତୁ ପରେ ରୋହିତଙ୍କ ମୃତ୍ୟୁ ଉପରୁ ପର୍ଦ୍ଦା ହଟିଥିଲା । ତେବେ ପ୍ରଶ୍ନ ଏହା ଯେ, ଅପୂର୍ବା କେଉଁ ପରିସ୍ଥିତିରେ ନିଜ ସ୍ୱାମୀ ରୋହିତଙ୍କ ହତ୍ୟାକାରୀ ସାଜିଥିଲେ ।
[caption id="attachment_71606" align="alignnone" width="555"]
ଅଧିକାର ପାଇବା ନେଇ ଅସନ୍ତୋଷ
ରୋହିତ ଶେଖର ଏବଂ ତାଙ୍କ ମାଆ ଉଜ୍ଜ୍ୱଳା ଶର୍ମା ଦିବଂଗତ ନେତା ନାରାୟଣ ଦତ୍ତ ତିଓ୍ୱାରୀଙ୍କ ନିକଟରୁ ଦୀର୍ଘ ଦିନର ସଂଘର୍ଷ ପରେ ନିଜର ହକ୍ ପାଇଥିଲେ । ଦୀର୍ଘ ଦିନରେ ଲଢେଇ ପରେ ଶେଷରେ 2014ରେ ରୋହିତଙ୍କୁ ଏନ.ଡି ତିଓ୍ୱାରୀ ନିଜ ପୁଅ ଭାବେ ସ୍ୱୀକାର କରିଥିଲେ ଏବଂ ଉଜ୍ଜ୍ୱଳା ଶର୍ମାଙ୍କୁ ଲକ୍ଷ୍ନୌରେ ବିବାହ କରିଥିଲେ । ଏହାପରେ ମାଆ-ପୁଅଙ୍କ ଜୀବନ ସୁଧୁରିବା ଆରମ୍ଭ ହୋଇଯାଇଥିଲା ।
ଅପୂର୍ବା-ରୋହିତ କିପରି ପରିଚୟ ହେଲେ
ଉଜ୍ଜ୍ୱଳା ନିଜ ପୁଅ ରୋହିତଙ୍କ ପାଇଁ ଏକ ସୁନ୍ଦର, ଶାନ୍ତ-ସରଳ ଝିଅ ଖୋଜୁଥିଲେ । ଏହି ସମୟରେ 2017ରେ ମେଟ୍ରିମୋନିଆଲ ସାଇଟରେ ରୋହିତ, ଅପୂର୍ବାଙ୍କୁ ପ୍ରଥମ ଥର ଦେଖିଲେ । ରୋହିତ ମାଆଙ୍କୁ କହିବା ପରେ, ଉଭୟ ଅପୂର୍ବାଙ୍କୁ ଦେଖାକରିବାକୁ ନିଷ୍ପତ୍ତି ନେଲେ । ଲକ୍ଷ୍ନୌରେ ରୋହିତ-ଅପୂର୍ବା ପ୍ରଥମ ଥର ସାକ୍ଷାତ କଲେ । ସେଠାରେ ରୋହିତଙ୍କୁ ଅପୂର୍ବା ପସନ୍ଦ ଆସିଗଲେ । ପରେ ଏହା ପ୍ରେମର ରୂପ ନେଲା ଓ ଉଭୟ ଲିଭ୍-ଇନ୍ରେ ରହିବାର ନିଷ୍ପତ୍ତି ନେଲେ ।
ଦିଲ୍ଲୀରେ ହେଲା ବିବାହ
ଉଭୟ ପ୍ରାୟ ଏକ ବର୍ଷ ଲିଭ୍-ଇନ୍ରେ ରହିବା ପରେ ବିବାହ କରିବାର ନିଷ୍ପତ୍ତି ନେଇଥିଲେ । 2018ରେ ମେ’ 12ରେ ରୋହିତ-ଅପୂର୍ବାଙ୍କ ବିବାହ ହେଲା । ଦିଲ୍ଲୀରେ ଏକ ପଞ୍ଚ ତାରକା ହୋଟେଲରେ ଉଭୟଙ୍କ ବିବାହ ଆଯୋଜିତ ହେଲା । ଯେଉଁଥିରେ ଅନେକ ବଡ ବଡ ନେତା ଓ ଅଧିକାରୀ ନିମନ୍ତ୍ରିତ ଥିଲେ । ଉଭୟଙ୍କ ପରିବାର ମଧ୍ୟ ଏହି ବିବାହରେ ଖୁସି ଥିଲା ।
ସ୍ୱାମୀ-ସ୍ତ୍ରୀ ଓ ସେ
ବିବାହ ପରେ ଦିଲ୍ଲୀର ଡିଫେନ୍ସ କଲୋନୀରେ ରୋହିତ-ଅପୂର୍ବା ରହୁଥିଲେ । ଉଭୟ ଖୁସି ମଧ୍ୟ ଥିଲେ । କିନ୍ତୁ ଏ ଖୁସି ବେଶି ଦିନ ଧରି ତିଷ୍ଠିପାରିନଥିଲା । ଏହି କାହାଣୀରେ ତୃତୀୟ ସମ୍ପର୍କୃର ଏଣ୍ଟ୍ରି ହେଲା । ବିବାହକୁ ଏକ ବର୍ଷ ପୁରା ହେବା ଆଗରୁ ହିଁ ରୋହିତଙ୍କ ଏକ ଗାର୍ଲ ଫ୍ରେଣ୍ଡଙ୍କ ବିଷୟରେ ଅପୂର୍ବା ଜାଣିବାକୁ ପାଇଲେ । ଯିଏ ରୋହିତଙ୍କ ସମ୍ପର୍କୀୟ ମଧ୍ୟ ଥିଲେ । ସେହି ମହିଳାଙ୍କୁ ନେଇ ଉଭୟଙ୍କ ମଧ୍ୟରେ କଳହ ତୀବ୍ର ରୂପ ନେଲା । ରୋହିତ ଅନେକ ସମୟରେ ସେହି ମହିଳାଙ୍କୁ ଭେଟିବାକୁ ଯାଉଥିଲେ, ଯାହା ଅପୂର୍ବା ସହ୍ୟ କରିପାରୁନଥିଲେ ।
[caption id="attachment_71767" align="alignnone" width="513"]
ବାପା ଘର ପାଇଁ ଘର ଦାବି
ରୋହିତ ଓ ଅପୂର୍ବାଙ୍କ ସମ୍ପର୍କରେ ଫାଟ ଆସିବା ପଛରେ କେବଳ ଗୋଟିଏ କାରଣ ନଥିଲା । ଉଭୟଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ମଧ୍ୟ କଳହ ଲାଗି ରହୁଥିଲା । ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଅପୂର୍ବା ନିଜ ବାପା ଘର ଲୋକଙ୍କ ପାଇଁ ଏକ ଘର ତିଆରି କରିବାକୁ ରୋହିତଙ୍କୁ ବାରମ୍ୱାର କହୁଥିଲେ । କିନ୍ତୁ ରୋହିତ ସବୁବେଳେ ଅପୂର୍ବାଙ୍କ କଥାକୁ ଅଣଦେଖା କରୁଥିଲେ । ଏକଥା ନିଜେ ଅପୂର୍ବା ପୋଲିସ ସାମ୍ନାରେ ମାନିଛନ୍ତି ।
ଶଶୁର ଘର ଛାଡି ବାପା ଘର ଚାଲିଗଲେ ଅପୂର୍ବା
ବିବାହର କିଛି ମାସ ପରେ ହିଁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଲା । ରୋହିତଙ୍କ ସେହି ମହିଳାଙ୍କ ସହ ମିଳାମିଶା ଚାଲିଥାଏ । ଗତ ମାସ ଉଭୟଙ୍କ ମଧ୍ୟରେ କଳହ ଏତେ ମାତ୍ରାରେ ବଢିଗଲା ଯେ, ଅପୂର୍ବା ଘର ଛାଡି ବାପାଙ୍କ ଘରେ ରହିବାକୁ ଚାଲିଗଲେ । ତେବେ ରୋହିତଙ୍କ ହତ୍ୟାର କିଛି ଦିନ ପୂର୍ବରୁ ସେ ରୋହିତଙ୍କ ପାଖକୁ ଫେରିଥିଲେ ।
ଭିଡିଓ କଲ ପରେ ହେଲା ସାଂଘାତିକ ପରିସ୍ଥିତି
11 ଏପ୍ରିଲରେ ଉତ୍ତରାଖଣ୍ଡ ଲୋକସଭା ନିର୍ବାଚନ ଥିଲା । ରୋହିତ ସେଠାକୁ ଭୋଟ ଦେବାକୁ ଯାଇଥିଲେ । ରୋହିତ ନିଜ ସହ ତାଙ୍କ କଥିତ ଗାର୍ଲ ଫ୍ରେଣ୍ଡଙ୍କୁ ମଧ୍ୟ ନେଇ ଯାଇଥିଲେ । ଏହା ଅପୂର୍ବା ଜାଣିନଥିଲେ । କିନ୍ତୁ ପରିସ୍ଥିତି ସେତେବେଳେ ଖରାପ ହେଲା, ଯେତେବେଳେ ଅପୂର୍ବା, ରୋହିତଙ୍କୁ ଭିଡିଓ କଲ୍ କରିଥିଲେ । ଭିଡିଓ କଲ୍ରେ ଅପୂର୍ବା ସେହି ମହିଳାଙ୍କୁ ରୋହିତଙ୍କ ସହ ଦେଖିନେଲେ । କୁହାଯାଉଛି, ଉଭୟ ଆପତ୍ତିଜନକ ଅବସ୍ଥାରେ ମଦ ପିଉଥିବାର ଅପୂର୍ବା ଦେଖିଥିଲେ । ନିଶାଶକ୍ତ ଅବସ୍ଥାରେ ରୋହିତ ଅପୂର୍ବାଙ୍କ କଲ୍ ରିସିଭ୍ କରିଦେଇଥିଲେ । ଏହି ଘଟଣା ପରେ ଉଭୟଙ୍କ ମତାନ୍ତର ତୀବ୍ର ରୂପ ନେଲା । ଏହାପରେ ରୋହିତ ଏପ୍ରିଲ 15ରେ ଘରକୁ ଫେରିଥିଲେ । ସେଦିନ ଡିଫେନ୍ସ କଲୋନୀସ୍ଥିତ ରୋହିତଙ୍କ ଘରେ ମାଆ, ଭାଇ, ଡ୍ରାଇଭର ସମସ୍ତେ ଉପସ୍ଥିତ ଥିଲେ ।
15 ଏପ୍ରିଲ, ସୋମବାର ରାତି 10ଟାରେ
ମାଆ ରାତ୍ରିଭୋଜନ ସମୟରେ ପହଞ୍ଚନ୍ତି ଡିଫେନ୍ସ କଲୋନୀସ୍ଥିତ ରୋହିତ-ଅପୂର୍ବାଙ୍କ ଘରେ । ରୋହିତ ଲିଭିଂ ରୁମରେ ନଥିବା କୁହନ୍ତି ମାଆ ଉଜ୍ଜ୍ୱଳା । ଏନେଇ ଅପୂର୍ବାଙ୍କୁ ପଚାରିବାରୁ ସେ କହିଲେ, ରୋହିତ ଥକି ଯାଇଥିବାରୁ ସେ ବେଡ୍ ରୁମ୍ରେ ଶୋଇଛନ୍ତି । ଏହାପରେ ପୁଣି କିଛି ସମୟ ପରେ ରୋହିତ ରାତ୍ରି ଭୋଜନ କରିବାକୁ ଆସିଥିଲେ ଏବେ ପରେ ମାଆଙ୍କୁ ତାଙ୍କ କାର୍ରେ ବସାଇବା ପରେ ସେ ପୁଣି ଶୋଇବାକୁ ପଳାଇଥିଲେ ।
[caption id="attachment_71768" align="alignnone" width="521"]
ରୋହିତଙ୍କ ଆଶ୍ଚର୍ଯ୍ୟଜନକ ମୃତ୍ୟୁ
ରୋହିତଙ୍କ ମାଆଙ୍କ ଅନୁସାରେ, ତା ପର ଦିନ 16 ଏପ୍ରିଲ ଦିନ ଦ୍ୱିପହର 2ଟା ସମୟରେ ଯେତେବେଳେ ଉଜ୍ଜ୍ୱଳା ଡିଫେନ୍ସ କଲୋନୀସ୍ଥିତ ଘରକୁ ଆସିଥିଲେ । ଅପୂର୍ବା କହିଥିଲେ ରୋହିତ ଏପର୍ଯ୍ୟନ୍ତ ଶୋଇଛନ୍ତି । ଏହାପରେ ଉଜ୍ଜ୍ୱଳା ଡ୍ରାଇଭର ଅଖିଲେଶ ଏବଂ ରାଜୀବଙ୍କ ସହ ମେକ୍ସ ହସ୍ପିଟାଲ ବାହାରି ଯାଇଥିଲେ । ତେବେ ହସ୍ପିଟାଲରେ ପହଞ୍ଚିବା କ୍ଷଣି ପ୍ରାୟ 4.30 ସମୟରେ ଉଜ୍ଜ୍ୱଳାଙ୍କ ପୂର୍ବ କର୍ମଚାରୀ ରମେଶଙ୍କ କଲ୍ ଆସିଥିଲା କି- ରୋହିତଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି । ଉଜ୍ଜ୍ୱଳା ଏହା ଶୁଣି ଆମ୍ୱୁଲାନ୍ସ ନେଇ ଯାଇ ପହଞ୍ଚି ଦେଖନ୍ତି ତ, ଅପୂର୍ବା ରୋହିତଙ୍କୁ କାରରେ ନେଉଛନ୍ତି । ପରେ ଆମ୍ୱୁଲାନ୍ସ ଯୋଗେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା । ସେଠାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅଧିକ ପଢନ୍ତୁ...ରୋହିତ ଶେଖର ମର୍ଡର କେସ୍: ଟିସ୍ୟୁ ପେପର୍ରୁ ଧରା ପଡିଲା ହତ୍ୟାକାରୀ
ରୋହିତଙ୍କ ମୃତ୍ୟୁ କିପରି ହେଲା
ପୋଲିସ୍ ଓ ସିବିଆଇ ରୋହିତଙ୍କ ମୃତ୍ୟୁ ମାମଲାର ସମାଧାନ ପାଇଁ ସବୁଦିଗରେ ତଦନ୍ତ ଜୋରଶୋର ଆରମ୍ଭ କରିଦେଲେ । ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ଅପୂର୍ବାଙ୍କ ଉପରେ ସନ୍ଦେହ ବଢିଯାଇଥାଏ ପୋଲିସର । ଅପୂର୍ବାର ନଖ ଓ ଚୁଟିର ସାମ୍ପଲ ମ୍ୟାଚ୍ କରିବାକୁ ପୋଲିସ ପଠାଇଥାଏ । ସାମ୍ପଲ ମ୍ୟାଚ୍ ହେବା ପରେ ଅପୂର୍ବା ଧରାପଡିଗଲେ । ସେ ସତ ବଖାଣିବାକୁ ବାଧ୍ୟ ହୋଇଥିଲେ ।
ହତ୍ୟା ଦିନ ଅପୂର୍ବା ଓ ରୋହିତଙ୍କ ମଧ୍ୟରେ ରାତିରେ ଜୋରଦାର ଝଗଡା ହୋଇଥିଲା । ପରେ ମାରପିଟ୍ ବି ହୋଇଥିଲା । ରୋହିତ ଅତ୍ୟନ୍ତ ନିଶାରେ ଥିଲେ ଏଣୁ ଅପୂର୍ବା ତାଙ୍କୁ ସହଜରେ କାବୁ କରିପାରିଥିଲେ । କ୍ରୋଧର ନିଆଁରେ ଜଳୁଥିବା ଅପୂର୍ବା ରୋହିତଙ୍କ ତଣ୍ଟି ଚିପି ତାଙ୍କ ହତ୍ୟା କରିଦେଲେ । ପରେ ସମସ୍ତ ପ୍ରମାଣ ନଷ୍ଟ କରି ଶୋଇବାକୁ ଚାଲିଗଲେ । ଏହିପରି ଏନ.ଡି ତିଓ୍ୱାରୀଙ୍କ ପୁଅ ରୋହିତ ଶେଖର ତିଓ୍ୱାରୀଙ୍କ କାହାଣୀ ଶେଷ ହୋଇଗଲା । ସ୍ୱାମୀଙ୍କ ପରକୀୟା ପ୍ରୀତି ସ୍ତ୍ରୀକୁ କଲା ହତ୍ୟାକାରୀ ।
