ଲକ୍ଷ୍ନୌ: ୟୁପିରେ ଏସପି-ବିଏସପିରେ ଫାଟ । ମୋଦିଙ୍କ ବହୁମତ ପାଇଁ ସରକାର ଗଢିବା ପରେ ବୁଆ-ବବୁଆଙ୍କ ମଧ୍ୟରେ ବିବାଦ ପରେ ବିବାଦ ଲାଗି ରହିଛି । ଏନେଇ ଦୁଇ ଦଳ ଭିତରେ ମେଣ୍ଟ ଭାଙ୍ଗିବା ନେଇ ଚର୍ଚ୍ଚା ହେଉଛି । ଏନେଇ ଦୁଇ ଦଳର ନେତାମାନେ ପରସ୍ପର ପ୍ରତି ଆକ୍ଷେପ କରୁଥିବା ବେଳେ ଆଗାମୀ ବିଧାନସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟି ବିରୋଧରେ ଲଢ଼ିବ ବହୁଜନସମାଜବାଦୀ । ଏନେଇ ବହୁଜନସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ ସ୍ପଷ୍ଟ କରିଛନ୍ତି । ଆଗକୁ ଉତରପ୍ରଦେଶରେ 11ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ ବସପା ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛନ୍ତି ମାୟାବତୀ । 2009ରୁ କୈାଣସି ଉପନିର୍ବାଚନ ଲଢ଼ୁନଥିବା ବିଏସପି ଏଥର ଲଢ଼ିବାକୁ ନିଷ୍ପତ୍ତି ନେଇଛି । ଏସପି କାର୍ଯ୍ୟକର୍ତ୍ତାମାନେ ଏଥର ଲୋକସଭାରେ ବିଏସପି ପ୍ରାର୍ଥୀଙ୍କୁ ଠକିଥିବା ମଧ୍ୟ ଅଭିଯୋଗ କରିଛନ୍ତି ମାୟା ।
ମାୟାବତୀ ଦଳୀୟ ନେତା, ବିଧାୟକ ଓ କାର୍ଯ୍ୟକର୍ତାଙ୍କୁ ଏକାକୀ ଉପନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛନ୍ତି । 2019 ଲୋକସଭା ନର୍ବାଚନରେ ବିଜେପିକୁ ମାତ ଦେବା ପାଇଁ ୟୁପିରେ ଏସପି-ବିଏସପି ମେଣ୍ଟ କରିଥିଲେ । କିନ୍ତୁ ବିଜେପିଠାରୁ ଶୋଚନୀୟ ପରାଜୟ ପରେ ମେଣ୍ଟରେ ଫାଟ ଆରମ୍ଭ ହୋଇଛି । ମେଣ୍ଟ ପରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କଲା । ବିଏସପି ଯାହା ଆଶା କରିଥିଲା ସେଭଳି ଲାଭ ମିଳିଲା ନାହିଁ । ସେପଟେ ଅଖିଳେଶ ମଧ୍ୟ ନିର୍ବାଚନ ପରେ ବିଏସପି ଠାରୁ ଦୂରେଇ ଯାଇଛନ୍ତି । ମାୟାଙ୍କ ଉପରେ ଅଖିଳେଶ ଖପା ଥିବା ଚର୍ଚା ହେଉଛି । ତେବେ ଦୁଇ ଦଳ ଭିତରେ ମେଣ୍ଟ ଭାଙ୍ଗିବ କି ରହିବ ସେ ନେଇ କେହି ସ୍ପଷ୍ଟ କରିନାହାଁନ୍ତି ।
କଟକ: କାଲି ପ୍ରଥମାଷ୍ଟମୀ, ଘରେ ଘରେ ଏଣ୍ଡୁରୀ ପିଠାର ମହକ ସାଙ୍ଗକୁ ଦେଖିବାକୁ ମିଳିବ ଓଡିଆ ସଂସ୍କୃତିର ଝଲକ । ଜ୍ୟେଷ୍ଠ ସନ୍ତାନଙ୍କ ସୁଖ ସମୃଦ୍ଧି ଦୀର୍ଘ ଜୀବନ ପାଇଁ ପ୍ରତ୍ୟେକ ଓଡିଆ ଘରେ ପାଳନ ହୋଇଥାଏ ପ୍ରଥମାଷ୍ଟମୀ । ତେବେ ଏଥିପାଇଁ ମଧ୍ୟ ସ୍ବତନ୍ତ୍ର ନୀତିକାନ୍ତୀ ହେବାର କାର୍ଯ୍ୟକ୍ରମ ରହିଛି । ମାମୁ ଘରୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଯିବ ପଢ଼ୁଆଁ ଭାର । ପୋଢୁଆଁ ହେବେ ମହାବାହୁ । ନିଆଳି ମାଧବଙ୍କ ପୀଠରୁ ପଢୁଆଁ ସାମଗ୍ରୀ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଶ୍ରୀଜିଉଙ୍କ ଅଙ୍ଗରେ ନୂଆ ଲୁଗା ସହ ଖଦି ଓ ଛେଦା ପ୍ରସାଦ ଲାଗି ହେବ।
ଆଜି ଏହି ଭାର ନେଇ ଶ୍ରୀମନ୍ଦିରରେ ପହଞ୍ଚିବେ ହଜାର ହଜାର ସଂଖ୍ୟାରେ ଭକ୍ତ । ଶୋଭାଯାତ୍ରାରେ ଭୋଇ ସେବକ, ମହୁରିଆ, ପାଇକ ଆଖଡ଼ା, ରମତାଳି, ସଙ୍କୀର୍ତ୍ତନ ଦଳ, ବେହେରା ସେବକମାନେ କାର୍ଯ୍ୟସୂଚୀ ଅନୁସାରେ ଯାତ୍ରା କରିବେ । ପାଟ, ଫଳ ମୂଳ, ଅରୁଆ ଚାଉଳ, ବିରି, ନଡ଼ିଆ, ଘିଅ, ମହୁ ଆଦି ବିଭିନ୍ନ ପ୍ରକାର ଦ୍ରବ୍ୟ ନେଇ ନିଆଳି ପ୍ରାଚୀ କ୍ଷେତ୍ରରୁ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: 4 ରାଜ୍ୟରେ ନିର୍ବାଚନ ଫଳ ଘୋଷଣା ସରିଥିବା ବେଳେ ଆଜି ଆସିବ ମିଜୋରାମର ଫଳ। ୪୦ସିଟ୍ ପାଇଁ ଆଜି ହେବ ଭୋଟ ଗଣତି । ତେବେ ମିଜୋ ନ୍ୟାସନାଲ ଫ୍ରଣ୍ଟ ଓ ଜାରାମ୍ ପିପୁଲ୍ସ ମୁଭମେଣ୍ଟ ମଧ୍ୟରେ ହେବ କଡ଼ା ଟକ୍କର ।
ଏନେଇ ବୁଥ୍ ବାହୁଡ଼ା ମତରୁ ସ୍ଫଷ୍ଟ ହୋଇଛି । ପୂର୍ବରୁ ନିର୍ବାଚନ କମିଶନ ଡିସେମ୍ବର ୩ରେ ଅନ୍ୟ 4 ରାଜ୍ୟ ସହ ମିଜୋରାମ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ । କିନ୍ତୁ ଭୋଟ ଗଣତି ଦିନ ରବିବାର ହୋଇଥିବାରୁ ମିଜୋରାମ ଏନଜିଓ ସଂଯୋଜକ କମିଟି ଦିନକ ପରେ ଭୋଟ ଗଣତି କରିବାକୁ କହିଥିଲେ । ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକେ ଇଷ୍ଟର ପାଳନ କରୁଥିବାରୁ ନିର୍ବାଚନ କମିସନ ମିଜୋରାମ ନିର୍ବାଚନ ଫଳ ଘୋଷଣା ତାରିଖ 3 ବଦଳରେ 4କୁ ଘୁଞ୍ଚାଇ ଦେଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର