ପୁଣି ଥରେ କେନ୍ଦ୍ରରେ ସରକାର ଗଠନ କରିବ ଏନ୍ଡିଏ । ଏନେଇ ସି-ଭୋଟର ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । କେନ୍ଦ୍ରରେ ଥିବା ମୋଦି ସରକାର ବିରୋଧରେ ସାରା ଦେଶରେ ବିରୋଧୀମାନେ ଏକାଠି ହୋଇଥିଲେ ମଧ୍ୟ ତାଙ୍କ ଯୋଜନା ସଫଳ ହେବ ନାହିଁ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ସି-ଭୋଟର ପକ୍ଷରୁ ନିକଟରେ କରାଯାଇଥିବା ସର୍ଭେ ଅନୁସାରେ ଏନ୍ଡିଏ ସାଧାରଣ ନିର୍ବାଚନରେ ବହୁମତ ଠାରୁ କିଛି ଦୂରରେ ରହିବ । କିନ୍ତୁ ନିର୍ବାଚନ ପରେ ସହଯୋଗୀ ଦଳ ସହ ମେଣ୍ଟ କରି ନିର୍ଦ୍ୱନ୍ଦ୍ୱରେ ସରକାର ଗଢ଼ିବ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।
ସି-ଭୋଟର ଦ୍ୱାରା କରାଯାଇଥିବା ସର୍ଭେ ଅନୁସାରେ, ଉତ୍ତର ପ୍ରଦେଶକୁ ନେଇ ଆକଳନ କରାଯାଇଥିବା ଚିତ୍ର ଲୋକସଭାରେ ପ୍ରତିଫଳିତ ହେବ । ଯେଉଁ ସମୟରେ ମୋଦି ସରକାର ପାକିସ୍ତାନରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲେ ସେହି ସମୟରେ ଏହି ସର୍ଭେ କରାଯାଇଥିଲା । ଆତଙ୍କବାଦୀଙ୍କୁ ମୁହଁ ତୋଡ଼ ଜବାବ ଦେଇଥିବାରୁ ଏବେ ସାରା ଦେଶରେ ମୋଦି ଲହର ଖେଳି ଯାଇଛି । ମୋଦିଙ୍କ ଲୋକ ପ୍ରିୟତା ଏବେ ଶୀର୍ଷରେ ରହିଛି ।
ବିଜେପିର ଆଶା ରଖିଛି ଯେ, ଏହି ମୋଦି ଲହରରେ ବିରୋଧୀ ଚିତ୍ପଟାଙ୍ଗ ମାରିବେ । ସର୍ଭେରେ ଏହା ସ୍ପଷ୍ଟ କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନୀ ଦୌଡ଼ରେ ବହୁତ ଆଗରେ ରହିଛନ୍ତି । ରିପୋର୍ଟ ଅନୁଯାୟୀ ଏନଡିଏକୁ ଆଗାମୀ ଲୋକସଭା ନିର୍ବାଚନରେ ୨୬୪ ଆସନ ଓ ୟୁପିଏକୁ ୧୪୧ ଆସନ ମିଳିବା ସମ୍ଭବନା ରହିଛି । ଏହା ବ୍ୟତୀତ ଅନ୍ୟ ଦଳକୁ ୧୩୮ ଆସନ ମିଳିବାର ସମ୍ଭାବନା ରହିଛି । ଯଦି ଉତ୍ତର ପ୍ରଦେଶରେ ମହାମେଣ୍ଟ ନହୁଏ, ତେବେ ଏନଡିଏକୁ ୩୦୭ ଆସନ ମିଳିବାର ସମ୍ଭାବନା ରହିଛି । ୟୁପିଏକୁ ୧୩୯ ଏବଂ ଅନ୍ୟ ଦଳକୁ ୯୭ ଆସନ ମିଳିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଯଦି ଏନ୍ଡିଏ ୱାଇଏସ୍ଆର କଂଗ୍ରେସ, ମିଜୋ ନ୍ୟାସନାଲ ଫ୍ରଣ୍ଟ, ବିଜେପି ଏବଂ ଟିଆରଏସ୍ ସହିତ ନିର୍ବାଚନ ପରେ ଏନ୍ଡିଏ ମେଣ୍ଟ କରେ ତେବେ ଏନ୍ଡିଏ ପାଖରେ ୩୦୧ ସିଟ୍ ରହିବ ।
ଅର୍ଗସ ବ୍ୟୁରୋ: ବହୁ ଦିନର ଅପେକ୍ଷା ପରେ ଦିନିକିଆ ବିଶ୍ବକପ୍ ଗୁରୁବାରଠୁ ଅହମଦାବାଦରେ ଆରମ୍ଭ ହେବାକୁ ଯାଉଛି। ଗତ ସଂସ୍କରଣର ବିଜେତା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। କିନ୍ତୁ ମ୍ୟାଚ୍ ପୂର୍ବରୁ କୌଣସି ଉଦ୍ଘାଟନୀ ସମାରୋହ କରାଯିବ ନାହିଁ। ଅବଶ୍ୟ ଏ ସଂକ୍ରାନ୍ତରେ ବିସିସିଆଇ କିମ୍ବା ଆଇସିସି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ, ତଥାପି ଜଣେ ବରିଷ୍ଠ ଅଧିକାରୀଙ୍କଠୁ ମିଳିଥିବା ସୂଚନା ଅନୁସାରେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ସନ୍ଧ୍ୟା ୭ଟାରୁ ଅଳ୍ପ କିଛି କାର୍ଯ୍ୟକ୍ରମ କରାଯିବ।
ପ୍ରଥମେ ସବୁ ଦଳର ଅଧିନାୟକଙ୍କୁ ଏକାଠି କରାଯାଇ କାର୍ଯ୍ୟକ୍ରମର ଆରମ୍ଭ ହେବ। ଏହା ପରେ ସ୍ପଳ୍ପ ସମୟର ପାରମ୍ପରିକ ନୃତ୍ୟ ପରିବେଷଣ ହେବ। ଶେଷରେ ସବୁଠୁ ଆକର୍ଷଣୀୟ ଲେଜର ଲାଇଟ୍ ସୋ’ ଓ ବାଣଫୁଟା କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି। କିନ୍ତୁ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ, ବଲିଉଡ୍ ତାରକା ରଣବୀର ସିଂହ, ତମନ୍ନା ଭାଟିଆ, କଣ୍ଠଶିଳ୍ପୀ ଅରିଜିତ ସିଂହ, ଶ୍ରେୟା ଘୋଷାଲ, ଆଶା ଭୋସଲେ, ଶଙ୍କର ମହାଦେବନଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥାନ୍ତା। ହେଲେ ବିସିସିଆଇ ଏହାକୁ ଶେଷ ମୁହୂର୍ତ୍ତରେ ବାତିଲ କରୁଥିବା ଉକ୍ତ ସୂତ୍ରରୁ ଜଣାପଡ଼ିଛି। ତେଣୁ ବଲିଉଡ୍ ନାଇଟ୍ ହେବ କି ନାହିଁ ସେ ନେଇ କିଛି ବି ସ୍ପଷ୍ଟ ହୋଇନାହିଁ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଭଦ୍ରକ : ସ୍କୁଲରେ ଥିବା ସୂଚନା ଫଳକ ପଡ଼ି ସ୍କୁଲର ପ୍ରଥମ ଶ୍ରେଣୀର ଛାତ୍ର ମୃତ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଗଢିଆଳୀ ପଞ୍ଚାୟତ ଉଚ୍ଚପଦା ଗ୍ରାମର ଥିବା ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟରେ ଏକ ପ୍ରଥମ ଶ୍ରେଣୀର ଛାତ୍ର ମୃତ. ମୃତକ ଜଣକ ହେଉଛନ୍ତି ଏହି ଗ୍ରାମର ସୌଭାଗ୍ୟ ନାୟକଙ୍କ ୬ ବର୍ଷ ର ପୁଅ ଅସିତ୍ ନାୟକ। ସୂଚନା ଅନୁଯାୟୀ ସ୍କୁଲ ରେ ଥିବା ଏକ ସୂଚନା ଫଳକ ପଡ଼ି ମୃତ ହୋଇଥିବା ଜଣାପଡିଛି।
ଅଧିକ ପଢନ୍ତୁ : ଅଜଣା ଗାଡି ଧକ୍କାରେ ୨ ମୃତ
ତେବେ ଛାତ୍ର ଜଣଙ୍କୁ ପ୍ରଥମେ ଅସୁରାଳି ରେ ଥିବା ପ୍ରାଥମିକ ଚିକିତ୍ସାଳୟ କୁ ନିଆଯାଇଥିବା ବେଳେ ଅତି ଗୁରୁତର ଥିବା ରୁ ଛାତ୍ର ଜଣକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା . ସେଠାରେ କିଛି ସମୟ ଚିକିତ୍ସା ପରେ ତାଙ୍କର ମୃତ ହୋଇ ଥିବା ସୂଚନା ଅନୁଯାୟୀ ଜଣାପଡିଛି ପଡ଼ିଛି।