INS ଚିଲିକାରେ ୨୭୩ ଜଣ ମହିଳା ଅଗ୍ନିବୀର ତାଲିମ୍ ନେଉଛନ୍ତି
ଅଯୋଧ୍ୟା ବିବାଦ: ମଧ୍ୟସ୍ଥତା ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ
ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା ନିଯୁକ୍ତି ନେଇ ରାୟ ସଂରକ୍ଷିତ ରଖିଲେ ମାନ୍ୟବର ସୁପ୍ରିମକୋର୍ଟ । ସବୁ ପକ୍ଷ ସହ ଆଲୋଚନା ପରେ ସର୍ବୋଚ୍ଚ ଅଦାଲତ ମଧ୍ୟସ୍ଥତା ନେଇ ନ୍ୟାୟ ସୁରକ୍ଷିତ ରଖିଛନ୍ତି ।
ମୁଖ୍ୟ ଶାସନ ସଚିବ ଜଷ୍ଟିସ୍ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ 5ଜଣିଆ ଖଣ୍ଡପୀଠ ଆଜି ଅଯୋଧ୍ୟା ବିବାଦ ନେଇ ଏପ୍ରକାର ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ସମାଧାନ ନେଇ ମଧ୍ୟସ୍ଥ ନିଯୁକ୍ତି କରାଯିବା ଉଚିତ୍ । ଏନେଇ ସବୁ ପକ୍ଷ ସହ ଆଲୋଚନା ପରେ ସୁପ୍ରିମକୋର୍ଟ ମଧ୍ୟସ୍ଥତା ପାଇଁ ନାଁ ମାଗିଛନ୍ତି ।
ମଧ୍ୟସ୍ଥତା ମାମଲାରେ ଗୋପନୀୟତା ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସେହିପରି ମୁସଲିମ୍ ପକ୍ଷ ଏନେଇ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେବାକୁ କହିଛନ୍ତି । ଅନ୍ୟପଟେ ହିନ୍ଦୁ ପକ୍ଷ କିନ୍ତୁ ମଧ୍ୟସ୍ଥତା ବିଷୟକୁ ବିରୋଧ କରିଛନ୍ତି । ସେମାନେ କହିଛନ୍ତି ଏହା ଧାର୍ମିକ ବିବାଦ ଅଟେ, ବିଷୟଟି ଲୋକଙ୍କ ଭାବନା ଏବଂ ଆସ୍ଥା ସହ ଜଡିତ । ତେବେ ଏହା କେବଳ ସମ୍ପତ୍ତି ବିବାଦ ନୁହେଁ ।
Download Argus News App
